Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ଏହି କାରଣରୁ ନିଜ ମାଁଙ୍କୁ ଘରୁ ବାହାର କରିଦେବାକୁ ଚାହୁଁଥିଲେ ଦୀପିକା…

27/03/2019 at 1:06 PM

ମୁମ୍ୱାଇ୨୭|୩: ଦୀପିକା ପାଦୁକୋଣ ଏମିତି ଜଣେ ଅଭିନେତ୍ରୀ ଯିଏ ବଲିଉଡରେ ସବୁଠୁ ଅଧିକ ସଫଳ ହେବା ସହ ଅଧିକ ଆୟ ମଧ୍ୟ କରୁଛନ୍ତି । ଦୀପିକା ଲଗାତାର ସୁପରହିଟ ଫିଲ୍ମ ଦେଇଚାଲିଛନ୍ତି । ଏହା ଛଡା ବଲିଉଡରେ ଦିପିକା ଏମିତି ଅନେକ ଫିଲ୍ମ କରିଛନ୍ତି ଯାହା ୧୦୦କୋଟି କ୍ଲବରେ ସାମିଲ ହୋଇପାରିଛି।

ଦୀପିକା ନିଜ ଫିଲ୍ମ କ୍ୟାରିଅର ଓମ୍ ଶାନ୍ତି ଓମରୁ ଆରମ୍ଭ କରିଥିଲେ। ଫିଲ୍ମରେ ଦୀପିକାଙ୍କ ବିପକ୍ଷରେ ମୁଖ୍ୟ ଭୂମିକାରେ ଶାହରୁଖ ଖାନ ଅଭିନୟ କରିଥିଲେ। ସିନେମାରେ ଶାହରୁଖ ଥିବା ସତ୍ୱେ ସେ ତାଙ୍କ ନିଜ ପରିଚୟ ତିଆରି କରିଥିଲେ। ବଲିଉଡର ଲୋକପ୍ରିୟ ଅଭିନେତା ରଣବୀର ସିଂହଙ୍କ ସହ ଦୀପିକା ବିବାହ କରିଲା ପରେ ରଣବୀରଙ୍କର ଚଳଚ୍ଚିତ୍ର ଶିମ୍ୱା ହିଟ୍‌ ହୋଇଥିଲା।

ଏବେ ଦୀପିକାଙ୍କ ପାଳି। ଦୀପିକା ଏବେ ତାଙ୍କ ଆଗାମୀ ଫିଲ୍ମ “ଛପାକ” ପାଇଁ ସେ ବ୍ୟସ୍ଥ ଅଛନ୍ତି। ଏହି ଚଳଚ୍ଚିତ୍ର ଏସିଡ ଆଟାକ୍‌ ପୀଡିତା ଲକ୍ଷ୍ମୀ ଅଗ୍ରୱାଲଙ୍କ ବାୟୋପିକ୍‌। ସୂଚନାଯୋଗ୍ୟ ଯେ, ଏହି ସିନେମା ଦୀପିକାଙ୍କ କ୍ୟାରିଅରର ସବୁଠୁ ଶ୍ରେଷ୍ଠ ଫିଲ୍ମ ହେବ।

କିଛି ଦିନ ତଳେ ଫିଲ୍ମର ପୋଷ୍ଟର ରିଲିଜ ହୋଇଛି। ଏଥିରେ ଦୀପିକାଙ୍କ ପ୍ରଥମ ଲୁକ୍‌ ମଧ୍ୟ ଦେଖିବାକୁ ମିଳିଛି। ଦର୍ଶକ ମଧ୍ୟ ଏହି ପୋଷ୍ଟର ଓ ଲୁକ୍‌କୁ ବହୁତ ପସନ୍ଦ କରିଛନ୍ତି। ମେଘ୍ନା ଗୁଲଜାରଙ୍କର ଏହି ଚଳଚ୍ଚିତ୍ରକୁ ଦର୍ଶକ ଦେଖିବା ପାଇଁ ଉତ୍ସୁକ ଅଛନ୍ତି।

ଏହି ଚଳଚ୍ଚିତ୍ରରେ ଅଭିନେତା ଭିକ୍ରାନ୍ତ ମେଶି ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି। ୨୦୨୦ ମସିହା ଜାନୁଆରୀ ମାସ ୧୦ ତାରିଖରେ ଫିଲ୍ମ ରିଲିଜ ହେବାର ସମ୍ଭାବନା ଅଛି। ଫିଲ୍ମର ଶୁଟିଂ ଦିଲ୍ଲୀରେ ଆରମ୍ଭ ହୋଇସାରିଛି।

ଦୀପିକା ନିଜ ପରିବାରକୁ ବହୁତ ଭଲ ପାଆନ୍ତି। ଅନେକ ଆୱାର୍ଡ ସୋରେ ସେ ତାଙ୍କ ପରିବାର ଲୋକଙ୍କୁ ଧନ୍ୟବାଦ ଜଣାଇଛନ୍ତି। ନିଜ ଘର ସଦସ୍ୟଙ୍କ ସହ ତାଙ୍କର ବହୁତ ଭଲ ସମ୍ପର୍କ ରହିଛି । କିନ୍ତୁ ମାଁଙ୍କ ସହ ତାଙ୍କର ଖାସ ସଂପର୍କ ଅଛି। ପ୍ରତ୍ୟେକ ସାକ୍ଷାତକାରରେ ସେ ତାଙ୍କ ପରିବାର ବିଷୟରେ କୁହନ୍ତି। ଦୀପିକାଙ୍କ ପରିବାରରେ ତାଙ୍କ ମାଁ ବାପା ଏ ତାଙ୍କ ସାନ ଭଉଣୀ ଅନିଶା ଅଛନ୍ତି।

ତାଙ୍କ ବାପା ପ୍ରକାଶ ପାଦୁକୋଣ ଜଣେ ପ୍ରସିଦ୍ଧ ବ୍ୟାଡମିଟନ ଖେଳାଳୀ ଓ ମାଁ ଘର କଥା ବୁଝା ବୁଝି କରନ୍ତି। ଏକ ସାକ୍ଷାତକାରରେ ମାଁ ଉଜ୍ଜଲା ଗୋଟେ ମଜା କଥା ସେୟାର କରିଥିଲେ। ସେ କହିଥିଲେ ଯେ, କେମିତି ତାଙ୍କର ଦୁଇ ଝିଅ ତାଙ୍କୁ ଘରୁ ବାହାର କରିବାକୁ ଚାହୁଁଥିଲେ। ଦୁଇ ଝିଅ ମିଶି ମାଁଙ୍କୁ ଘରୁ କାଢିବାର ଯୋଜନା କରୁଥିଲେ।

ଉଜ୍ଜଳାଙ୍କ ବାପା ବ୍ରିଟିସ୍‌ ବୋର୍ଡିଙ୍ଗ ସ୍କୁଲରେ ପାଠ ପଢିଥିଲେ। ଏହି କାରଣରୁ ତାଙ୍କ ଘରେ ସବୁ ଜିନିଷ ଶୃଙ୍ଖଳା ଓ ନୀତି ନିୟମ ସହ ହେଉଥିଲା। ଘରେ ପୁରା ଷ୍ଟ୍ରିକ୍ଟ ମାହୋଲ ଥିଲା। ଫଳରେ ଉଜ୍ଜଳା ମଧ୍ୟ ସେହିପରି ବଢିଥିଲେ। ସେ ସବୁବେଳେ ଶାନ୍ତ ପରିବେଶରେ ରହିଆସିଛନ୍ତି। ତେବେ ଏହି କାରଣରୁ ଦୁଇ ଝିଅଙ୍କ ସହ ତାଙ୍କ ବାପା ତଥା ଉଜ୍ଜଳାଙ୍କ ସ୍ୱାମୀ ତାଙ୍କୁ ଘରୁ କାଢିବାର ଯୋଜନା କରୁଥିଲେ ବୋଲି ସେ କହିଥିଲେ।   

   Related Posts