ଭାଇରାଲ୍ ହେଲା ଦୀପିକା ପାଦୁକୋନଙ୍କ ଟ୍ବିଟ୍ : ସ୍ବାମୀ ରଣବୀରଙ୍କୁ ନୁହେଁ ପ୍ରକାଶଙ୍କୁ କଲେ ପ୍ରଶଂସା

Published By : Prameya-News7 Bureau | March 24, 2020 IST

ମୁମ୍ବାଇ ୨୪/୩: ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ କରୋନା ଭାଇରସ୍ ଯୋଗୁଁ ଏବେ ନିଜ ଘରେ ରହୁଛନ୍ତି ଏବଂ ସୋସିଆଲ ମିଡିଆରେ ଅଧିକ ଆକ୍ଟିଭ ରହୁଛନ୍ତି। ସୋସିଆଲ ମିଡିଆରେ ସେ ଆଜିକାଲି ପ୍ରତିଦିନ ନିଜ ଫ୍ୟାନଙ୍କ ପାଇଁ ନିଜ ଫଟୋ ଏବଂ ଭିଡିଓ ସେୟାର କରୁଛନ୍ତି। କିନ୍ତୁ ଏସବୁ ମଧ୍ୟରେ ଦୀପିକା ନିଜ ବାପା ଏବଂ ଭାରତର ପ୍ରସିଦ୍ଧ ବ୍ୟାଡମିଣ୍ଟନ୍ ଖେଳାଳୀ ପ୍ରକାଶ ପାଦୁକୋନଙ୍କ ପାଇଁ ସୋସିଆଲ ମିଡିଆରେ ଏକ ସ୍ପେଶାଲ ନୋଟ୍ ଲେଖିଥିଲେ ଏବଂ ତାଙ୍କର ଏକ ଖାସ୍ ବିଜୟ ଏବଂ ଭାରତୀୟ  ଖେଳରେ ତାଙ୍କ ଯୋଗଦାନ ପାଇଁ ତାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

{"id":243407,"sizeSlug":"large"}

ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ବାପା ପ୍ରକାଶ ପାଦୁକୋନ ପ୍ରସିଦ୍ଧ ଖେଳାଳୀ ରହିଆସିଛନ୍ତି। ସେ ତାଙ୍କ ବାପାଙ୍କୁ ସେହି ବିଜୟ କଥା ମନେ ପକାଇଥିଲେ ଯାହା ସେ ବେମ୍ବଲେ ଏରିନାରେ ଜିତିଥିଲେ। ପ୍ରକାଶ ପାଦୁକୋନ ଲଣ୍ଡନରେ ବେମ୍ବଲେ ଏରିନାରେ ଅଲ୍ ଇଂଲଣ୍ଡ ଚାମ୍ବିଅନଶିପ୍ ଜିତିଥିଲେ। ଏହି ବିଜୟକୁ ମନେ ପକାଇ ଦୀପିକା ଟ୍ବିଟରରେ ଲେଖିଥିଲେ,‘ ପାପା,ଆପଣଙ୍କ ବ୍ୟାଡମିଣ୍ଟନ୍ ଏବଂ ଇଣ୍ଡିଆନ୍ ସ୍ପୋର୍ଟରେ ଅସୀମିତ ଯୋଗଦାନ ରହିଛି। କଠିନ ପରିଶ୍ରମ,ଅନୁଶାସନ,ଦୃଢ଼ ପ୍ରତିଜ୍ଞବଦ୍ଧତା ପାଇଁ ମୁଁ ଆପଣଙ୍କ ଆଭାରୀ। ଆମେ ଆପଣଙ୍କ ପାଇଁ ଗର୍ବିତ। ହୃଦୟରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ’।

wp:core-embed/twitter {"url":"https://twitter.com/deepikapadukone/status/1242043441019641857","type":"rich","providerNameSlug":"twitter","className":""}
https://twitter.com/deepikapadukone/status/1242043441019641857
/wp:core-embed/twitter

ଦୀପିକା ପ୍ରଥମ ଥର ସୋସିଆଲ ମିଡିଆରେ ନିଜ ବାପାଙ୍କ ସ୍ପୋର୍ଟମ୍ୟାନଶିପ୍ ବିଷୟରେ ଏପରି କହିନାହାନ୍ତି ବରଂ ଏହା ପୂର୍ବରୁ ମଧ୍ୟ ସେ ଅନେକ ଥର ନିଜ ବାପାଙ୍କୁ ଧନ୍ୟବାଦ କହି ସାରିଛନ୍ତି।

{"id":243412,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.