ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ମ୍ୟାନେଜର କରିଶ୍ମାଙ୍କ ଘରୁ ମିଳିଲା ଡ୍ରଗ୍ସ, ସମନ ପଠାଇଲା ଏନସିବି

Published By : Prameya-News7 Bureau | October 28, 2020 IST

ନୂଆଦିଲ୍ଲୀ ୨୮/୧୦: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କକୁ ନେଇ ଛାନଭିନ୍ ଚଳାଇଥିବା ନାରକୋଟିକ୍ସ କଂଟ୍ରୋଲ ବ୍ୟୁରୋ (ଏନସିବି)ର ତଦନ୍ତ ଏବେ ଆଗକୁ ବଢ଼ିଛି। ଗତମାସରେ ଏନସିବି ବହୁ ବଡ଼ ବଡ଼ ସେଲିବ୍ରିଟିଙ୍କୁ ଏ ମାମଲାରେ ଜେରା କରିଥିଲା। ଏହା ସହ ଡ୍ରଗ୍ସ ମାମଲାରେ କେତେକଙ୍କୁ ଗିରଫ ମଧ୍ୟ କରିଛି। ଏହାରି ଭିତରେ ଡ୍ରଗ କନେକ୍ସନକୁ ନେଇ ଏନସିବିର ଟିମ ମୁମ୍ବାଇରେ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ମ୍ୟାନେଜର କରିଶ୍ମା ପ୍ରକାଶଙ୍କ ଘରେ ଚଢ଼ଉ କରିଛି। ତାଙ୍କ ଘରୁ ଏନସିବିକୁ ଡ୍ରଗ୍ସ ମିଳିଛି। ଏହାକୁ ନେଇ ଏନସିବି କରିଶ୍ମାକୁ ସମନ ଜାରି କରିଛି।

କେବଳ ଏତିକି ନୁହେଁ ଡ୍ରଗ୍ସ ପେଡଲରଙ୍କ ସହ ତାଙ୍କର କନେକ୍ସନ ଥିବା ଏନିସିବିକୁ ସୁରାଗ ମିଳିଛି। କରିଶ୍ମାଙ୍କ ଘ​‌ରେ ଛାନଭିନ୍ କରିବା ସମୟରେ ହିଁ ତାଙ୍କ ଘରୁ ଡ୍ରଗ୍ସ ମିଳିଛି। ମଙ୍ଗଳବାର ଏନସିବି ସମନ ପଠାଇଥିଲା। ତେବେ କରିଶ୍ମାଙ୍କୁ ଟ୍ରାକ କରାଯାଇପାରି ନାହିଁ। ରିୟା ମାମଲାରେ କିଛି ଡ୍ରଗ୍ସ ପେଡଲରଙ୍କ ତଦନ୍ତରେ କରିଶ୍ମାଙ୍କ ନାଁ ସାମ୍ନାକୁ ଆସିଥିଲା। ଯାହା ପରେ ଏନିସିବି ତାଙ୍କ ଘରେ ରେଡ କରିଥିଲା।

ପୂର୍ବରୁ ଏ ମାମଲାରେ ଦୀପିକା ପାଦୁକୋନଙ୍କୁ ମଧ୍ୟ ଜେରା କରିସାରିଛି। ଏପରିକି କରିଶ୍ମା ଓ ତାଙ୍କୁ ସାମ୍ନାସାମ୍ନି କରାଇ ପଚରାଉଚରା କରାଯାଇଥିଲା। କରିଶ୍ମାଙ୍କ ଘରୁ ୧.୮ ଗ୍ରାମ ଡ୍ରଗ୍ସ ଜବତ କରିଛି ଏନସିବି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.