ବଲିଉଡ ସୁନ୍ଦରୀଙ୍କ ଡ୍ରଗ୍ସ ପ୍ରେମ: ଯେଉଁ ହ୍ଵାଟ୍ସଆପ୍ ଗ୍ରୁପରେ ହେଉଥିଲା ଡ୍ରଗ୍ସ ବିଷୟରେ ଆଲୋଚନା, ତାର ଗ୍ରୁପ୍ ଆଡମିନ୍ ଥିଲେ ଦୀପିକା ପାଦୁକୋନ

Published By : Prameya-News7 Bureau | September 25, 2020 IST

ମୁମ୍ବାଇ ୨୫।୦୯: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ କନେକ୍ସନ ସାମ୍ନାକୁ ଆସିବା ପରେ  ବଲିଉଡର ଅନେକ ବଡ ବଡ ତାରକା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି)ର ରାଡାରରେ। ରିୟା ଚକ୍ରବର୍ତ୍ତୀଙ୍କ ଗିରଫଦାରୀ ପରେ ଏନସିବି ଟିମ୍ ଅବୈଧ ନିଶା ସେବନ ମାମଲାରେ ଅଭିନେତ୍ରୀ ରକୁଲ ପ୍ରୀତ ସିଂହଙ୍କୁ ପଚରା ଉଚୁରା କରୁଛି। ଅନ୍ୟପଟେ ଏହି କେସ୍‌ରେ ଏହି କେନ୍ଦ୍ରୀୟ ଏଜେନ୍ସିକୁ ବଡ ସୂଚନା ମିଳିଛି। ଏନସିବି ସୂତ୍ର ଅନୁଯାୟୀ ଯେଉଁ ହ୍ଵାଟ୍ସଆପ୍‌ ଗ୍ରୁପରେ ଡ୍ରଗ୍ସକୁ ନେଇ ଆଲୋଚନା କରାଯାଉଥିଲା ସେହି ଗ୍ରୁପର ଆଡମିନ୍ ହେଉଛନ୍ତି ଦୀପିକା ପାଦୁକୋନ।

ଏନସିବି ଅନୁଯାୟୀ ଏହି ଗ୍ରୁପ ୨୦୧୭ରେ କରାଯାଇଥିଲା। ଏହି ଗ୍ରୁପରେ ଦୀପିକା, ଜୟ ଶାହା ଓ କରିସ୍ମା ପ୍ରକାଶ ସାମିଲ ଥିଲେ। ଏହି ଗ୍ରୁପରେ ଦୀପିକା ଓ କରିସ୍ମା ମଧ୍ୟରେ ଡ୍ରଗ୍ସକୁ ନେଇ କଥା ହୁଅନ୍ତି। ଅପରପକ୍ଷେ ରକୁଲ ପ୍ରୀତ ସିଂହ ଏନସିବି ସାମ୍ନାରେ ସେ ୨୦୧୮ରେ ରିୟାଙ୍କ ସହିତ ଡ୍ରଗ୍ସ ଚାଟ୍‌ କରୁଥିବା ସ୍ଵୀକାର କରିଛନ୍ତି। ସେ କହିଛନ୍ତି ରିୟା ଚକ୍ରବର୍ତ୍ତୀଙ୍କ ସହିତ ତାଙ୍କ ଡ୍ରଗ୍ସ ବିଷୟରେ ହ୍ଵାଟ୍ସଆପ୍‌ରେ ଚାଟ୍ କରିଥିଲେ। ରକୁଲ କହିଛନ୍ତି ରିୟାଙ୍କ ଡ୍ରଗ୍ସ ମୋ ଘରେ ଥିଲା। ହେଲେ ରକୁଲ ପ୍ରୀତ ଡ୍ରଗ୍ସ ସେବନ କଥାକୁ ଖଣ୍ଡନ କରିଛନ୍ତି।

ସୂଚନାଯୋଗ୍ୟ, ରିୟା ଚକ୍ରବର୍ତ୍ତୀଙ୍କ ଗିରଫଦାରୀ ପରେ ଏନସିବିର ଟିମ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ, ସାରା ଅଲୀ ଖାନ ଓ ଶ୍ରଦ୍ଧା କପୁରଙ୍କୁ ଜେରା ପାଇଁ ସମନ ପଠାଇଛି। ଅନ୍ୟପଟେ ଟିଭି ଅଭିନେତା ସନମ ଜୋହର ଓ ଏବିଗଲେ ପାଣ୍ଡେଙ୍କ ବିରୋଧରେ ଏନଡିପିଏସର ଧାରା ୨୦ ଆଧାରରେ ମାମଲା ରୁଜୁ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.