Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ସଂକ୍ରମଣ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୬୬୯ ଆକ୍ରାନ୍ତ
  • ||
  • ସରକାର ଓ କୃଷକଙ୍କ ମଧ୍ୟରେ ପ୍ରଥମ ବୈଠକ ବିଫଳ: ପୁଣି ଡିସେମ୍ବର ୩ରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା, ଜାରି ରହିବ ଆନ୍ଦୋଳନ
  • ||
  • ସୋର : ବାଇକ୍ ଉପରେ ମାଡିଗଲା କାର୍, ୩ ଗୁରୁତର
  • ||
  • କଣ୍ଟାବାଞ୍ଝି : ରାସ୍ତା କଡ ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍ଦୁ, ଦୁଇ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଟ୍ରକ୍‌କୁ ୮୭ ହଜାର ଟଙ୍କା ଫାଇନ୍, ପରମିଟ୍ ନଥାଇ ପରିବହନ ହେଉଥିଲା ଅଧିକ ଓଜନର ସାମଗ୍ରୀ
  • ||
  • ଆଠମଲ୍ଲିକ : ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ସୋର : ଟ୍ରକ୍ ଚାପାରେ ମା’ ମୃତ, ବାପା-ପୁଅ ଗୁରୁତର
  • ||
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ଜେଏନ୍‌ୟୁ ହିଂସାକାଣ୍ଡରେ ଛାତ୍ରଛାତ୍ରୀଙ୍କୁ ସମର୍ଥନ କରିବା ପାଇଁ କ୍ୟାମ୍ପସ ପହଞ୍ଚିଥିଲେ ଦୀପିକା…

8/01/2020 at 9:12 AM

ନୂଆଦିଲ୍ଲୀ୮|୧: ଦେଶର ଏକ ବଡ଼ ଶିକ୍ଷାନୁଷ୍ଠାନ ଜବାହାରଲାଲ୍ ନେହେରୁ ବିଶ୍ୱବିଦ୍ୟାଳୟ(ଜେଏନ୍‌ୟୁ)ରେ ହୋଇଥିବା ହିଂସାକାଣ୍ଡକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ହେଉଛି। ସୂଚନାଯୋଗ୍ୟ ଯେ, କ୍ୟାମ୍ପସ ଭିତରେ କିଛି ଦୁର୍ବୃତ୍ତ ପଶି ମାର୍‌ପିଟ୍ କରିଥିବା ଘଟଣା ସମସ୍ତଙ୍କୁ ଆଘାତ କରିଛି। ଜେଏନ୍‌ୟୁରେ ବିଭିନ୍ନ ସ୍ଥାନରେ ଏହି ଘଟଣାକୁ କଡ଼ା ନିନ୍ଦା କରିଯାଉଛି।

କିଛି ବଲିଉଡ୍‌ ସେଲେବ୍ରିଟିମାନେ ମଧ୍ୟ ଏହିଘଟଣା ନେଇ ନିଜର ପ୍ରତିକ୍ରିୟା ଦେଇଛନ୍ତି। କିଛି ବଲିଉଡ ସେଲେବ୍ରିଟି ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ତ କିଛି ଏହି ହିଂସାକାଣ୍ଡ ବିରୋଧରେ ପ୍ରଦର୍ଶନ କରିଛନ୍ତି। ତେବେ ଏହାକୁ ବିରୋଧ କରି ବଲିଉଡ ଷ୍ଟାର ଦୀପିକା ପାଦୁକୋନ ଜେଏନୟୁ କ୍ୟାମ୍ପସ ପହଞ୍ଚିଥିଲେ।

ଜେଏନୟୁ ଛାତ୍ରଙ୍କୁ ଆକ୍ରମଣ ଘଟଣା ପରେ ଜେଏନୟୁ କ୍ୟାମ୍ପସରେ କିଛି ଛାତ୍ରଛାତ୍ରୀଙ୍କ ଗହଣରେ ବଲିଉଡ ଷ୍ଟାର ଦୀପିକା ପାଦୁକୋନଙ୍କୁ ଦେଖିବାକୁ ମିଳିଥିଲା । କ୍ୟାମ୍ପସରେ ହିଂସା ଘଟଣାକୁ ନେଇ ପ୍ରତିବାଦ କରୁଥିବା ଛାତ୍ରଛାତ୍ରୀଙ୍କୁ ସମର୍ଥନ ତଥା ସହାନୁହଭୁତି ଦେବା ଉଦ୍ଦେଶ୍ୟରେ ଜେଏନୟୁ ଯାଇଥିଲେ ଦୀପିକା। ସେଠାରେ ଉପସ୍ଥିତ ଥିବା ଷ୍ଟୁଡେଣ୍ଟମାନଙ୍କ ସହ ଦୀପିକା କଥାବାର୍ତ୍ତା ମଧ୍ୟ କରିଥିଲେ।

ଛାତ୍ର ସଂସଦର ସଭାପତି ଆଇଶା ଘୋଷଙ୍କ ସହ ଦୀପିକାଙ୍କୁ ଦେଖିବାକୁ ମିଳିଥିଲା। ତେବେ ଦୀପିକା ଘଟଣା ପ୍ରସଙ୍ଗରେ କିଛି ବି କହିନାହାଁନ୍ତି। ନିଜ ଅପକମିଂ ଫିଲ୍ମ ଛପାକର ପ୍ରମୋସନ ପାଇଁ ଦୀପିକା ୨ଦିନ ହେବ ଦିଲ୍ଲୀରେ ଥିଲେ। ଅବଶ୍ୟ ଦୀପିକା ଜେଏନୟୁରେ ନିଜ ଫିଲ୍ମ ପ୍ରସଙ୍ଗରେ କିଛି କହିନଥିଲେ କାରଣ ସେଠାର ମାହୋଲ ଖତୁବ ଗରମ ଥିଲା। ଛାତ୍ର ଛାତ୍ରୀମାନେ ଖୁବ ଜୋର ସୋରରେ ‘ଜୟ ଭିମ୍‌’ ଓ ‘ଜୟ ଭଗତ ସିଂହ’ର ସ୍ଲୋଗାନ୍‌ ଦେଉଥିଲେ।

   Related Posts