ମୁମ୍ବାଇ ୧୧/୫: ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋଣଙ୍କ ଏକ ପୁରୁଣା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି। ଗତ ବର୍ଷ ଦୀପିକା ପାଦୁକୋଣ ଆଜିର ଦିନରେ ମେଟ ଗାଲାରେ ସାମିଲ ହୋଇଥିଲେ। ଡ୍ରେସ୍ ପିନ୍ଧି ଯେତେବେଳେ ସେ ରେଡ କାର୍ପେଟରେ ଯିବା ପୂର୍ବରୁ ହୋଟେଲର ଲବିରେ ତାଙ୍କୁ ଓ୍ବାଇନ୍ ପିଉଥିବାର ଦେଖାଯାଇଥିଲା। ଡ୍ରେସ୍ ଗୋଡ଼ରେ ଫସି ଯିବାରୁ ସେ ପଡ଼ୁ ପଡ଼ୁ ବଞ୍ଚିଯାଇଥିଲେ। ଭିଡିଓରେ ଆପଣ ଦେଖି ପାରୁଥିବେ ଯେ କିଛି ଲୋକ ତାଙ୍କ ଡ୍ରେସକୁ ସମ୍ଭାଳୁଛନ୍ତି। ସେହି ସମୟରେ ସେ ନିଜକୁ ସମ୍ଭାଳିଥିଲେ ଏବଂ ନିଜକୁ ବଞ୍ଚାଇଥିଲେ।
wp:core-embed/instagram {"url":"https://www.instagram.com/p/BxM-m2ZB0cJ/?utm_source=ig_embed\u0026utm_campaign=embed_video_watch_again","type":"rich","providerNameSlug":"instagram","className":""} /wp:core-embed/instagramଦୀପିକା ପାଦୁକୋଣ ପ୍ରଥମ ଥର ଜ୍ୟାକ୍ ପୋସେନଙ୍କ ଦ୍ବାରା ପ୍ରସ୍ତୁତ କରାଯାଇଥିବା ଗାଉନ୍ ପିନ୍ଧିଥିଲେ। ସେହି ସମୟରେ ସେ ବାର୍ବି ଲୁକରେ ନଜର ଆସିଥିଲେ।
wp:core-embed/instagram {"url":"https://www.instagram.com/p/CAAXXnSDobK/","type":"rich","providerNameSlug":"instagram","className":""} /wp:core-embed/instagramନିକଟରେ ଦୀପିକା ପାଦୁକୋଶ ମଦର୍ସ ଡେ ରେ ନିଜ ପୁରୁଣା ଫଟୋ ସେୟାର କରିଥିଲେ ଏବଂ ମାଆଙ୍କ ପାଇଁ ଏକ ପୋଷ୍ଟ ମଧ୍ୟ ଲେଖିଥିଲେ। ଦୀପିକା ଷ୍ଟୁଡେଣ୍ଟ ଥିବା ସମୟରେ ନିଜର ଏକ ଫଟୋ ସେୟାର କରିଥିଲେ ଯେଉଁଥିରେ ସେ ହାତରେ ଟ୍ରଫି ଧରିଥିବାର ଦେଖାଯାଇଥିଲା। ସେ ନିଜ ସ୍କୁଲ୍ ୟୁନିଫର୍ମରେ ନଜର ଆସିଥିଲେ।
{"id":268433,"sizeSlug":"large"}