ଗୋଆ ଫେରିବେ ଦୀପିକା ପାଦୁକୋନ୍, ଖୁବଶୀଘ୍ର ଆରମ୍ଭ କରିବେ ଫିଲ୍ମ ସୁଟିଂ

Published By : Prameya-News7 Bureau | October 08, 2020 IST

ମୁମ୍ବାଇ ୦୮/୧୦: ଡ୍ରଗ୍ସ ମାମଲାରେ ଫସିଥିବା ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ୍ ପୁଣି ଥରେ ଫିଲ୍ମ ସୁଟିଂ ପାଇଁ ପ୍ରସ୍ତୁତ ହୋଇଛନ୍ତି। ସୂତ୍ର ଅନୁସାରେ ସେ କିଛି ଦିନରୁ ମୁମ୍ବାଇରେ ହିଁ ଅଛନ୍ତି। ଏବେ ପୁଣି ଥରେ ଗୋଆ ଅଭିମୁଖେ ବାହାରିବେ। କାରଣ ସେ ତାଙ୍କର ଏକ ଫିଲ୍ମ ପ୍ରୋଜେକ୍ଟକୁ ଅଧା ଛାଡ଼ି ଏନସିବି ଜେରା ପାଇଁ ମୁମ୍ବାଇ ଆସିଥିଲେ। ଏବେ ପୁଣି ସେହି ପ୍ରୋଜେକ୍ଟ କାମରେ ଗୋଆ ଫେରିବେ।

ତେବେ ଏନିସିବି ବଲିଉଡ୍ ଡ୍ରଗ୍ସ ଲିଙ୍କରେ ଦୀପିକାଙ୍କୁ ସମନ୍ ପଠାଇ ଥିଲା। ସମନ୍ ପାଇବା ପରେ ସେ ଗୋଆରୁ ମୁମ୍ବାଇ ଅଭିମୁଖେ ଆସିଥିଲେ। ଏହା ପରେ ତାଙ୍କୁ ଏନସିବି ଅଫିସରେ ସାଢ଼େ ପାଞ୍ଚ ଘଣ୍ଟା ଜେରା କରାଯାଇ ଥିଲା। ସେବେଠୁ ସେ ମୁମ୍ବାଇରେ ଅଛନ୍ତି। ତେବେ ସେ ଏବେ ଶକୁନ ବାତ୍ରାଙ୍କ ଫିଲ୍ମ ସୁଟିଂ ପାଇଁ ପୁଣି ଗୋଆ ଫେରିବେ।

ସୂଚନାଯୋଗ୍ୟ ସେ ସେପ୍ଟେମ୍ବର ୨୫ରେ ଡ୍ରଗ୍ସ ମାମଲାରେ ମୁମ୍ବାଇ ଆସିଥିଲେ। ତାଙ୍କ ମ୍ୟାନେଜର କରିଶ୍ମାଙ୍କ ସହ ତାଙ୍କର ଡ୍ରଗ୍ସ ଚାଟ୍ ଭାଇରାଲ ହୋଇଥିଲା। ଯାହାକୁ ଆଧାର କରି ଏନସିବି ଜେରା ପାଇଁ ତାଙ୍କୁ ଡାକିଥିଲା। ତେବେ ଏନସିବି ଦୀପିକାଙ୍କ ବ୍ୟତୀତ ରକୁଲ ପ୍ରୀତ ସିଂହ, ଶ୍ରଦ୍ଧା କପୁର ଓ ସାରା ଅଲ୍ଲୀ ଖାନଙ୍କୁ ମଧ୍ୟ ଜେରା କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.