Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପ୍ରତିରକ୍ଷା ରପ୍ତାନୀ କ୍ଷେତ୍ରରେ ମାଇଲ ଖୁଣ୍ଟ : ଫିଲିପାଇନ୍ସକୁ ଧୃବ ହେଲିକପ୍ଟର ବିକ୍ରି କରିବ ଭାରତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୧୫୯ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୮କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୫ କରୋନା ସଂକ୍ରମିତ, ୧୦୫୦୯୫୫ରେ ପହଞ୍ଚିଲା ସଂଖ୍ୟା
  • ||
  • ବାୟୁସେନା ହେଲିକପ୍ଟର କ୍ରାସ୍‌ରେ ଓଡିଆ ଯବାନ ମୃତ, ତାଳଚେରରେ ରାଣା ପ୍ରତାପ ଦାସଙ୍କ ଘର
  • ||
  • ମାତିଲେ ମାଓବାଦୀ : ଜାଳିଲେ ଗାଡ଼ି, ସୁପରଭାଇଜରଙ୍କୁ କଲେ ଅପହରଣ
  • ||
  • ମୁହାଁମୁହିଁ ହେବେ ଶାସକ-ବିରୋଧି : ମମିତା ମେହେର ପ୍ରସଙ୍ଗରେ ବିଧାନସଭା ଘେରିବ ବିଜେପି
  • ||

ଏନସିବି ସମନ ପରେ ଗୋଆରୁ ଆଜି ମୁମ୍ବାଇ ଆସିବେ ଦୀପିକା ପାଦୁକୋନ

24/09/2020 at 12:25 PM

ମୁମ୍ବାଇ ୨୪/୦୯: ବଲିଉଡ ଡ୍ରଗ୍ସ କାରବାରରେ ଅଭିନେତ୍ରୀ ଦୀପିକାଙ୍କ ନାଁ ସାମିଲ ହୋଇଛି। ଏକଥା ଜଣାପଡ଼ିବା ପରେ ଏନସିବି ଗତକାଲି ତାଙ୍କୁ ସମନ ପଠାଇଥିଲା। ସେ ଏବେ ଗୋଆରେ ଥିଲେ। ଏନସିବି ସମନ ପାଇବା ପରେ ଦୀପିକା ଆଜି ଗୋଆରୁ ମୁମ୍ବାଇ ଆସିବେ। ତାଙ୍କୁ ଚାର୍ଟାଡ ପ୍ଲେନରେ ଆସିବାର ଅନୁମତି ମିଳିଛି। ଗୋଆରୁ ଦି’ପହର ୧.୩୦ରେ ମୁମ୍ବାଇ ଅଭିମୁ​‌ଖେ ଯାତ୍ରା କରିବେ ଦୀପିକା। ସେପ୍ଟେମ୍ବର ୨୫ ଅର୍ଥାତ ଆସନ୍ତାକାଲି ତାଙ୍କୁ ଏ ନେଇ ଏନସିବି ପଚରାଉଚରା କରିବ।

ଦୀପିକାଙ୍କ ବିରୋଧରେ ଏନସିବିକୁ ଏକ ଡ୍ରଗ୍ସ ଚାଟ୍ ମିଳିଥିଲା। ଏହି ଚାଟ୍ ଥିଲା ୨୦୧୮ ଅକ୍ଟୋବର ୨୮ ତାରିଖର। ଚାଟରୁ ଜଣାପଡ଼ିଛି ଯେ ତାଙ୍କ ମ୍ୟାନେଜର କରିଶ୍ମା ପ୍ରକାଶଙ୍କ ଦ୍ବାରା ସେ ଡ୍ରଗ୍ସ ମାଗିଛନ୍ତି।

ତେବେ ସୁଶାନ୍ତ ଅପମୃତ୍ୟୁ ମାମଲାରେ ଏନସିବି ଆଜି ସିମୋନ ଖମ୍ବାଟାଙ୍କୁ ପଚରାଉଚରା କରୁଛି। ଏହା ସହ ସୁଶାନ୍ତଙ୍କ ମ୍ୟାନେଜର ଶ୍ରୁତି ମୋଦିଙ୍କୁ ବି ଜେରା କରୁଛି। ତେବେ ଅଭିନେତ୍ରୀ ରକୁଲ ପ୍ରୀତି ସିଂହଙ୍କୁ ଏନସିବି ସମନ ମିଳି ନ ଥିବା ମନା କରିଛନ୍ତି। କେବଳ ଏତିକି ନୁହେଁ, ତାଙ୍କ ସହ ଏନସିବିର କୌଣସି ଯୋଗାଯୋଗ ମଧ୍ୟ ହୋଇପାରୁ ନାହିଁ।  ଅବଶ୍ୟ ସାରା ଓ ଶ୍ରଦ୍ଧାଙ୍କୁ ସେପ୍ଟେମ୍ବର ୨୬ରେ ଜେରା କରାଯିବ।

   Related Posts