ଦୀପିକା ପାଦୁକୋଣ ନିଜେ ନିର୍ମାଣ କରିବେ ‘ମହାଭାରତ’ : ଅଭିନୟ କରିବେ ଏହି ଦମଦାର ଭୂମିକାରେ

Published By : Prameya-News7 Bureau | October 25, 2019 IST

ମୁମ୍ବାଇ ୨୫/୧୦: ମେଘନା ଗୁଲଜାରଙ୍କ ଫିଲ୍ମ ଛପାକରୁ ପ୍ରଡ୍ୟୁସର ହୋଇଥିବା ଦୀପିକା ପାଦୁକୋଣ ନିଜର ଏହି ନୂଆ ଭୂମିକାରେ ସମ୍ପୂର୍ଣ୍ଣ ଭାବେ ଢ଼ଳି ଯାଇଛନ୍ତି। ପ୍ରଡ୍ୟୁସର ହେଉ ହେଉ ଦୀପିକା ନିଜ ହାତରେ ଏକ ଏପରି ପ୍ରୋଜେକ୍ଟ ନେଇଛନ୍ତି, ଯାହା କୌଣସି ଫିଲ୍ମନିର୍ମାତାଙ୍କ ପାଇଁ ସହଜ ନୁହେଁ। ଦୀପିକା ପାଦୁକୋଣ ‘ମହାଭାରତ’କୁ ନେଇ ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି। ଖାସ୍ କଥା ହେଉଛି ଏହା ଯେ ଦୀପିକା ନିଜେ ଏହି ଫିଲ୍ମରେ ଦ୍ରୌପଦୀ ଭୂମିକାରେ ଅଭିନୟ କରିବେ।

{"id":174530}

ଦୀପିକାଙ୍କ ଏହି ମହାଭାରତ ଦ୍ରୌପଦୀ ଚରିତ୍ର ଜରିଆରେ କାହାଣୀ ଉପସ୍ଥାପନ କରିବ। ଦୀପିକାଙ୍କ ସହ ଏହି ଫିଲ୍ମକୁ ମଧୁ ମାଣ୍ଟେନା ନିର୍ମାଣ କରିବେ। ଫିଲ୍ମର ବାକି ଷ୍ଟାରକାଷ୍ଟ ଏଯାଏଁ ସ୍ଥିର ହୋଇନାହିଁ। ଫିଲ୍ମଟି ୨ଟି କିମ୍ବା ୩ଟି ଭାଗରେ ନିର୍ମାଣ କରାଯିବ ଏବଂ ପ୍ରଥମ ଭାଗ ୨୦୨୧ମସିହାରେ ରିଲିଜ ହେବ। ମହାଭାରତକୁ ନିର୍ମାଣ କରିବା ପାଇଁ ଏକ ବଡ଼ ଫିଲ୍ମମେକରଙ୍କୁ ଖୋଜା ଚାଲିଛି।

{"id":174532}

ମହାଭାରତ ଫିଲ୍ମକୁ ନେଇ ଅନେକ ଦିନରୁ ଚର୍ଚ୍ଚା ଚାଲିଛି। ଏହାକୁ ନେଇ ଅନେକ ଖବର ଶୁଣାଯାଇଛି। କିଛି ମାସ ପୂର୍ବରୁ ଖବର ଆସିଥିଲା ଯେ ଆମୀର ଖାନ୍ ମହାଭାରତ ନିର୍ମାଣ କରିବାକୁ ଯାଉଛନ୍ତି। ଏହା ଉପରେ ଅନେକ ଟଙ୍କା ଖର୍ଚ୍ଚ ହେବାର କଥା ମଧ୍ୟ ଶୁଣାଯାଇଥିଲା। ଆମୀର ନିଜେ କୃଷ୍ଣ ଭୂମିକାରେ ଅଭିନୟ କରିବାକୁ ଚାହୁଁଥିଲେ, କିନ୍ତୁ ଏହା ଆଗକୁ ବଢ଼ି ପାରିନଥିଲା। ଗତ ବର୍ଷ ଶୁଣିବାକୁ ମିଳିଥିଲା ଯେ,ଆମୀର ସମୟ ଅଭାବରୁ ଏହି ଫିଲ୍ମକୁ ଛାଡ଼ି ଦେଇଥିଲେ।

{"id":174533}

ଦକ୍ଷିଣ ଭାରତର ସୁପରଷ୍ଟାର ମୋହନ ଲାଲ ମଧ୍ୟ କିଛି ମାସ ତଳେ ମହାଭାରତ ନିର୍ମାଣ କରିବାକୁ ଘୋଷଣା କରିଥିଲେ। ମୋହନ ଲାଲ ଏମ ଟି ବାସୁଦେବନ ନାୟରଙ୍କ ଉପନ୍ୟାସ ‘ରନ୍ଦମୁଜ୍ଝମ’ ଉପରେ ଏକ ଫିଲ୍ମ କରିବାକୁ ଘୋଷଣା କରିଥିଲେ। ଏହି ପ୍ରୋଜେକ୍ଟ ମଧ୍ୟ ପ୍ରି ପ୍ରଡକ୍ସନରୁ ଆଗକୁ ବଢ଼ିପାରିନଥିଲା।

{"id":174534,"width":594,"height":395}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.