Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ବାତ୍ୟା ‘ନିଭାର୍’: ୨୫ରୁ ପ୍ରବଳ ବର୍ଷା, ଜିଲ୍ଲାପାଳଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ
  • ||
  • ଚିନ୍ତା ବଢାଇଲାଣି କରୋନାର ୨ୟ ଲହର : ଆଜି PM-CM ଆଲୋଚନା, କୋଭିଡ -19 ର ସ୍ଥିତି ଏବଂ ଟିକା ବିତରଣ ନେଇ ସମୀକ୍ଷା
  • ||
  • ଚିନ୍ତା ଘାରୁଛି କରୋନା ମୃତ୍ୟୁ, ସେପଟେ ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୯୧୩ ସଂକ୍ରମିତ
  • ||
  • ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍: ଲେଖିଲେ, ଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଟଙ୍କା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟର ୬ ବିଶ୍ବବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତି: ଜାଣନ୍ତୁ କିଏ, କେଉଁଠି
  • ||
  • ନାବାଳିକାକୁ ଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା କରିଥିଲା ସଂପର୍କୀୟ କକା: ଏମିତି ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଘେରିଲେ ମହିଳା
  • ||
  • ଭୁବନେଶ୍ବର : ଓଟିଭିରୁ ଇସ୍ତଫା ଦେଲେ ନିହାର ରଞ୍ଜନ ଭୂୟାଁ
  • ||

ପ୍ରଥମ ଥର ପାଇଁ ପରଦାରେ ଏକାଠି ନଜର ଆସିବେ ହ୍ରିତିକ୍‌-ଦୀପିକା…

29/01/2020 at 12:13 PM

ମୁମ୍ବାଇ୨୯|୧: ବଲିଉଡର ଷ୍ଟାଇଲିସ୍‌ ସୁପରଷ୍ଟାର ହ୍ରିତିକ ରୋଶନ ଏବଂ ବଲିଉଡର ହାଏ ଡିମାଣ୍ଡ ଅଭିନେତ୍ରୀ ଦୀପିକା ପାଦୁକନ୍‌ ଖୁବ ଶୀଘ୍ର ଏକା ସହ ପରଦାରେ ନଜର ଆସିବେ। ଫ୍ୟାନ୍‌ମାନେ ମଧ୍ୟ ହ୍ରିତିକଙ୍କ ସହ ଦୀପିକାଙ୍କ ଯୋଡି ପରଦାରେ ଦେଖିବାକୁ ଚାହୁଁଛନ୍ତି। ତେବେ ଦର୍ଶକଙ୍କର ଏହି ଇଚ୍ଛା ପୂରଣ ହେବାକୁ ଯାଉଛି। ‘କ୍ରିଶ୍ ୪’ରେ ହ୍ରିତିକ୍‌ ଓ ଦୀପିକାଙ୍କ ଯୋଡି ଦେଖିବାକୁ ମିଳିବ। ଏହି ଫିଲ୍ମ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି।

‘କ୍ରିଶ୍‌’ର ପୂର୍ବ ଦୁଇଟି ପାର୍ଟରେ ପ୍ରିୟଙ୍କା ଚୋପଡାଙ୍କୁ ଦେଖିବାକୁ ମିଳିଥିଲା।ଏହି ପାର୍ଟରେ ହ୍ରିତିକ୍‌ ଓ ଦୀପିକାଙ୍କୁ ସ୍ଥିର କରାଯାଇଛି। ରାକେଶ ରୋଶନ୍‌ ଏହି ଫିଲ୍ମର ମୁଖ୍ୟ ଭୂମିକାରେ ଦୀପିକାଙ୍କୁ ନେବାକୁ ଚାହୁଁଛନ୍ତି। ହେଲେ ଦୀପିକା ଏହି ଫିଲ୍ମକୁ ଗ୍ରହଣ କରିବେ କି ନାହିଁ, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ। ତେବେ ଦୀପିକା ଏହି ଫିଲ୍ମ କରିବେ କି ନାହିଁ ତାହା ଆଗକୁ ଜଣାପଡ଼ିବ ।

ସୂଚନାଯୋଗ୍ୟ ଯେ, ୨୦୦୩ ମସିହାରରେ ରାକେଶ ରୋଶନ୍‌ଙ୍କ ନିର୍ଦ୍ଦେଶିତ ଓ ହ୍ରିତିକ୍‌ ରୋଶନଙ୍କ ଅଭିନୀତି ଫିଲ୍ମ ‘କୋଇ ମିଲ୍‌ ଗେୟା’ ରିଲିଜ ହୋଇଥିଲା। ଏହା ହିଟ୍‌ ହେବା ୨୦୦୬ ମସିହାରେ ଏହାର ସିକ୍ୱାଲ୍‌ ନିର୍ମାଣ ହୋଇଥିଲା , ଯାହାର ନାଁ ଥିଲା ‘କ୍ରିଶ୍’। ଫିଲ୍ମଟି ବକ୍ସ ଅଫିସ୍‌ରେ ଜବରଦସ୍ତ ପ୍ରଦର୍ଶନ କରିଥିଲା।

ଏହାପରେ ଦର୍ଶକଙ୍କ ଡିମାଣ୍ଡକୁ ଦେଖି ରୋଶନ ‘କ୍ରିଶ୍‌ ୩’ ତିଆରି କରିଥିଲେ। ହେଲେ ଏହି ଫିଲ୍ମଟି ବ୍ଲକବଷ୍ଟର ହିଟ୍‌ ହୋଇଥିଲା। ତେବେ ପୁଣି ଏହି ସିରିଜର ଆଉ ଏକ ପାର୍ଟ ରିଲିଜ ହେବାକୁ ଯାଉଛି। ଏହି ଫିଲ୍ମ ସହ ଅମିତାଭ ବଚ୍ଚନ ଓ ହେମା ମାଳୀନିଙ୍କ ସୁପରହିଟ୍‌ ଫିଲ୍ମ “ସତ୍ତେ ପେ ସତ୍ତା” ରିମେକ୍‌ରେ ମଧ୍ୟ ହ୍ରିତିକ୍‌ ମୁଖ୍ୟ ଭୂମିକାରେ ଅଭିନୟ କରିବେ। 

   Related Posts