Cannes 2022ରେ ଦୀପିକାଙ୍କ ସହ ଉର୍ବଶୀ, ତମନ୍ନା କଲେ ଘୁମର ଡ୍ୟାନ୍ସ, ସୋସିଆଲ୍‌ ମିଡିଆରେ ଭିଡିଓ ଭାଇରାଲ୍‌

Published By : Prameya-News7 Bureau | May 19, 2022 IST

ନୂଆଦିଲ୍ଲୀ ୧୯।୦୫: ଦୁନିଆ ସବୁଠାରୁ ବଡ ଫିଲ୍ମ ଫେଷ୍ଟିଭାଲ୍ କାନ୍ସ ୨୦୨୨ ଆରମ୍ଭ ହୋଇଯାଇଛି । ଏଥିରେ ବଲିଉଡ୍‌ର ଅନେକ ନାମୀଦାମୀ ଅଭିନେତ୍ରୀ ମଧ୍ୟ ସାମିଲ୍‌ ହୋଇଛନ୍ତି । ଏହା ବ୍ୟତୀତ ଭାରତ ପାଇଁ ଏକ ସ୍ବତନ୍ତ୍ର କାରଣ ରହିଛି କାହିଁକି ନା ପ୍ରଥମ ଥର ପାଇଁ ଭାରତକୁ 'କଣ୍ଟ୍ରି ଅଫ୍‌ ଅନର' ଭାବରେ ସାମିଲ୍‌ କରାଯାଇଛି। ଏହି ମୁହୂର୍ତ୍ତରେ ଇଣ୍ଡଷ୍ଟ୍ରିର ଅନେକ ଭେଟେରାନ୍ ଅଭିନେତା ସହ ଅଭିନେତ୍ରୀ ଉପସ୍ଥିତ ଥିଲେ। ହେଲେ ପରେ ଏକ ସାମ୍ବାଦିକ ସମ୍ମିଳନୀରେ ଦୀପିକାଙ୍କ ସମେତ ଅନ୍ୟ ଅଭିନେତ୍ରୀମାନେ କାନ୍ସରେ ପହଞ୍ଚିଥିଲେ। ସେଠାରେ ଘୁମର ଗୀତାରେ ନୃତ୍ୟ ମଧ୍ୟ କରିଥିଲେ । ଯାହାକୁ ଦେଖି ସମସ୍ତଙ୍କୁ ମତୁଆଲା ହୋଇଛନ୍ତି। ତାହାର ଏକ ଛୋଟ କ୍ଲିପ୍‌ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି ।

wp:html /wp:html

ବର୍ତ୍ତମାନ ଦୀପିକାଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ସେ ତମନ୍ନା ଭାଟିଆ, ପୂଜା ହେଗଡେ ଏବଂ ଉର୍ବଶୀ ରାଉତେଲାଙ୍କ ସହ ନାଚୁଥିବାର ନଜର ଆସିଛନ୍ତି। ଦୀପିକାଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି।ଭିଡିଓରେ ଏହା ଦେଖିବାକୁ ମିଳେ ଯେ ରାଜସ୍ଥାନର ଲୋକ ଗାୟକ ମାମେ ଖାନ ଏକ ଗୀତ ଗାଇ ସେଠାରେ ଉପସ୍ଥିତ ଅଭିନେତ୍ରୀମାନଙ୍କୁ ଘୁମର ନୃତ୍ୟ କରିବାକୁ ଅନୁରୋଧ କରିଥିଲେ। ଏହା ଉପରେ ଦୀପିକା ପାଦୁକୋନ, ତମନ୍ନା ଭାଟିଆ, ପୂଜା ହେଗଡେ ଉର୍ବଶୀ ରାଉତେଲା ଏକାଠି ମିଶି ନାଚୁଛନ୍ତି। ଏହି ସମୟରେ ଦୀପିକା ଏକ କଳା ରଙ୍ଗର ଡ୍ରେସ୍‌ ପିନ୍ଧୁଥିବା ବେଳେ ତମନ୍ନା ହଳଦିଆ ରଙ୍ଗର ପୋଷାକରେ ଏବଂ ପୂଜା ଏକ ଧଳା ପୋଷାକରେ ପିନ୍ଧିଛନ୍ତି। 

କାନ୍ସ ଉଦ୍‌ଘାଟନୀରେ ଦୀପିକା ତାଙ୍କ କଥାରେ ସମସ୍ତଙ୍କ ହୃଦୟ ଜିତିଥିଲେ। ଏହି ସମୟରେ ଦୀପିକା କହିଛନ୍ତି ଯେ ଏପରି ଏକ ଦିନ ଆସିବ ଯେତେବେଳେ ଭାରତ କାନ୍ସକୁ ଆସିବ ନାହିଁ କିନ୍ତୁ କାନ୍ସ ଭାରତକୁ ଆସିବ । ଏହି ସବୁ ଶୁଣିବା ପରେ ଦୀପିକାଙ୍କୁ ଖୁବ୍‌ ପ୍ରଶଂସା କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.