ଦୀପିକା No. 1: ଲୁଇ ୱିନଟନ୍ ଗ୍ଲୋବାଲ୍ କ୍ୟାମ୍ପେନ୍ରେ ପ୍ରଥମ ଭାରତୀୟ ଅଭିନେତ୍ରୀ
24/01/2020 at 11:33 AM

ମୁମ୍ବାଇ୨୪|୧: ବଲିଉଡର ପ୍ରତିଷ୍ଠିତ ଅଭିନେତ୍ରୀ ଦୀପିକା ପାଦୁକୋନ ଫିଲ୍ମ ଛପାକ୍ ନେଇ ବେଶ ଚର୍ଚ୍ଚାରେ ଥିଲେ। ରିଲିଜ ହେବା ପୂର୍ବରୁ ହିଁ ଫିଲ୍ମଟି ବିବାଦରେ ଥିଲା।ଜେଏନ୍ୟୁରେ ହୋଇଥିବା ହିଂସାକାଣ୍ଡରେ ଛାତ୍ରଛାତ୍ରୀଙ୍କୁ ସମର୍ଥନ କରିବା ପରେ ଦୀପିକାଙ୍କ ଫିଲ୍ମ ‘ଛପାକ୍’କୁ ବୟକଟ କରିବା ଚର୍ଚ୍ଚା ମଧ୍ୟ ହୋଇଥିଲା। ଫିଲ୍ମ ରିଲିଜ ହେବା ପରେ କିଏ ତାଙ୍କୁ ଟ୍ରୋଲ କରିଛି ତ କିଏ ସମର୍ଥନ ମଧ୍ୟ କରିଛି। ବଲିଉଡର ସବୁଠୁ ଅଧିକ ଆୟ କରୁଥିବା ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଦୀପିକା। ହଲିଉଡରେ ମଧ୍ୟ ଦୀପିକା ଅନେକ ଲୋକପ୍ରିୟତା ହାସଲ କରିଛନ୍ତି।

ତେବେ ନିକଟରେ ଦୀପିକାଙ୍କୁ ଓ୍ଵାର୍ଲ୍ଡ ଫୋରମ ପକ୍ଷରୁ କ୍ରିଷ୍ଟଲ ଆଓ୍ଵାର୍ଡରେ ସମ୍ମାନୀତ କରାଯାଇଥିଲା। ଏବେ ଦୀପିକା ପୁଣି ଥରେ ଇତିହାସ ରଚିଛନ୍ତି। ସୂଚନାଯୋଗ୍ୟ ଯେ, ଦୀପିକା ପ୍ରଥମ ବଲିଉଡ ଷ୍ଟାର ଯିଏ luxury fashion giant Louis Vuitton’s global campaignରେ ସାମିଲ ହେବେ। ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରି ଦୀପିକା ଏହି ଖବର ଦର୍ଶକଙ୍କୁ ଜଣାଇଛନ୍ତି। ଦୀପିକା ଫଟୋ ସେୟାର କରି ଲେଖିଛନ୍ତି ଯେ, ସେ ଲୁଇ ୱିନ୍ଟନ୍ ପରିବାରରେ ସାମିଲ ହୋଇଥିବାରୁ ବହୁତ ଖୁସି ଓ ଉତ୍ସାହିତ ଅଛନ୍ତି। ବିଶ୍ୱର ସବୁଠାରୁ ପ୍ରତିଷ୍ଠିତ ବ୍ରାଣ୍ଡ ପାଇଁ ନିକୋଲସ Ghesquiere ର ଭିଜନର ଅଂଶ ହେବା ତାଙ୍କ ପାଇଁ ବହୁତ ବଡ କଥା।

Pre-fall ୨୦୨୦ ଅଭିଯାନରେ ଟପ୍ ଫ୍ୟାସନ ବ୍ରାଣ୍ଡ ପାଇଁ ଦୀପିକାଙ୍କ ସହ ସୋଫି ଟର୍ନର, ଏମ୍ମା ରୋବର୍ଟସ, ଲିସେୟଡୋକ୍ସ, କ୍ଲୋ ଗ୍ରେସ ମୋରେଟଜ, ଏଲିସିୟା ଭିକେଣ୍ଡରଙ୍କ ସହ ନଜର ଆସିବେ। ଏହି ଫଟୋଶୁଟ୍ରେ ଦୀପିକା ଚେକ୍ ଡ୍ରେସ୍ ସହ ଓ୍ଵିଣ୍ଟର କୋଟ ଏବଂ ବୁଟ୍ ପିନ୍ଧିଥିବାର ନଜର ଆସିଛନ୍ତି।