କରୋନା ଭାଇରସ ବିରୁଦ୍ଧରେ ଲଢ଼ିବାପାଇଁ ଆଗକୁ ଆସିଲେ ଦୀପିକା ପାଦୁକୋନ : ଭିଡିଓ ଭାଇରାଲ୍
18/03/2020 at 10:20 AM

ମୁମ୍ବାଇ ୧୮/୩: ଦେଶବ୍ୟାପି କରୋନା ଭାଇରସର ଆତଙ୍କ ଦେଖିବାକୁ ମିଳୁଛି। ବଡ଼ ବଡ଼ ସେଲିବ୍ରିଟି ନିଜ ସ୍ତରରେ ଲୋକଙ୍କୁ ଏହି ଭାଇରସଠୁ ବର୍ତ୍ତିବା ପାଇଁ ଲୋକଙ୍କୁ ସଚେତନ କରାଉଛନ୍ତି। ଏହି ତାଲିକାରେ ଏବେ ଦୀପିକା ପାଦୁକୋନଙ୍କ ନାଁ ମଧ୍ୟ ସାମିଲ ହୋଇଯାଇଛି। ଦୀପିକାଙ୍କୁ ଓ୍ବାର୍ଲଡ ହେଲଥ ଓର୍ଗନାଇଜେସନ ଦ୍ବାରା ଲୋକଙ୍କୁ ସ୍ବଚ୍ଛତାକୁ ନେଇ ସଚେତନ କରାଇବା ପାଇଁ ବଛାଯାଇଛି। ଦୀପିକା ପାଦୁକୋନ ଏକ ଭିଡିଓ ସେୟାର କରିଛନ୍ତି ଏବଂ ଏଥିରେ ଅନ୍ୟ ବଡ଼ ସେଲିବ୍ରିଟିଙ୍କୁ ମଧ୍ୟ ଟ୍ୟାଗ୍ କରିଛନ୍ତି।
ଦୀପିକା ପାଦୁକୋନଙ୍କୁ WHO ର ଡାଇରେକ୍ଟର ସେଫ ହ୍ୟାଣ୍ଡ ଚ୍ୟାଲେଞ୍ଜକୁ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ବାଛିଛନ୍ତି। ଦୀପିକା ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସେ ସେଫ ହ୍ୟାଣ୍ଡ ଚ୍ୟାଲେଞ୍ଜ ଜରିଆରେ ହାତ ସଫା କରୁଥିବା ନଜର ଆସିଛନ୍ତି। ଭିଡିଓ ସହ ସେ କ୍ରିଷ୍ଟିଆନୋ ରୋନାଲ୍ଡୋ,ବିରାଟ କୋହଲି ଏବଂ ରୋଜର ଫେଡରରଙ୍କୁ ମଧ୍ୟ ଏହି ଚ୍ୟାଲେଞ୍ଜରେ ଭାଗ ନେବାକୁ ଟ୍ୟାଗ୍ କରିଛନ୍ତି।

ଭିଡିଓ ସହ ସେ କ୍ୟାପସନରେ ଲେଖିଛନ୍ତି, ‘ଧନ୍ୟବାଦ ଡକ୍ଟର ଟେଡ୍ରୋଜ ତାଙ୍କୁ ସେଫ ହ୍ୟାଣ୍ଡସ୍ ଚ୍ୟାଲେଞ୍ଜରେ ସାମିଲ କରିବା ପାଇଁ। ସମ୍ଭବତଃ ଲୋକଙ୍କ ସୁରକ୍ଷା ପାଇଁ ଏହି ଟାସ୍କ ନିହାତି ଜରୁରୀ। ଆମେ ସବୁ ଏହି ଯୁଦ୍ଧରେ ଏକାଠି ଅଛୁ। ସେ ରୋଜର ଫେଡେରର,କ୍ରିଷ୍ଟିଆନୋ ରୋନାଲ୍ଡୋ ଏବଂ ବିରାଟ କୋହଲିଙ୍କୁ ମଧ୍ୟ ଏହି ଚ୍ୟାଲେଞ୍ଜ ପାଇଁ ନୋମିନେଟ୍ କରୁଛନ୍ତି’।

କେବଳ ଦୀପିକା ନୁହେଁ ବରଂ ଏହି ଚ୍ୟାଲେଞ୍ଜ ପାଇଁ ପ୍ରିୟଙ୍କା ଚୋପ୍ରା,ହଲିଉଡ ଷ୍ଟାର ଆରନୋଲ୍ଡ ସ୍ବାରଜେନେଗାର ଏବଂ ଆମେରିକାନ୍ ମଡେଲ୍ କ୍ରିଷ୍ଟି ଟଲିର୍ଗଟନଙ୍କୁ ମଧ୍ୟ ଏହି ଚ୍ୟାଲେଞ୍ଜ ପାଇଁ ସିଲେକ୍ଟ କରାଯାଇଥିଲା।
