ଦୀପିକା ପାଦୁକୋନଙ୍କ ଲଭ ଲାଇଫ: ସେ ମୋତେ ଧୋକା ଦେଲା, ମୁଁ ଏତେ ବୋକା ଥିଲି ଯେ, ତାଙ୍କୁ ଦ୍ଵିତୀୟ ଥର ସୁଯୋଗ ଦେଲି

Published By : Prameya-News7 Bureau | March 13, 2020 IST

ମୁମ୍ଵାଇ ୧୩।୦୩: ଦୀପିକା ପାଦୁକୋନ ଏବେ ଫିଲ୍ମ ବ୍ୟତୀତ ସୁନ୍ଦର ବୈବାହିକ ଜୀବନ ଅତିବାହିତ କରୁଛନ୍ତି। ସେ ୨୦୧୭ରେ ରଣବୀର ସିଂହଙ୍କୁ ବିବାହ କରିଥିଲେ। ଏହା ପୂର୍ବରୁ ସେ ରଣବୀର କପୁରଙ୍କୁ ପ୍ରେମ କରୁଥିଲେ। ରଣବୀରଙ୍କ ସହିତ ସଂପର୍କରେ ତାଙ୍କୁ ଧୋକା ମିଳିଥିଲା ଏବଂ ସେ ଡିପ୍ରେସନକୁ ଚାଲି ଯାଇଥିଲେ। ଦୀପିକା ଅନେକ ଥର  ନିଜ ସହିତ ହୋଇଥିବା ଧୋକା ଓ ଡିପ୍ରେସନ ଉପରେ ଅନେକ ଥର ମୁହଁ ଖୋଲି ସାରିଛନ୍ତି। ନିକଟରେ ସେ ରଣବୀର କପୁରଙ୍କ ନାମ ନନେଇ ନିଜ ସହିତ ହୋଇଥିବା ଧୋକାର ପୁରା ଘଟଣା ଖୋଲି କି କହିଛନ୍ତି।

{"id":237920,"sizeSlug":"large"}

ଏକ ସାକ୍ଷାତରେ ଦୀପିକା  କହିଛନ୍ତି ଯେ, ତାଙ୍କୁ ପ୍ରଥମେ ଧୋକା ଦେଲା ଏବଂ ପୁଣି କ୍ଷମା ମାଗିଲା। ସେହି ସମୟରେ ମୁଁ ତାଙ୍କୁ କ୍ଷମା କରି ଦେଇଥିଲି। ମାତ୍ର ପଶ୍ଚାତାପ କରେ ଏହା ଭାବି ଯେ ମୁଁ କଣ ପାଇଁ ତାଙ୍କୁ ଦ୍ଵିତୀୟ ଥର ସୁଯୋଗ ଦେଲି। ଦୀପିକା କହିଛନ୍ତି, ମୋ ପାଇଁ ସେକ୍ସର ଅର୍ଥ କେବଳ ଶାରୀରିକ ସଂପର୍କ ନୁହଁ, ବରଂ ଏଥିରେ ଭାବନା ମଧ୍ୟ ଜଡିତ ରହିଥାଏ। ଯେବେ ମୁଁ ସଂପର୍କରେ ଥିଲି କେବେ ମଧ୍ୟ ତାଙ୍କୁ ଧୋକା ଦେଇନଥିଲି।

{"id":237921,"sizeSlug":"large"}

ମୁଁ ଯଦି ତାଙ୍କୁ ଧୋକ ଦେବି ଏବଂ ମିଛ କହିବି ତେବେ ସଂପର୍କ କଣ ପାଇଁ ରଖିବି ? ଏଥିରୁ ଭଲ ନିଜେ ଏକାକୀ ରହିବା ଏବଂ ମସ୍ତି କରିବା ଭଲ। ମାତ୍ର ପ୍ରତ୍ୟେକ ବ୍ୟକ୍ତି ଏମିତି ହୋଇନଥାନ୍ତି, ଏଥିପାଇଁ ମୋତେ ପ୍ରଥମେ ବହୁତ ଦୁଃଖ ସହିବାକୁ ପଡିଥିଲା। ମୁଁ ଏତେ ବୋକା ଥିଲି ଯେ, ମୁଁ ତାଙ୍କୁ ଦ୍ଵିତୀୟ ଥର ସୁଯୋଗ ଦେଲି, ଯେବେ ମୁଁ ତାଙ୍କୁ ନିଜ ଆଖି ଆଗରେ ଧରି ଥିଲି। ପରେ ସେ ମୋ ପାଖରେ କ୍ଷମାର ଭିକ ମାରିଥିଲେ ଏବଂ ବହୁତ ବିନତି କରିଥିଲେ। ଏହା ପରେ ମୁଁ ତାଙ୍କୁ କ୍ଷମା କରି ଦେଇ ଥିଲି, ଯାହା ମୋର ବୋକାମୀ ଥିଲା।

{"id":237922,"sizeSlug":"large"}

ମୋତେ ଏହି ସବୁ ଜିନିଷରୁ ବାହାରିବାକୁ ସମୟ ଲାଗିଥିଲା। ମାତ୍ର ଏବେ ମୁଁ ସେହି ସବୁ ସମୟରୁ ବାହାରି ସାରିଛି ଏବଂ ମୋତେ କେହି ସେହି ସମୟକୁ ନେଇ ପାରିବ ନାହିଁ। ଯେବେ ମୋତେ ସେ ପ୍ରଥମ ଥର ଧୋକା ଦେଲା ତେବେ ମୋତେ ଲାଗିଲା ଯେ, ଏହି ରିଲେସନସିପରେ କିମ୍ବା ମୋଠାରେ କିଛି ଭୁଲ୍ ରହିଛି। ମାତ୍ର ଧୋକା ଦେବା ଯଦି କାହାର ଅଭ୍ୟାସ ଥାଏ ତେବେ ସେ ତାହା ହିଁ କରିଥାଏ।

ମୁଁ ମୋ ରିଲେସନସିପରେ ବହୁତ କିଛି ଦେଇଛି, ମାତ୍ର ମୋତେ କିଛି ମିଳିନଥିଲା। ଯେବେ ସଂପର୍କରେ ଧୋକା ମିଳେ ତେବେ ସମ୍ମାନ ଚାଲିଯାଏ, ବିଶ୍ଵାସ ଭାଙ୍ଗି ଯାଏ କାରଣ ଏହା ଆପଣଙ୍କ ସଂପର୍କରେ ସ୍ତମ୍ଭ  ପରି ଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.