ଡ୍ରଗସ କେସ୍: ରଣବୀରଙ୍କ ସହ ମୁମ୍ବାଇ ଆସିଲେ ଦୀପିକା, ଶନିବାର ହାଜର ହେବେ NCBରେ

Published By : Prameya-News7 Bureau | September 24, 2020 IST

ମୁମ୍ବାଇ ୨୪।୯:  ଡ୍ରଗସ୍‌ କେସ୍‌ରେ ନାମ ଆସିବାରୁ ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦ୍ୟୁକୋନ ଗୁରୁବାର ଗୋଆରୁ ମୁମ୍ବାଇ ଆସିଛନ୍ତି। ସାଙ୍ଗରେ ସ୍ୱାମୀ ରଣବୀର କପୁର ମଧ୍ୟ ଅଛନ୍ତି। ଦୀପିକା ମୁମ୍ବାଇ ଆସୁଥିବାର ସୂଚନା ମିଳିବା ପରେ ବିମାନ ବନ୍ଦରର ସୁରକ୍ଷା କଡାକଡି କରାଯାଇଥିଲା। ସେହିପରି ମୁମ୍ବାଇସ୍ଥିତ ସେମାନଙ୍କ ଘରର ସୁରକ୍ଷା ମଧ୍ୟ ବଢାଇ ଦିଆଯାଇଥିବା ଜଣାପଡିଛି। ତେବେ ଦୀପିକା ଶୁକ୍ରବାର ନାରକୋଟିକ୍ସ ବ୍ୟୁରୋ (ଏନସିବି)ରେ ହାଜର ହେଉନଥିବା ଜଣାପଡିଛି।

{"id":334141,"sizeSlug":"large"}

ସେ ଶନିବାର ଏନସିବି ଅଫିସ୍‌କୁ ଯିବେ ବୋଲି ଜଣାପଡିଛି। ନିକଟରେ ଦୀପିକାଙ୍କ ଡ୍ରଗ୍ସ ଚାଟ୍‌ ସାମ୍ନାକୁ ଆସିଥିଲା। ଯେଉଁଥିରେ ସେ ‘ମାଲ ହୈ କ୍ୟା’ ପଚାରୁଥିବାର ଦେଖାଯାଇଥିଲା। ଏହା ପରେ ଦୀପିକାଙ୍କ ଡ୍ରଗ୍ସ ଚାନେଲ ସମ୍ପୃକ୍ତି ନେଇ ଚର୍ଚ୍ଚା ଉଠିଥିବା ବେଳେ ନିକଟରେ ଏନସିବି ତାଙ୍କୁ ସମନ କରିଛନ୍ତି। ତେବେ ଏନସିବିଙ୍କ ସମନ ପରେ ଦୀପିକା ଟେନସନ୍‌ରେ ଥିବା ଜଣାପଡିଛି।

{"id":334142,"sizeSlug":"large"}

ତାଙ୍କ ପରିବାର ଲୋକେ ତାଙ୍କ ଲାଗି ଲିଗାଲ ଟିମ୍‌ଙ୍କସହ ଭିଡିଓ କନଫରେନସିଂରେ ଆଲୋଚନା କରିଥିବା ଜଣାପଡିଛି। ତେବେ ଏ ନେଇ ଦୀପିକାଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ଜଣାପଡିନାହିଁ। ଏନସିବି  ଦୀପିକାଙ୍କ ସମେତ ତାଙ୍କ ମ୍ୟାନେଜର କରିସ୍ମାଙ୍କୁ ମଧ୍ୟ ସମନ ପଠାଇଥିବା ଜଣାପଡିଛି। ମାମଲରେ କରିସ୍ମାଙ୍କୁ ମଧ୍ୟ ପଚରାଉଚରା କରାଯିବ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.