Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଣ୍ଡଳିରୁ ଭାସି ଯାଇଛି ହାତୀ, ଠାବ ହୋଇପାରିନି ଅବସ୍ଥିତି
  • ||
  • ଅରିନ୍ଦମ ଦାସଙ୍କୁ ଶ୍ରଦ୍ଧାଞ୍ଜଳି, ଗୁରୁତରଙ୍କ ଆସୁ ଆରୋଗ୍ୟ କାମନା କରି ଭଦ୍ରକ ଜିଲ୍ଲା ସାମ୍ବାଦିକଙ୍କ କ୍ୟାଣ୍ଡେଲ ଶୋଭାଯାତ୍ରା
  • ||
  • ଉଦଳା : ନିଜେ ବିଷ ପିଇ ଦୁଇ ଶିଶୁ କନ୍ୟାଙ୍କୁ ପିଆଇଦେଲା, ଚିକିତ୍ସାଧିନ ଅବସ୍ଥାରେ ଚାଲିଗଲା ମା’ର ଜୀବନ
  • ||
  • କଟକ : ମୁଣ୍ଡଳୀରେ ବୋଟ୍ ଦୁର୍ଘଟଣାରେ ସମ୍ବାଦଦାତା ଅରିନ୍ଦମ୍ ଦାସଙ୍କ ଅକାଳ ବିୟୋଗ, ଗଜ ଉଦ୍ଧାର ଖବର ଆଣିବାକୁ ଓଡ୍ରାଫ୍ ଟିମ୍ ସହ ଯାଇଥିଲେ
  • ||
  • କଟକ : ମୁଣ୍ଡଳୀ ବ୍ୟାରେଜରେ ଫସିଥିବା ହାତୀକୁ ଉଦ୍ଧାର ବେଳେ ଓଲଟିଲା ଓଡ୍ରାଫ୍ ବୋଟ୍
  • ||
  • ଭୁବନେଶ୍ବର କୋର୍ଟ ପରିସର ୩ଦିନ ସିଲ୍, ଜୁଡିସିଆଲ୍ କର୍ମଚାରୀ ଓ ଆଇନଜୀବୀ କରୋନା ପଜିଟିଭ୍ ପରେ ପଦକ୍ଷେପ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୩୯ କୋଭିଡ୍ ପଜିଟିଭ୍
  • ||
  • ବିଜେପି ନେତା ଫଡନାଭୀସଙ୍କ ଶରଣରେ କଂଗ୍ରେସ ନେତା, କହିଲେ- ‘ଆମ ପ୍ରାର୍ଥୀଙ୍କୁ ଜିତିବାରେ ସାହାଯ୍ୟ କର’
  • ||
  • ଉପରମୁଣ୍ଡରେ ବର୍ଷା, ବଢୁଛି ହୀରାକୁଦର ଜଳସ୍ତର
  • ||

ହସ୍ପିଟାଲ ବାହାରେ ନଜର ଆସିଲେ ରଣବୀର ସିଂ ଓ ଦୀପିକା ପାଦୁକୋନ୍ ; ଗର୍ଭବତୀ ଥିବା ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା

1/08/2021 at 4:57 PM

ମୁମ୍ବାଇ ୦୧/୦୮ : ବଲିଉଡର ମୋଷ୍ଟ ପପୁଲାର ଯୋଡି ରଣବୀର ସିଂ ଓ ଦୀପିକା ପାଦୁକୋନ୍ । ଦୀପିକା ପ୍ରାୟତଃ କିଛି ନା କିଛି ଘଟଣାକୁ ନେଇ ଚର୍ଚ୍ଚାରେ ଥାନ୍ତି । ହେଲେ ଏବେ ଦୁହିଁଙ୍କୁ ମୁମ୍ବାଇ ସ୍ଥିତ ହିନ୍ଦୁଜା ହସ୍ପିଟାଲ ବାହାରେ ଦେଖିବାକୁ ମିଳିଥିଲା । ତେବେ ଦୁଇ ଜଣଙ୍କୁ ହସ୍ପିଟାଲ ବାହାରେ ଦେଖି ସୋସିଆଲ ମିଡିଆରେ ବିଭିନ୍ନ ପ୍ରତିକ୍ରିୟା  ପ୍ରକାଶ ପାଉଛି । କେବଳ ସେତିକି ନୁହେଁ ଫ୍ୟାନ୍ସମାନଙ୍କ ମଧ୍ୟରେ ଉତ୍ସାହ ବି ବଢିଲାଣି କି ଉଭୟ ପ୍ରାୟ ଖୁସି ଖବର ଦେବେ ଅର୍ଥାତ ଦୀପିକା ଏବଂ ରଣବୀର ଖୁବଶୀଘ୍ର ପିତା-ମାତା ହେବା ନେଇ ଚର୍ଚ୍ଚା ଜୋର ଧରିଛି ।

ରଣବୀର ହସ୍ପିଟାଲ ବାହାରେ ଧଳା ରଙ୍ଗର ଟି-ଶାର୍ଟ ସହ କଳା ରଙ୍ଗର ଚଷମା ଓ ପ୍ରିଣ୍ଟେଡ୍ ର ଟୋପି ପିନ୍ଧିଥିା ନଜର ଆସିଥିଲେ ଏବଂ ଦୀପିକା ମଧ୍ୟ କଳା ରଙ୍ଗର ଟପ୍ସରେ ଖୁବ୍ ସୁନ୍ଦର ଦେଖାଯାଉଥିଲେ । କିନ୍ତୁ ରଣବୀର ଓ ଦୀପିକା ହସ୍ପପିଟାଲ ଯିବାର କାରଣ ଏପର୍ଯ୍ୟନ୍ତ ଜଣାପଡି ନାହିଁ । ଦୁହେଁ ଏ ବିଷୟରେ କୌଣସି ପ୍ରକାରର ସୂଚନା ଦେଇ ନାହାନ୍ତି । ହେଲେ ସୋସିଆଲ ମିଡିଆରେ ତାଙ୍କ ଫ୍ୟାନ୍ସମାନେ ଅନେକ ପ୍ରଶ୍ନର କରିଛନ୍ତି । ଜଣେ ୟୁଜର୍ସ ଲେଖିଛନ୍ତି କି ବୋଧ ହୁଏ ଦୀପିକା ପ୍ରେଗନାଣ୍ଟ ଅଛନ୍ତି , ଆଉ ଜଣେ ଲେଖିଛନ୍ତି ଖୁବ ଶୀଘ୍ର ଗୁଡ୍ ନ୍ୟଜ୍ ଶୁଣିବାକୁ ମିଳିବ । ଅନ୍ୟ ଜଣେ ୟୁଜର୍ସ ମଧ୍ୟ ଲେଖିଛନ୍ତି କି ଛୋଟ ସିଂହ ବୋଧ ହୁଏ ଆସୁଛି । ଦୁହେଁ ୨୦୧୮ରେ ଇଟାଲିରେ ବିବାହ କରିଥିଲେ । କିନ୍ତୁ ଏହା ପ୍ରଥମ ଥର ନୁହେଁ ବରଂ ପୂର୍ବରୁ ମଧ୍ୟ ଦୀପିକା ଗର୍ଭବତୀ ଥିବାର ଖବର ଚର୍ଚ୍ଚାକୁ ଆସିଥିଲା ।

   Related Posts