ଭାଇରାଲ୍ ହେଉଛି ଷ୍ଟାରଙ୍କ କଣ୍ଢେଇ : ଦୀପିକା ପାଦୁକୋନଙ୍କଠୁ ଆରମ୍ଭ କରି ତୈମୁର ଡଲ୍ ରହିଛି ଚର୍ଚ୍ଚାରେ
6/03/2020 at 11:17 AM

ମୁମ୍ବାଇ ୬/୩: ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଏପରି ଅନେକ ଅନସ୍କ୍ରିନ୍ ଚରିତ୍ର ରହିଛି,ଯାହା ଅଧିକାଂଶ ସମୟରେ ଚର୍ଚ୍ଚାରେ ରହେ। ଦୀପିକା ନିଜ ଅଭିନୟ ଯୋଗୁଁ ଚରିତ୍ରଗୁଡ଼ିକୁ ଅମର କରି ଦେଇଥାଆନ୍ତି। ଏପରି ଏକ ଚରିତ୍ର ହେଉଛି ପଦ୍ମାବତୀ। ଫିଲ୍ମ ‘ପଦ୍ମାବତୀ’ରେ ଦୀପିକା ପାଦୁକୋନଙ୍କ ମୁଖ୍ୟ ଭୂମିକାରେ ନଜର ଆସିଥିଲେ। ତାଙ୍କ ଅଭିନୟକୁ ଖୁବ୍ ପ୍ରଶଂସା କରାଯାଇଥିଲା। ଦର୍ଶକ ତାଙ୍କ ଅଭିନୟରେ ଏତେ ମାତ୍ରାରେ ପ୍ରଭାବିତ ହୋଇଥିଲେ ଯେ ସେମାନେ ତାଙ୍କର ଏକ କଣ୍ଢେଇ ପ୍ରସ୍ତୁତ କରୁଛନ୍ତି।

ଦୀପିକାଙ୍କ ପଦ୍ମାବତୀ ଚରିତ୍ରରେ ହୋଇଥିବା କଣ୍ଢେଇ ମଧ୍ୟ ଖୁବ୍ ଚର୍ଚ୍ଚାରେ ରହିଛି। ଦୀପିକା କଣ୍ଢେଇ ଲୁକ୍ ପାଇଥିବା ପ୍ରଥମ ଅଭିନେତ୍ରୀ ନୁହଁନ୍ତି। ଏହା ପୂର୍ବରୁ ମଧ୍ୟ ଶାହରୁଖ ଖାନଠୁ ଆରମ୍ଭ କରି ହ୍ରିତିକ ରୋଶନ୍ ଯାଏଁ ସମସ୍ତେ ସଫ୍ଟ ଟୟର ରୂପ ପାଇ ସାରିଛନ୍ତି। ଫ୍ୟାନମାନେ ଶାହରୁଖ ଖାନଙ୍କ DDLJ ଚରିତ୍ରକୁ ମଧ୍ୟ ସଫ୍ଟ ଟୟ ରୂପରେ ପ୍ରସ୍ତୁତ କରିଥିଲେ। ଶାହରୁଖ ଖାନ୍ ଏହି ଫଟୋକୁ ସେୟାର କରି ନିଜ ଫ୍ୟାନଙ୍କୁ ଧନ୍ୟବାଦ ଦେଇଥିଲେ।

ଷ୍ଟାର କିଡ ମଧ୍ୟରେ ସବୁଠୁ ଅଧିକ ଚର୍ଚ୍ଚାରେ ଥିବା ତୈମୁର ଅଲ୍ଲୀ ଖାନ୍ ମଧ୍ୟ ସଫ୍ଟ ଟୟର ରୂପ ନେଇ ସାରିଛନ୍ତି। ତୈମୁର ଅଲ୍ଲୀ ଖାନଙ୍କ କ୍ୟୁଟନେସ୍ କରୀନା-ସୈଫଙ୍କ ଫ୍ୟାନଙ୍କୁ ଖୁବ୍ ପସନ୍ଦ ଆସିଥାଏ।

ସେହିପରି ହ୍ରିତିକ ରୋଶନଙ୍କ ଫିଲ୍ମ ‘କ୍ରିସ୍’ ଉପରେ ହୋଇଥିବା ସଫ୍ଟ ଟୟ ମଧ୍ୟ ବେଶ୍ ଲୋକପ୍ରିୟ ହୋଇଥିଲା। ୨୦୦୬ମସିହାରେ ରିଲିଜ ହୋଇଥିବା ଫିଲ୍ମ ‘କ୍ରିସ୍’ ବକ୍ସ ଅଫିସରେ ଭଲ ଆୟ କରିଥିଲା। ଫିଲ୍ମରେ ହ୍ରିତିକ ରୋଶନ୍ ସୁପର ହୀରୋ ଭୂମିକାରେ ଅଭିନୟ କରିଥିଲେ। ଏହି ଫିଲ୍ମକୁ ହଲିଉଡ ଫିଲ୍ମ ସୁପରମ୍ୟାନ୍ ଏବଂ ସ୍ପାଇଡରମ୍ୟାନ୍ ସହ ତୁଳନା କରାଯାଇଥିଲା।
