ଦୀପିକାଙ୍କ କିସ୍ରେ କିଭଳି ପ୍ରତିକ୍ରିୟା ଦେଲେ ସ୍ବାମୀ ରଣବୀର : ଯାହାକୁ ନେଇ ସାରା ବଲିଉଡରେ ହେଉଛି ଚର୍ଚ୍ଚା
25/05/2020 at 2:28 PM

ମୁମ୍ବାଇ ୨୫/୫: ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ଏବଂ ଅଭିନେତା ରଣବୀର ସିଂହ ସବୁବେଳେ ଫ୍ୟାନଙ୍କୁ କପଲ୍ସ୍ ଗୋଲ୍ସ ଦେଉଥାନ୍ତି। ଦୀପିକା ଏବଂ ରଣବୀର ଏବେ ଲକଡାଉନର ପୂରା ମଜା ଉଠାଉଛନ୍ତି। ସେମାନେ ଏକାଠି କ୍ବାଲିଟି ଟାଇମ୍ ସ୍ପେଣ୍ଡ କରୁଛନ୍ତି। ଦମ୍ପତ୍ତି କେତେବେଳେ ଘରେ ପିଜ୍ଜା ବନାଇ,କେତେବେଳେ ଓ୍ବାର୍କଆଉଟ୍ କରି ତ କେତେବେଳେ ଏକାଠି ମସ୍ତି କରି ସମୟ ବିତାଉଛନ୍ତି। ଲକଡାଉନରେ ଏହି ବଲିଉଡ କପଲ୍ ସୋସିଆଲ୍ ମିଡିଆରେ ନିଜ ଆକ୍ଟିଭିଟିକୁ ଫ୍ୟାନଙ୍କ ମଧ୍ୟରେ ସେୟାର କରୁଛନ୍ତି।
ଏବେ ନିକଟରେ ଦୀପିକା ନିଜ କ୍ବାରେଣ୍ଟାଇନ୍ ଡାୟେରୀରେ ଏକ ନୂଆ ପୋଷ୍ଟ୍ ଯୋଡ଼ିଛନ୍ତି। ତାଙ୍କର ଏହି ପୋଷ୍ଟ୍ ଖୁବ୍ ଚର୍ଚ୍ଚାରେ ରହିଛି। ଦୀପିକା ନିଜ ସ୍ବାମୀଙ୍କ ସହ ଏକ ବୁମେରାଂ ଭିଡିଓ ସେୟାର କରିଛନ୍ତି। ଏଥିରେ ଦୁଇ ଯୋଡ଼ିଙ୍କୁ ଖୁବ୍ ରୋମାଣ୍ଟିକ୍ ଅନ୍ଦାଜରେ ଦେଖାଯାଇଛି।

ଭିଡିଓରେ ଦୀପିକା ସ୍ବାମୀ ରଣବୀରଙ୍କ ଗାଲରେ କିସ୍ କରୁଛନ୍ତି। ରଣବୀର ନିଜ ମୁହଁକୁ ସ୍କ୍ବିଜ୍ କରୁଛନ୍ତି। ଦୀପିକା ଏହି ଭିଡିଓକୁ ସେୟାର କରି ଲେଖିଛନ୍ତି ଯେ,‘ବିଶ୍ବର ସବୁଠୁ ସ୍କ୍ବିଜେବଲ୍ ମୁହଁ, କ୍ୟୁଟି ରଣବୀର ସିଂହ।’ ତାଙ୍କ ପ୍ରଶଂସକମାନେ ଏହି ଭିଡିଓକୁ ଖୁବ୍ ପସନ୍ଦ କରିଛନ୍ତି। ସେମାନେ ତାଙ୍କ ଭିଡିଓରେ କମେଣ୍ଟ ମଧ୍ୟ ଦେଉଛନ୍ତି।
