ଧାରଣାସ୍ଥଳରେ ଅଭିନେତ୍ରୀ ଦୀପିକା ପାଦୁକାେନ୍
7/01/2020 at 9:21 PM

ନୂଆଦିଲ୍ଲୀ୦୭।୦୧: ଜେଏନୟୁରେ ହିଂସାକାଣ୍ଡ ଘଟଣା ପ୍ରତିବାଦରେ ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ ଚାଲିଛି । ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ ଦେଖିବାକୁ ମିଳିଥିବା ବେଳେ ଆଜି ଅଭିନେତ୍ରୀ ଦୀପିକା ପାଦୁକାେନ ଛାତ୍ରଙ୍କୁ ସମର୍ଥନ ଜଣାଇବା ପାଇଁ ବିଶ୍ବବିଦ୍ୟାଳୟରେ ପହଞ୍ଚିଥିଲେ । ଏହି ସମୟରେ କହ୍ନେୟା କୁମାର ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ଥିଲେ । ଛାତ୍ରମାନେ ଦୀପିକାଙ୍କ ସମ୍ମୁଖରେ ଆଜାଦୀର ନାରାବାଜି କରିଥିଲେ ।
ଏହାପୂର୍ବରୁ ଜେଏନ୍ୟୁ ଛାତ୍ର ସଂସଦ ସଭାପତି ଆଇଶୀ ଘୋଷଙ୍କ ସମେତ ୧୯ଜଣ ଛାତ୍ରଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଜେଏନ୍ୟୁ ଭିସି ଏବେ ପଛ ଘଟଣାକୁ ଭୁଲି ନୂଆ ଆରମ୍ଭ କରିବା ପାଇଁ ଆହ୍ବାନ ଦେଇଛନ୍ତି। ସେପଟେ ଅହମ୍ମଦାବାଦରେ ଏବିଭିପିଓ ଏନ୍ଏସ୍ୟୁଆଇ ଛାତ୍ରଗୋଷ୍ଠୀ ମଧ୍ୟରେ ଜୋରଦାର ସଂଘର୍ଷ ହୋଇଛି। ଏଥିରେ୧୦ଜଣ ଆହତ ହୋଇଛନ୍ତି।
Related Posts
୧୪ବର୍ଷ ପରେ ପାଲେଷ୍ଟାଇନ୍ରେ ହେବ ସାଧାରଣ ନିର୍ବାଚନ
16 January 2021