Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ଭିକ ମାଗୁଥିବା ମହିଳାଙ୍କୁ ଅଣଦେଖା କରି ଚାଲିଗଲେ ଦୀପିକା ପାଦୁକୋନ, ସୋସିଆଲ ମିଡିଆରେ ଟ୍ରୋଲ୍ କଲେ ୟୁଜର୍ସ

1/10/2021 at 9:03 AM

ମୁମ୍ବାଇ ୦୧/୧୦: ଗୁରୁବାର ଦିନ ଡିନର ପରେ ଦୀପିକା ପାଦୁକୋନ ଏକ ରେଷ୍ଟୁରାଣ୍ଟ ବାହାରେ ନଜର ଆସିଥିଲେ। ଏହି ସମୟରେ ସେ ନ୍ୟୁଡ୍ କଲରର ଫର୍ମାଲ ଲୁକ୍ ଗ୍ରହଣ କରିଥିଲେ। ଦୀପିକା ରେଷ୍ଟୁରାଣ୍ଟରୁ ବାହାରି ସିଧା ତାଙ୍କ କାରରେ ବସିଥିଲେ। ଏହି ସମୟରେ ସେଠାରେ ଉପସ୍ଥିତ ଥିବା ପାପାରାଜି ତାଙ୍କୁ କ୍ୟାମେରାରେ କଏଦ କରିଥିଲେ। ଯେତେବେଳେ ସେ କାରରେ ବସିଥିଲେ, ଜଣେ ମହିଳା ପିଲାଟିକୁ କୋଳରେ ନେଇ ତାଙ୍କୁ ଭିକ ମାଗିଥିଲେ। କାରର ଡୋର୍ ବନ୍ଦ ଥିବାରୁ ଦୀପିକା ତାଙ୍କୁ ଦେଖିପାରିନଥିଲେ। ମହିଳା ଜଣକ ଦୀର୍ଘ ସମୟ ଧରି ଦୀପିକାଙ୍କୁ ଡାକିଥିଲେ। ଯେତେବେଳେ ଫଟୋଗ୍ରାଫର ତାଙ୍କୁ କହିଲେ ଯେ ସେ ଭିତରୁ ଦେଖାଯାଉ ନାହାଁନ୍ତି, ମହିଳା ସେଠାରୁ ଚାଲିଗଲେ।

ଦୀପିକାଙ୍କ ଏହି ଭିଡିଓ ଫଟୋଗ୍ରାଫର ଭାଇରାଲ ଭାୟାନୀ ତାଙ୍କ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଭିଡିଓ ସାମ୍ନାକୁ ଆସିବା ପରେ ଅନେକ ୟୁଜର୍ ତାଙ୍କୁ ଟ୍ରୋଲ କରୁଛନ୍ତି। ଜଣେ ୟୁଜର୍ କହିଛନ୍ତି- ‘୧୦୦ ଟଙ୍କା ଦେଇପାରିଥାନ୍ତେ।’ ଆଉ ଜଣେ କହିଛନ୍ତି, ‘ନିଜେ ପେଟ ଭରି ଡିନର କଲେ, ଗରିବ ମହିଳା ଓ ପିଲାକୁ କିଛି ରେଷ୍ଟୁରାଣ୍ଟରୁ ଦେଇଥାନ୍ତେ।’ ସେହିପରି ଆଉ ଜଣେ ୟୁଜର୍ ଲେଖିଛନ୍ତି – ‘ମ୍ୟାମ୍ ଯେତିକି ବଡ କାର ସେତିକି ବଡ ଏକ ବଡ ହୃଦୟ ବି ରଖନ୍ତୁ।

ଏଥି ସହିତ, ଅନେକ ୟୁଜର୍ ମଧ୍ୟ ଦୀପିକାଙ୍କୁ ସମର୍ଥନ କରି କହିଛନ୍ତି ଝିଅ ନିଜେ କିଛି କରି ରୋଜଗାର କରିପାରିବ।’ ଆଉ କିଛି ଲେଖିଛନ୍ତି ‘ଯଦି ସାଧାରଣ ଲୋକ ଏହିପରି ଭିକାରୀଙ୍କୁ ଅଣଦେଖା କରୁଛନ୍ତି, ତେବେ ସେଲିବ୍ରିଟିମାନେ କାହିଁକି ନୁହଁନ୍ତି?’

   Related Posts