କରୋନାରୁ ସୁସ୍ଥ ହେଲେ ଦୀପିକା ପାଦୁକୋନଙ୍କ ବାପା, ବାଙ୍ଗାଲୋର ହସ୍ପିଟାଲରେ ହୋଇଥିଲେ ଭର୍ତ୍ତି

Published By : Prameya-News7 Bureau | May 13, 2021 IST

ମୁମ୍ବାଇ ୧୩/୦୫: ଆଜିକାଲି ଗ୍ଲାମର ୱାର୍ଲ୍ଡରେ କରୋନାର ପ୍ରଭାବ ଦିନକୁ ଦିନ ବଢିବାରେ ଲାଗିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଶହ ଶହ ସେଲିବ୍ରିଟି ଏହି ଭାଇରସର ଶିକାର ହୋଇଥିବାବେଳେ ଅନେକ ସେଲିବ୍ରେଟ୍ ମଧ୍ୟ ଏହି ଭାଇରସକୁ ପରାସ୍ତ କରିଛନ୍ତି। ବର୍ତ୍ତମାନ କରୋନାକୁ ପରାସ୍ତ କରିବା ତାଲିକାରେ ଦୀପିକା ପାଦୁକୋନଙ୍କ ବାପା ପ୍ରକାଶ ପାଦୁକୋନ ମଧ୍ୟ ସାମିଲ ହୋଇଛନ୍ତି ।

PunjabKesari

ବାସ୍ତବରେ, ଦୀପିକା ପାଦୁକୋନଙ୍କ ବାପା ପ୍ରକାଶ ପାଦୁକୋନ, ମା’ ଉଜ୍ଜଲା ପାଦୁକୋନ ଏବଂ ଭଉଣୀ ଅନିଶା ପାଦୁକୋନ କରୋନୋ ସଂକ୍ରମିତ ହୋଇଥିଲେ। ଏହା ପରେ ତାଙ୍କ ବାପାଙ୍କୁ ମେ ୧ରେ ବେଙ୍ଗାଲୁରୁର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ବର୍ତ୍ତମାନ ଅଭିନେତ୍ରୀଙ୍କ ବାପା ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି।

ଏହି ସୂଚନା ଦୀପିକା ପାଦୁକୋନଙ୍କ ପରିବାରର ଘନିଷ୍ଠ ବନ୍ଧୁ ବିମଲ କୁମାର ଦେଇଛନ୍ତି। ଏହାପୂର୍ବରୁ ବିମଲ କୁମାର ତାଙ୍କ ପରିବାର କରୋନା ସଂକ୍ରମିତ ହେବା ବିଷୟରେ ମଧ୍ୟ ସୂଚନା ଦେଇଥିଲେ। ସେ କହିଥିଲେ ଯେ ଦୀପିକା ପାଦୁକୋନଙ୍କ ପରିବାରକୁ ୧୦ ଦିନ ପୂର୍ବରୁ କରୋନା ଭାଇରସର ଲକ୍ଷଣ ଦେଖାଯାଉଥିଲା, ଯାହା ପରେ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଦୀପିକା ପାଦୁକୋନଙ୍କ ବାପାଙ୍କୁ ବାଙ୍ଗାଲୋରର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି କିନ୍ତୁ ଆସନ୍ତା ସପ୍ତାହ ସୁଦ୍ଧା ସେ ଡିସଚାର୍ଜ ହୋଇଯିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.