ଦୀପିକା ପାଦୁକୋନଙ୍କ ପିତା ଓ ପୂର୍ବତନ ବ୍ୟାଡମିଣ୍ଟନ୍ ଚାମ୍ପିଅନ ପ୍ରକାଶ ପାଦୁକୋନ କରୋନା ସଂକ୍ରମିତ: ବେଙ୍ଗାଲୁରୁ ହସ୍ପିଟାଲରେ ଭର୍ତ୍ତି

Published By : Prameya-News7 Bureau | May 04, 2021 IST

ମୁମ୍ବାଇ ୦୪/୦୫ : ବିଶ୍ୱ ବିଖ୍ୟାତ ବ୍ୟାଡମିଣ୍ଟନ ଖେଳାଳି ତଥା ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ପିତା ପ୍ରକାଶ ପାଦୁକୋନ କରୋନାରେ ସଂକ୍ରମିତ ହୋଇଛନ୍ତି। ତାଙ୍କୁ ବେଙ୍ଗାଲୁରୁ ମହାବୀର ଜୈନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏକ ସୂତ୍ରରୁ ଜଣାପଡିଛି ଯେ ତାଙ୍କୁ କିଛି ଦିନ ପୂର୍ବରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଅଛି। ତାଙ୍କୁ ଚଳିତ ସପ୍ତାହରେ ହସ୍ପିଟାଲରୁ ଡିସଚାର୍ଜ କରାଯାଇପାରେ ବୋଲି କୁହାଯାଉଛି।

{"id":448264,"sizeSlug":"large","linkDestination":"none"}

ଦୀପିକାଙ୍କ ପିତା ପ୍ରକାଶ ପାଦୁକୋନଙ୍କ ଛଡା ମାତା ଉଜ୍ଜ୍ୱଳ ପାଦୁକୋନ ଓ ଭଉଣୀ ଅନିଶା ପାଦୁକୋନଙ୍କର ମଧ୍ୟ କରୋନା ଲକ୍ଷଣ ପରିଲକ୍ଷିତ ହୋଇଥିଲା। ତାଙ୍କ ମା' ଓ ଭଉଣୀ ଘରେ ଅଛନ୍ତି ଏବଂ ସୁସ୍ଥ ଅଛନ୍ତି ବୋଲି ଜଣାପଡିଛି।

ସୂଚନାଯୋଗ୍ୟ ଯେ, ପ୍ରକାଶ ପାଦୁକୋନ ନିକଟରେ କରୋନା ଭ୍ୟାକସିନର ପ୍ରଥମ ଡୋଜ ନେଇଥିଲେ ଓ ଦ୍ୱିତୀୟ ଡୋଜ ନେଇଥାନ୍ତେ। କିନ୍ତୁ ତା'ପୂର୍ବରୁ ସେ କରୋନାରେ ସଂକ୍ରମିତ ହୋଇଗଲେ। 

{"id":448265,"width":623,"height":467,"sizeSlug":"large","linkDestination":"none"}

୬୫ ବର୍ଷ ବୟସ୍କ ପୂର୍ବତନ ବ୍ୟାଡମିଣ୍ଟନ ଖେଳାଳି ପ୍ରକାଶ ପାଦୁକୋନ ୧୯୮୦ ରେ ବିଶ୍ୱର ପ୍ରଥମ ରେଂକିଙ୍ଗ ହାସଲ କରିଥିଲେ। ସେ ଅଲ୍ ଇଣ୍ଡିଆ ଓପନ୍ ବ୍ୟାଡମିଣ୍ଟନ୍ ଚାମ୍ପିଅନସିପ୍ ଆୱାର୍ଡ ମଧ୍ୟ ଜିତିଥିଲେ। ଏହି ଆୱାର୍ଡ ଜିତିଥିବା ସେ ପ୍ରଥମ ଭାରତୀୟ ଖେଳାଳି। ୧୯୭୨ ରେ ତାଙ୍କୁ ପ୍ରତିଷ୍ଠିତ ଖେଳ ପୁରସ୍କାର ଅର୍ଜୁନ ଆୱାର୍ଡରେ ମଧ୍ୟ ସମ୍ମାନିତ କରାଯାଇଥିଲା। ଭାରତ ସରକାରଙ୍କ ତରଫରୁ ୧୯୮୨ ମସିହାରେ ତାଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.