Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ଡ୍ରଗ୍ସ ମାମଲାରେ ଦୀପିକାଙ୍କ ମ୍ୟାନେଜର କରିଶ୍ମା ପ୍ରକାଶଙ୍କୁ ସମନ ପଠାଇଲା ଏନସିବି

22/09/2020 at 4:16 PM

ନୂଆଦିଲ୍ଲୀ ୨୨/୦୯: ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଅଡୁଆ ବଢ଼ିଛି। ତାଙ୍କ ମ୍ୟାନେଜର କରିଶ୍ମା ପ୍ରକାଶଙ୍କ ନାଁ ଡ୍ରଗ୍ସ କେସ୍‌ରେ ସାମ୍ନାକୁ ଆସିଛି। ଡ୍ରଗ୍ସକୁ ନେଇ ତାଙ୍କ ହ୍ବାଟସଆପ ଚାଟ୍ ଭାଇରାଲ ହୋଇଛି। ଏନେଇ ଏନସିବି ଏବେ କରିଶ୍ମାଙ୍କୁ ସମନ ପଠାଇଛି। ଏହା ବାଦ୍ କ୍ବାନ ଟ୍ୟାଲେଣ୍ଟ ମ୍ୟାନେଜମେଣ୍ଟ ଏଜେନ୍ସିର ସିଇଓ ଧ୍ରୁବ ଚିତଗୋପେକରଙ୍କୁ ମଧ୍ୟ ଏନସିବି ଏ ମାମଲାରେ ସମନ ଜାରି କରିଛି। ଦୁହିଁଙ୍କ ହ୍ବାଟସଆପ ଚାଟ୍ ସାମ୍ନାକୁ ଆସିବା ପରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଚାଟରୁ ସଂକେତ ମିଳୁଛି ଯେ ଦୁହେଁ ଡ୍ରଗ୍ସ ନେଣଦେଶରେ ସାମିଲ ହୋଇଥାଇ ପାରନ୍ତି।

ଗୋଟିଏ ନ୍ୟୁଜ ଚାନେଲ ସହ ହ୍ବାଟସଆପ ଚାଟ ଲାଗିଛି। ଏହି ଚାଟରେ ସ୍ପଷ୍ଟ ଭାବେ ‘ଡି’ ଓ ‘କେ’ ଅକ୍ଷର ସାମ୍ନାକୁ ଆସିଛି। ଡି, କେରୁ ଡ୍ରଗ୍ସ ମଗାଯାଉଥିବା କୁହାଯାଉଛି। ଏହା ସହ ଡି ଦୀପିକା ଓ କେ କରିଶ୍ମା ଯିଏ କି କ୍ବାନ ଟ୍ୟାଲେଣ୍ଟ ଏଜେନ୍ସିର କର୍ମଚାରୀ। ଏହା ସହ ଖୁବଶୀଘ୍ର ଏନସିବି ମଧ୍ୟ ଦୀପିକାଙ୍କୁ ଜେରା ପାଇଁ ସମନ ପଠାଇବ।

ସୁଶାନ୍ତ ସିଂହ ରାଜପୁତଙ୍କ ଟ୍ୟାଲେଣ୍ଟ ମ୍ୟାନେଜର ଜୟା ଶାହାଙ୍କ ହ୍ବାଟ୍ସଆପ ଚାଟରେ ଶ୍ରଦ୍ଧା କପୁରଙ୍କ ନାଁ ସାମ୍ନାକୁ ଆସିଥିଲା। ଏଥିରେ ସେ ସିବିଡି ଅଏଲ ମାଗିଥିବା ଦାବି ହୋଇଥିଲା। ଏନସିବି ତଦନ୍ତରେ ଜୟାଙ୍କ ମୋବାଇଲ ଡାଟାକୁ ରିଟ୍ରିଭ କରାଯାଇଥିଲା। ସେହିପରି ରିୟା ତାଙ୍କ ବୟାନରେ ବି କହିଥିଲେ ସାରାଙ୍କ ସହ କେଦାରନାଥ ସୁଟିଂ ସମୟରେ ସୁଶାନ୍ତ ଅଧିକ ଡ୍ରଗ୍ସ ନେବା ଆରମ୍ଭ କରିଥିଲେ।

   Related Posts