Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲିଙ୍ଗରାଜ ମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ, ବହୁ ସେବାୟତ କୋଭିଡ୍‌ ପଜିଟଭ୍‌ ଚିହ୍ନଟ
  • ||
  • କେକେଆରକୁ ୨୦୫ ରନ୍‌ର ବିଜୟ ଲକ୍ଷ ଦେଲା ଆରସିବି
  • ||
  • କରୋନା ଯୋଗୁଁ ପଶ୍ଚିମବଙ୍ଗରେ ନିଜର ସବୁ ରାଲି ବାତିଲ କଲେ ରାହୁଲ ଗାନ୍ଧୀ: ସୋସିଆଲ ମିଡ଼ିଆରେ ହେଉଛି ପ୍ରଶଂସା
  • ||
  • ଏପ୍ରିଲରେ ଭୟାବହ ରୂପ ନେଇଛି କରୋନା: ୧୮ ଦିନରେ ୨୬ ଲକ୍ଷରୁ ଅଧିକ ମାମଲା
  • ||
  • ଦାରିଙ୍ଗବାଡ଼ି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣାଗ୍ରସ୍ତ : ନାବାଳକ ମୃତ, ୨ ଗୁରୁତର
  • ||
  • JEE ମେନ୍‌ ୨୦୨୧ ସ୍ଥଗିତ, ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ନେସନାଲ୍ ଟେଷ୍ଟିଂ ଏଜେନ୍ସିର ନିଷ୍ପତ୍ତି
  • ||
  • କରୋନା ସଂକ୍ରମଣ ଚିନ୍ତା, ଆଗୁଆ ପଦକ୍ଷେପ : ୪ରୁ ୫ ଗୁଣ ବଢିବ ବେଡ୍ ସଂଖ୍ୟା
  • ||
  • ରାଜ୍ୟରେ କରୋନା ନେଲା ଆଉ ୨ ଜଣଙ୍କ ଜୀବନ, ୧୯୪୪ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ମିଳିଲାନି ଅମ୍ଳଜାନ, ଜୀବନ ହାରିଲେ ୬ କରୋନା ଆକ୍ରାନ୍ତ
  • ||
  • ଜୟପୁର ସବ୍ ଜେଲରେ ରେଡ୍, ଏସ୍‌ପି ଓ ଉପ ଜିଲ୍ଲାପାଳ ସାମିଲ
  • ||

କ’ଣ ରହିଥାଏ ଦୀପିକା ପାଦୁକୋନଙ୍କର ଡେଲୀ ରୁଟିନ୍? ଭିଡିଓ ସେୟାର କରି ଫ୍ୟାନ୍ସଙ୍କୁ ଜଣାଇଲେ ଅଭିନେତ୍ରୀ

2/03/2021 at 10:25 AM

ନୂଆଦିଲ୍ଲୀ ୦୨/୦୩: ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି ତାଙ୍କର ଦୈନନ୍ଦିନ କାର୍ଯ୍ୟ ବିଷୟରେ ଫ୍ୟାନ୍ସମାନଙ୍କୁ ସୂଚନା ଦେଇଛନ୍ତି । ଭିଡିଓରେ ଦୀପିକା କହିଛନ୍ତି, ସକାଳୁ ଉଠିବା ପରେ ସେ କଣ କରନ୍ତି । ଏହା ସହିତ ଦୀପିକା ଅନେକ ପ୍ରଶ୍ନର ଉତ୍ତର ମଧ୍ୟ ଦେଇଛନ୍ତି । ଭିଡିଓରେ ଦୀପିକା କେବେ ମୁମ୍ବାଇର ରାସ୍ତାରେ ବୁଲୁଛନ୍ତି ତ ଆଉ କେବେ ସୁଟିଂ କରୁଥିବା ନଜର ଆସିଛନ୍ତି । ଯେତେବେଳେ ତାଙ୍କର ଦୈନନ୍ଦିନ କାର୍ଯ୍ୟ ବିଷୟରେ ପଚରାଗଲା, ସେ କହିଥିଲେ, ‘କହିବା ପ୍ରକୃତରେ କଷ୍ଟକର କାରଣ ପ୍ରତ୍ୟେକ ଦିନ ସମାନ ହୋଇ ନଥାଏ, କିନ୍ତୁ ସକାଳେ ଉଠିବା ପରେ ବ୍ରଶ୍ କରି ବ୍ରେକଫାଷ୍ଟ କରିଥାଏ । ସକାଳ ସମୟ ଶାନ୍ତ ରହିବା ମୁଁ ପସନ୍ଦ କରେ । ତା’ପରେ ମୁଁ ୱାର୍କଆଉଟ୍ କରିଥାଏ ।‘

Watch: Deepika Padukone slaying gym workout

ଦୀପିକାଙ୍କୁ ପଚରାଯାଇଥିଲା କି ସେ ଅଧିକ ପ୍ଲାନ୍ କରନ୍ତି କି? ଏହାର ଉତ୍ତରରେ ସେ କହିଥିଲେ ‘ହଁ ଏବଂ ନା ମଧ୍ୟ । ମୁଁ ଭାବୁଛି ମୋର ଏକ ଅଂଶ ହେଉଛି ଯେ ମୁଁ ପ୍ରତ୍ୟେକ ଜିନିଷକୁ ନେଇ ପ୍ଲାନ୍ କରିବା ପସନ୍ଦ କରେ ଏବଂ ମୋର ଆଉଏକ ଅଂଶ ହେଉଛି ଯେଉଁଥିରେ ମୁଁ ଜିନିଷଗୁଡ଼ିକୁ ସ୍ୱତନ୍ତ୍ର ଛାଡିବାକୁ ପସନ୍ଦ କରେ ଏବଂ ଯେପରି ହୋଇଥାଏ ତାହା ହେବାକୁ ଦେଇଥାଏ । ମୋର ପ୍ଲାନିଂ ଏହିପରି ହୋଇଥାଏ । ତେଣୁ, ଏହା ମଧ୍ୟ ମୋର ପ୍ଲାନ୍ ଏବଂ ରୁଟିନ୍ ର ଏକ ଅଂଶ ।’

Vogue Eyewear | Meet the Muses | Deepika Padukone - YouTube

ପ୍ରଫେସନାଲ ଲାଇଫ୍ ବିଷୟରେ କହିବାକୁ ଗଲେ ଦୀପିକା ପାଦୁକୋନଙ୍କୁ ଫିଲ୍ମ ‘ପଠାନ’ ରେ ଦେଖାଯିବେ।  ଏହି ଫିଲ୍ମରେ ସେ ଶାହାରୁଖ ଖାନ, ଜନ୍ ଅବ୍ରହାମଙ୍କ ସହ ମୁଖ୍ୟ ଭୂମିକାରେ ଅଛନ୍ତି । ରଣଭୀର ସିଂଙ୍କ ସ୍ସୋର୍ଟସ୍-ଡ୍ରାମା ଫିଲ୍ମ ‘୮୩’ ରେ ସେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ । ଏହା ବ୍ୟତୀତ ତାଙ୍କ ପାଖରେ ଶକୁନ୍ ବତ୍ରାଙ୍କ ଫିଲ୍ମ ମଧ୍ୟ ରହିଛି । ନିକଟରେ ଦୀପିକା ତାଙ୍କର ନୂଆ ଫିଲ୍ମ ‘ଫାଇଟର’ର ଘୋଷଣା କରିଥିଲେ । ଏହି ଫିଲ୍ମରେ ସେ ହ୍ରିତିକ ରୋଶନଙ୍କ ସହ ନଜର ଆସିବେ ।

   Related Posts