ସୋସିଆଲ ମିଡିଆରେ ଶାହରୁଖଙ୍କ ବିରୋଧରେ ଦୀପିକା କଲେ ଏମିତି ଅଭିଯୋଗ…

Published By : Prameya-News7 Bureau | October 02, 2019 IST

ମୁମ୍ବାଇ୨|୧୦: ଶାହରୁଖ ଖାନ ଓ ଦୀପିକା ପାଦୁକୋନଙ୍କ ମଧ୍ୟରେ ଏକ ଖାସ ସମ୍ପର୍କ ରହିଛି। ଦୀପିକା ଶାହରୁଖଙ୍କ ସହ ଫିଲ୍ମରେ ଅଭିନୟ କରି ବଲିଉଡରେ ପାଦ ଦେଇଥିଲେ। ଉଭୟ ଏଯାଏଁ ୩ଟି ଫିଲ୍ମରେ ଏକା ସହ କାମ କରିଛନ୍ତି। ହେଲେ ଶାହରୁଖ ଓ ଦୀପିକା ପରସ୍ପରଙ୍କ ସହ ଏକ ନିଆରା ବଣ୍ଡ ସେୟାର କରନ୍ତି।

{"id":165361}

ଶାହରୁଖ ଓ ଦୀପିକା ଏକା ସହ ଚେନ୍ନାଇ ଏକ୍ସପ୍ରେସ, ଓମ୍‌ ଶାନ୍ତି ଓମ୍‌, ହ୍ୟାପି ନ୍ୟୁ ୟିଅର ଭଳି ସୁପରହିଟ୍‌ ଫିଲ୍ମରେ ଅଭିନୟ କରିଛନ୍ତି। ପରଦାରେ ଉଭୟଙ୍କ କେମିଷ୍ଟ୍ରି ଦର୍ଶକ ବହୁତ ପସନ୍ଦ କରନ୍ତି। ଓମ୍‌ ଶାନ୍ତି ଓମ୍‌ ଫିଲ୍ମରେ କାମ କରିବା ପରେ ଦୀପିକା ରାତାରାତି ଷ୍ଟାର ହୋଇଥିଲେ।

{"id":165363,"width":684,"height":551}

ନିକଟରେ ଶାହରୁଖ ଟୁଇଟରରେ ଗୋଟେ ସେଲଫି ପୋଷ୍ଟ କରିଥିଲେ। ଏହି ଫଟୋରେ ସେ କ୍ୟାପସନ ଦେଇଥିଲେ ଯେ, “ସାରି ରାତ କାମ କିୟା”। ସେ ରାତି ସାରା ନିଜ ଘରର ଲାଇବ୍ରେରି ସଫା କରୁଥିଲେ।

{"id":165364}

ତେବେ ଏହି ଫଟୋରେ ଦୀପିକା କମେଣ୍ଟ କରିଛନ୍ତି ଯେ, ଶାହରୁଖଙ୍କର ତାଙ୍କୁ କଲ କରିବାର ଥିଲା ହେଲେ ସେ କରିନାହାନ୍ତି। ଶାହରୁଖ ଏନେଇ କିଛି କମେଣ୍ଟ କରିନାହାନ୍ତି ସତ। କିନ୍ତୁ ସେ ନିହାତି ଭାବେ ଦୀପିକାଙ୍କୁ କଲ କରିବାକୁ ଭୁଲିଯାଇଛନ୍ତି।

{"id":165365}

ଦୀପିକା ଏବେ ନିଜ ଫିଲ୍ମ ଛପାକ୍‌କୁ ନେଇ ଜୋରସୋର୍‌ରେ ପ୍ରସ୍ତୁତି ଚଲାଇଛନ୍ତି। ଏହି ଫିଲ୍ମ ବ୍ୟତୀତ ସେ ରଣବୀର ସିଂହଙ୍କ ସହ ୮୩ ଫିଲ୍ମରେ ମଧ୍ୟ କାମ କରୁଛନ୍ତି।  

{"id":165366}

ଅପରପକ୍ଷରେ ଶାହରୁଖ ଫିଲ୍ମ ଜିରୋ ପରେ ଏବେ ବ୍ରେକ ନେଇଛନ୍ତି। ଏବେ ଶାହରୁଖଙ୍କ ନାଁ ଅନେକ ଫିଲ୍ମ ସହ ଯୋଡିଲାଣି ହେଲେ ଆନୁଷ୍ଠାନିକ ଭାବେ ଏହା ଘୋଷଣା ହୋଇନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.