Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ବିବାହ ପରେ ଦୀପିକା ପାଦୁକୋନ ପାଳିଲେ ପ୍ରଥମ ଜନ୍ମଦିନ, ଜାଣନ୍ତୁ ଏହି ଅଭିନେତ୍ରୀଙ୍କ ସଫଳତାର ତାଲିକା

7/01/2019 at 5:23 PM

ମୁମ୍ବାଇ୭|୧: ବିବାହ ପରେ, ଦୀପିକା ପାଦୁକୋନ ୨୦୧୯ ମସିହା ଜାନୁଆରୀ ୫ ତାରିଖରେ ନିଜର ପ୍ରଥମ ଜନ୍ମଦିନ ପାଳନ କରିଛନ୍ତି। ବଲିଉଡର ଦୀପିକା ଏମିତି ଜଣେ ଅଭିନେତ୍ରୀ ଯିଏ ସବୁଠୁ ଅଧିକ ସଫଳ ହେବା ସହ ଅଧିକ ଆୟ ମଧ୍ୟ କରୁଛନ୍ତି । ଦୀପିକା ଲଗାତାର ସୁପରହିଟ ଫିଲ୍ମ ଦେଇଚାଲିଛନ୍ତି । ଏହା ଛଡା ବଲିଉଡରେ ଦିପିକା ଏମିତି ଅନେକ ଫିଲ୍ମ କରିଛନ୍ତି ଯାହା ୧୦୦କୋଟି କ୍ଲବରେ ସାମିଲ ହୋଇପାରିଛି । ୟା ଭିତରେ ଏମିତି ଅନେକ ଫିଲ୍ମ ରହିଛି ଯାହା ବଲିଉଡକୁ ଛପରଫାଡ ଆୟ ଦେଇଛି।

ଓମ୍ ଶାନ୍ତି ଓମ- ଦୀପିକା ନିଜ ଫିଲ୍ମ କ୍ୟାରିଅର ଓମ୍ ଶାନ୍ତି ଓମରୁ ଆରମ୍ଭ କରିଥିଲେ। ଶାହରୁଖଙ୍କ ସହ ମୁଖ୍ୟ ଭୂମିକାରେ ଥିଲେ ଦିପିକା। ଫିଲ୍ମରେ ଶାହରୁଖ ଥିବା ସତ୍ୱେ ସେ ତାଙ୍କ ନିଜ ପରିଚୟ ବଜାୟ ରଖିଥିଲେ। ଏହି ଫିଲ୍ମରୁ ୧୪୯ କୋଟି ଟଙ୍କା ବ୍ୟବସାୟ ହୋଇଥିଲା।  

ୟେ ଜୱାନୀ ହେ ଦୀୱାନୀ- ରଣବୀର କପୁର ଓ ଦୀପିକାଙ୍କ ବ୍ରେକ ଅପ ପରେ ୟେ ଜୱାନୀ ହେ ଦୀୱାନୀ ଫିଲ୍ମ ଆସିଥିଲା। ଏହି ଫିଲ୍ମରୁ ୩୧୧ କୋଟି ଟଙ୍କା ଆୟ ହୋଇଥିଲା।

ଚେନ୍ନାଇ ଏକ୍ସପ୍ରେସ- ରୋହିତ ଶେଟ୍ଟୀଙ୍କ କମେଡି ଓ ଏକ୍ସସନ ଫିଲ୍ମ ଚେନ୍ନାଇ ଏକ୍ସପ୍ରେସରେ ଦୀପିକା, ଶାହରୁଖଙ୍କୁ ଏକାଠି ଦୋଖିବାକୁ ମିଳିଥିଲା। ସେହି ସମୟରେ ଅନ୍ୟ ଫିଲ୍ମର ରେକର୍ଡ ଭାଙ୍ଗି ଚେନ୍ନାଇ ଏକ୍ସପ୍ରେସ ୩୯୫ କୋଟି ଟଙ୍କା ଲାଭ କରିଥିଲା।    

ରାମଲୀଲା– ଦୀପିକା ପାଦୁକୋନ ରଣବୀର ସିଂହଙ୍କ ସହ ଗଲିୟୋଁ କି ରାସଲୀଲା- ରାମଲୀଲାରେ ଧମାଲ କରିଥିଲେ। ସେକ୍ସପିଅରଙ୍କ ରୋମିୟୋ ଜୁଲିଏଟ ଉପନ୍ୟାସ ଉପରେ ଆଧାରିତ ଏହି ଫିଲ୍ମ । ସଞ୍ଜୟ ଲୀଲା ଭଂସାଲୀଙ୍କ ଏହି ଚଳଚ୍ଚିତ୍ରରେ ୨୦୨ କୋଟି ଟଙ୍କା ବ୍ୟବସାୟ କରିଥିଲେ।

ହାପି ନ୍ୟୁ ଇୟର– ଓମ୍ ଶାନ୍ତି ଓମ, ଚେନ୍ନାଇ ଏକ୍ସପ୍ରେସ ଫିଲ୍ମ କଲା ପରେ ଦୀପିକା ଶାହରୁଖ ଖାନଙ୍କ ସହ ହାପି ନ୍ୟୁ ଇୟରରେ ଦୋଖିବାକୁ ମିଳିଥିଲେ। ଏବଂ ଆଉ ଥରେ ଏହି ଯୋଡି କମାଲ କରିଥିଲା। ବକ୍ସ ଅଫିସରେ ହାପି ନ୍ୟୁ ଇୟର ୩୪୦ କୋଟି ଟଙ୍କା ବ୍ୟବସାୟ କରିଥିଲା।

ପିକୁ- ୨୦୧୫ ମସିହାରେ ଦୀପିକା ଓ ଅମିତାଭ ବଚ୍ଚନଙ୍କ ଫିଲ୍ମ ପିକୁ ୧୦୦ କୋଟିରୁ ଅଧିକ ଟଙ୍କା ବ୍ୟବସାୟ କରିଥିଲା। ପିକୁ ଦୀପିକାଙ୍କର ସପ୍ତମ ୧୦୦ କୋଟି ଟଙ୍କାର ଫିଲ୍ମ ଥିଲା କିନ୍ତୁ ଅମିତାଭ ବଚ୍ଚନଙ୍କ କ୍ୟାରିଅରର ପ୍ରଥମ ଫିଲ୍ମ ଥିଲା ଯାହା ୧୦୦ କୋଟି ଟଙ୍କା ପାର କରିଥିଲା। 

ତମାଶା- ୨୦୧୫ ମସିହାରେ ଦୀପିକାଙ୍କର ଫିଲ୍ମ ତମାଶା ରିଲିଜ ହୋଇଥିଲା। ରଣବୀର କପୁରଙ୍କ ବ୍ରେକ ଅପ ପରେ ଦୀପିକା ତାଙ୍କ ସହ ଆଉ ଏକ ଫିଲ୍ମ କରିବାର ନିଷ୍ପତ୍ତି ନେଇଥିଲେ। ଚଳଚ୍ଚିତ୍ରର ନିର୍ଦ୍ଧେଶକ ଇମତିୟାଜ ଅଲ୍ଲୀ ଥିଲେ। ବକ୍ସ ଅଫିସରେ ୧୩୬ କୋଟି ଟଙ୍କା ଲାଭ କରିଥିଲା।

ପଦ୍ମାବତୀ- ଏହି ଚଳଚ୍ଚିତ୍ର ଦୀପିକାଙ୍କୁ ସବୁଠୁ ଅଧିକ ପ୍ରତିଷ୍ଠା ମିଳିଥିଲା। ଏହି ଫିଲ୍ମକୁ ନେଇ ଅନେକ ବିବାଦ ସୃଷ୍ଟି ହୋଇଥିଲା। ଲମ୍ୱା ସମୟ ପର୍ଯ୍ୟନ୍ତ ଫିଲ୍ମର ରିଲିଜ ଡେଟ ଘୁଞ୍ଚୁଥିଲା। ଫିଲ୍ମର ରିଲିଜ ପରେ ବକ୍ସ ଅଫିସରେ ହଇଚଇ ସୃଷ୍ଟି ହୋଇଥିଲା। ଏହି ଫିଲ୍ମର ବଜେଟ ୨୧୫ କୋଟି ଟଙ୍କା ଥିଲା ଏବଂ ୫୨୫ କୋଟି ଟଙ୍କା ଆୟ ହୋଇଥିଲା। 

ବାଜିରାଓ ମସ୍ତାନୀ- ଏହି ଚଳଚ୍ଚିତ୍ର ଏକ ଐତିହାସିକ ପ୍ରେମ କାହାଣି ଉପରେ ଆଧାରିତ । ଫିଲ୍ମରେ ଦୀପିକା ସହ ରଣବୀର ସିଂହଙ୍କ ଯୋଡି ଦର୍ଶକଙ୍କୁ ବହୁତ ପସନ୍ଦ ଆସିଥିଲା। ୧୪୫ ବଜେଟରେ ହୋଇଥିବା ଫିଲ୍ମ ୩୫୬ କୋଟି ଟଙ୍କାର ସଫଳତା ହାସଲ କରିଥିଲା।

   Related Posts