Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍: ଲେଖିଲେ, ଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଟଙ୍କା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟର ୬ ବିଶ୍ବବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତି: ଜାଣନ୍ତୁ କିଏ, କେଉଁଠି
  • ||
  • ବରଗଡ଼: ‘ନୋ କ୍ଲାସ୍ ନୋ ଫି’ ଦାବିରେ ଜିଲ୍ଲାପାଳଙ୍କୁ ଘେରିଲେ କଲେଜ ଛାତ୍ରଛାତ୍ରୀ
  • ||
  • ନାବାଳିକାକୁ ଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା କରିଥିଲା ସଂପର୍କୀୟ କକା: ଏମିତି ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଘେରିଲେ ମହିଳା
  • ||
  • ମାଲକାନଗିରି :ପଡିଆ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ମେଡିକାଲ ଅଫିସରଙ୍କୁ ଗିରଫ କଲା ଭିଜିଲାନ୍ସ
  • ||
  • ମାଲକାନଗିରି : ଜମିବାଡି ବିବାଦରୁ ହତ୍ୟାକାଣ୍ଡ ! ହତ୍ୟା କରି ଫିଙ୍ଗିଦେଲେ ଘର ଆଗରେ
  • ||
  • ଝାରସୁଗୁଡା : ଟେଣ୍ଟ ହାଉସ୍ ଗୋଦାମରେ ଅଗ୍ନିକାଣ୍ଡ, ୫୦ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡି ଭସ୍ମୀଭୂତ
  • ||
  • ଭୁବନେଶ୍ବର : ଓଟିଭିରୁ ଇସ୍ତଫା ଦେଲେ ନିହାର ରଞ୍ଜନ ଭୂୟାଁ
  • ||
  • କଟକ : ଘରୋଇ ସ୍କୁଲ ଫି’ କମାଇବା ମାମଲା : ଫି’ କେତେ କମିବ ସତ୍ୟପାଠ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
  • ||
  • ନୂଆଦିଲ୍ଲୀ : ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ASI ଗିରଫ, ବିଲଡରଙ୍କଠାରୁ ୨ କୋଟି ମାଗୁଥିଲେ ବଟି
  • ||

ବଲିଉଡ୍ ଡ୍ରଗ୍ସ ମାମଲା: ଜେରା ପାଇଁ ଏନସିବି ଗେଷ୍ଟ ହାଉସରେ ଦୀପିକା ପାଦୁକୋନ, ଚାଲିଛି ଜେରା

26/09/2020 at 10:58 AM

ନୂଆଦିଲ୍ଲୀ ୨୬/୦୯: ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଜଡ଼ିତ ଡ୍ରଗ୍ସ କାରାବାରର ତଦନ୍ତ କରୁଛି ନାରକୋଟିକ୍ସ କଂଟ୍ରୋଲ ବ୍ୟୁରୋ (ଏନସିବି)। ଏହି କ୍ରମରେ ଏନସିବି ହାତରେ ବଲିଉଡ ଡ୍ରଗ୍ସ ଲିଙ୍କ ସାମ୍ନାକୁ ଆସିଛି। ଏଥିରେ ଆଗଧାଡିର କିଛି ସେଲିବ୍ରିଟିଙ୍କ ନାଁ ଆସିବା ପରେ ଏନସିବି ସେମାନଙ୍କ ଜେରା ଆରମ୍ଭ କରିଛି। ଆଜି ଏନସିବି ଜେରାକୁ ସାମ୍ନା କରିବେ ଅଭିନେତ୍ରୀ ଦୀପିକା ପାଦୁକୋନ। ଏ​ ନେଇ ଦୀପିକା ଏନସିବି ଗେଷ୍ଟ ହାଉସରେ ପହଞ୍ଚିସାରିଛନ୍ତି।

 ସେ ଆଜି (ଶନିବାର) ସକାଳ ୯.୪୮ରେ ଗେଷ୍ଟ ହାଉସରେ ପହଞ୍ଚିଛନ୍ତି। ଏହା ସହ ତାଙ୍କ ଜେରା ମଧ୍ୟ ଆରମ୍ଭ ହୋଇଛି। ଏନିସିବିର ବିଭିନ୍ନ ପ୍ରଶ୍ନ ବାଣକୁ ସାମ୍ନାକୁ କରୁଛନ୍ତି ଦୀପିକା। ମ୍ୟାନେଜର କରିଶ୍ମା ପ୍ରକାଶଙ୍କୁ ଡ୍ରଗ୍ସ ମାଗିବା ପ୍ରସଙ୍ଗରେ ଏନସିବି ତାଙ୍କୁ ପ୍ରଶ୍ନ କରିବ। ଏବେ ଦେଖିବାର ବାକି ଅଛି ଦୀପିକାଙ୍କ ଉତ୍ତରରୁ ମାମଲା କେଉଁ ମୋଡକୁ ଯିବ।

ତେବେ ଏହା ସହ ଆଜି ଡ୍ରଗ୍ସ ମାମଲାରେ ଏନସିବି ଦୀପିକାଙ୍କ ସମେତ ସାରା ଅଲ୍ଲୀ ଖାନ, ଶ୍ରଦ୍ଧା କପୁର ତଥା ଅନ୍ୟ ଅଭିନେତା ଓ ଅଭିନେତ୍ରୀଙ୍କ ଜେରା ଜାରି ରହିବ। ଡ୍ରଗ୍ସ ମାମଲାରେ ନାଁ ଆସିବା ପରେ ନିଜ ଜୀନବ ଉପରେ ବିପଦ ଥିବା କହିଥିଲେ। ଯାହା ପରେ ମୁମ୍ବାଇ ପୋଲିସ୍ ତାଙ୍କ ଘରେ ତାଙ୍କୁ ସୁରକ୍ଷା ଦେବା ପାଇଁ ପହଞ୍ଚିଥିଲା। ପୂର୍ବରୁ ଡ୍ରଗ୍ସ ମାମଲାରେ ରିୟା ଚକ୍ରବର୍ତୀ ଓ ତାଙ୍କ ଭାଇ ସୌଭିକ ଚକ୍ରବର୍ତୀଙ୍କୁ ଏନସିବି ଗିରଫ କରିସାରିଛି।

   Related Posts