ଲକ୍‌ଡାଉନ୍ ବେଳେ କ୍ୟାଟ୍ ଫାଇଟ୍ : ସୋସିଆଲ ମିଡିଆରେ ମୁହାଁମୁହିଁ ହେଲେ ଦୀପିକା ଏବଂ କ୍ୟାଟ୍ରିନା

Published By : Prameya-News7 Bureau | March 27, 2020 IST

ମୁମ୍ବାଇ ୨୭/୩: ଏବେ କରୋନା ଭାଇରସ୍ ଯୋଗୁଁ ଦେଶବ୍ୟାପି ଲକଡାଉନ୍ ଘୋଷିତ କରି ଦିଆଯାଇଛି। ସାଧାରଣ ଲୋକଙ୍କ ଭଳି ବଲିଉଡ ସେଲିବ୍ରିଟିମାନେ ମଧ୍ୟ ଏବେ ନିଜ ନିଜ ଆଇସୋଲେସନରେ ଅଛନ୍ତି। ଏବେ ବ୍ୟସ୍ତ ରହୁଥିବା ବଲିଉଡ ଷ୍ଟାର୍ସଙ୍କ ଘରେ ବିଲକୁଲ ଫ୍ରି ବସିବାକୁ ପଡ଼ୁଛି,କିନ୍ତୁ ଏମାନେ ଚର୍ଚ୍ଚାରେ ରହିବାକୁ କିଛି ନା କିଛି ସୁଯୋଗ ଖୋଜି ନିଅନ୍ତି। ଲକଡାଉନ୍ ସମୟରେ ଏହି ବଲିଉଡ ଷ୍ଟାରଙ୍କ ମଧ୍ୟରେ ସୋସିଆଲ ମିଡିଆ ଜରିଆରେ କଥାବାର୍ତ୍ତା ଦେଖିବାକୁ ମିଳୁଛି। ନିକଟରେ କାଟ୍ରିନା କୈଫଙ୍କ ବାସନ ମାଜୁଥିବା ଭିଡିଓକୁ ଦୀପିକା ପାଦୁକୋନ ନିଜ ଇନଷ୍ଟାଗ୍ରାମରେ ସେୟାର କରି ଏପରି କମେଣ୍ଟ ଦେଇଛନ୍ତି ଯେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

wp:core-embed/instagram {"url":"https://www.instagram.com/p/B-MzQeqjfo5/","type":"rich","providerNameSlug":"instagram","className":""}
https://www.instagram.com/p/B-MzQeqjfo5/
/wp:core-embed/instagram

କିଛି ଦିନ ତଳେ କାଟ୍ରିନା କୈଫ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଥିଲେ। ଏଥିରେ ସେ ନିଜ ରୋଷେଇ ଘରେ ବାସନ ମାଜୁଥିବା ନଜର ଆସିଛନ୍ତି। କାଟ୍ରିନା ଏହି ଭିଡିଓ ଜରିଆରେ ବାସନ ମାଜିବାର ଏପରି ଉପାୟ କହିଥିଲେ ଯେଉଁଥିରେ ଅଧିକ ପାଣି ଖର୍ଚ୍ଚ ନହେବ। ସେ ସିଙ୍କରେ କିଛି ପାଣି ଭର୍ତ୍ତି କରି ଦେଇଥିଲେ ଏବଂ ଏହି ପାଣିରେ ବାସନକୁ ବୁଡ଼ାଇ ସଫା କରୁଥିଲେ। କାଟ୍ରିନାଙ୍କ ଏହି ଭିଡିଓରେ ଫ୍ୟାନ୍ସ ବିଭିନ୍ନ ପ୍ରକାରର ରିଆକ୍ସନ୍ ଦେଉଛନ୍ତି। ଏହା ସହିତ ବଲିଉଡ ଷ୍ଟାରମାନେ ମଧ୍ୟ କମେଣ୍ଟ ଦେଉଛନ୍ତି।

wp:core-embed/instagram {"url":"https://www.instagram.com/p/B9_neTUj4qf/","type":"rich","providerNameSlug":"instagram","className":""}
https://www.instagram.com/p/B9_neTUj4qf/
/wp:core-embed/instagram

କାଟ୍ରିନାଙ୍କ ଏହି ଭିଡିଓରେ ଅଭିନେତ୍ରୀ ଦୀପିକା ପାଦୁକୋନ ମଜାଳିଆ କମେଣ୍ଟ ଦେଇଛନ୍ତି। ଦୀପିକା ତାଙ୍କର ଏହି ଭିଡିଓକୁ ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ସେୟାର କରିଛନ୍ତି ଏବଂ ଲେଖିଛନ୍ତି- ‘ମୋତେ ଏହା କହିବାକୁ ଦୁଃଖ ଲାଗୁଛି ଯେ ସିଜନ୍ ୧ର ଏପିସୋଡ ୫ କ୍ୟାନସଲ୍ ହୋଇଯାଇଛି କାରଣ କ୍ୟାଟରିନା କୈଫ ମୋ ଆଇଡିଆ ଚୋରାଇ ନେଇଛନ୍ତି। . #PlagiarismInTheTimeOfCovid19'. ଦୀପିକା ପାଦୁକୋନ ଇନଷ୍ଟାରେ ଘରେ କାମ କରୁଥିବାର ଭିଡିଓ ଏବଂ ଫଟୋ ସେୟାର କରୁଛନ୍ତି ଏବଂ ଏଗୁଡ଼ିକୁ ସିଜନ ଏବଂ ଏପିସୋଡ ନାଁ ଦେଉଛନ୍ତି। ସେ ଏବେ ଯାଏଁ ସଫା କରୁଥିବା,ବ୍ୟାୟାମ କରୁଥିବା,ଜୁସ୍ ପିଉଥିବା,ସେଲ୍ଫ କେୟାର କରୁଥିବା ୪ଟି ଏପିସୋଡ ପ୍ରସ୍ତୁତ କରିଛନ୍ତି।

wp:core-embed/instagram {"url":"https://www.instagram.com/p/B-KHTu_hu9Y/?utm_source=ig_embed","type":"rich","providerNameSlug":"instagram","className":""}
https://www.instagram.com/p/B-KHTu_hu9Y/?utm_source=ig_embed
/wp:core-embed/instagram

କାଟ୍ରିନାଙ୍କ ଭିଡିଓ କଥା କହିବା ଯଦି ଏହା ପୂର୍ବରୁ ଅର୍ଜୁନ କପୁର ମଧ୍ୟ ତାଙ୍କ ଭିଡିଓରେ ମଜାଳିଆ କମେଣ୍ଟ କରିଥିଲେ। ଅର୍ଜୁନ ତାଙ୍କୁ ‘କାନ୍ତାବାଇ ୨.୦’ କହିଥିଲେ। କେବଳ ଏତିକି ନୁହେଁ,ଅର୍ଜୁନ ଏବେ କାଟ୍ରିନାଙ୍କୁ ନିଜ ଘରେ ମଧ୍ୟ କାମ କରିବାକୁ ନିମନ୍ତ୍ରଣ କରିଥିଲେ। ଏହା ବ୍ୟତୀତ କାଟ୍ରିନା ଝାଡ଼ୁ କରୁଥିବା ଏକ ଭିଡିଓ ମଧ୍ୟ ସେୟାର କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.