ଦୀପିକାଙ୍କ ହସ ମନ ଜିଣିଲା: ଏଥେନ୍ସ ବିମାନବନ୍ଦର ଗ୍ୟାଲେରୀରେ ମିଳିଲା ସମ୍ମାନ
9/12/2020 at 1:48 PM

ମୁମ୍ବାଇ ୦୯/୧୨ : ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ହସ କୋଟି କୋଟି ଜନତାଙ୍କ ହୃଦୟ ଜିତିଛି। ଫିଲ୍ମ ଓମ ଶାନ୍ତି ଓମରୁ ନିଜ ସୁନ୍ଦର ହସରେ ପ୍ରଥମଥର ପାଇଁ ପ୍ରଶଂସକଙ୍କ ହୃଦୟ ଜିତିଥିଲେ ଦୀପିକା। ଦୀପିକାଙ୍କ ଏହି ସୁନ୍ଦର ହସ ଆଜି ବିଶ୍ୱପ୍ରସିଦ୍ଧ ଏଥେନ୍ସ ବିମାନବନ୍ଦରରେ ତିଆରି ହୋଇଥିବା ଗ୍ୟାଲେରୀରେ ଦୀପିକାଙ୍କ ପ୍ରତିମା ସ୍ଥାନ ପାଇଛି। ଏଥେନ୍ସ ବିମାନବନ୍ଦରରେ ଦୁନିଆର କିଛି ଜଣାଶୁଣା ବ୍ୟକ୍ତିଙ୍କ ସ୍ମିତହାସ୍ୟ ଭରା ମୁହଁର ପ୍ରତିମା ତିଆରି କରି ରଖାଯାଇଛି। ଏହି ଲୋକମାନଙ୍କ ସ୍ମିତହାସ୍ୟକୁ ପ୍ରାମାଣିକ ହସ ବୋଲି କୁହାଯାଇଛି। ଏଥିରେ ଦୀପିକାଙ୍କ ପ୍ରତିମା ମଧ୍ୟ ରହିଛି। ତେବେ ପ୍ରତିମା ସହ ବ୍ୟକ୍ତିଙ୍କ ନାଁ ଯୋଡାଯାଇନାହିଁ। ପ୍ରତ୍ୟେକ ପ୍ରତିମା ସହ ସେହି ବ୍ୟକ୍ତିଙ୍କ ପେସା ଓ ଦେଶର ନାଁ ଲେଖାଯାଇଛି। ତାଛଡା ପ୍ରତିମା କେଉଁ ସାମଗ୍ରୀରେ ତିଆରି କରାଯାଇଛି ତାହା ମଧ୍ୟ ଲେଖାଯାଇଛି।

ଦୀପିକାଙ୍କ ପ୍ରତିମା ମଟମ୍ୟାଲେ ରଙ୍ଗର ପଥରରେ ତିଆରି ହୋଇଛି। ପ୍ରତିମା ତଳେ ଲେଖାଯାଇଛି, ‘ଏଥେନ୍ସ ଅନ୍ତରାଷ୍ଟ୍ରୀୟ ବିମାନବନ୍ଦରରେ ଭାରତୀୟ ବଲିଉଡ ଅଭିନେତ୍ରୀଙ୍କ ହସ, ଗ୍ରେ ମାର୍ବଲ, ୨୦୨୦ ଏ.ଡି’

ଏଥେନ୍ସ ବିମାନବନ୍ଦରରୁ ନିଜ କ୍ୟାମେରାରେ କେହି ଜଣେ ପ୍ରଶଂସକ ଦୀପିକାଙ୍କ ଏହି ଫଟୋ ସୋସିଆଲ ମିଡ଼ିଆରେ ସେୟାର କରିଛି। ଏହାପରେ ଅନ୍ୟ ପ୍ରଶଂସକମାନେ ମଧ୍ୟ ଏହି ଫଟୋ ସେୟାର କରିଛନ୍ତି। ଦୀପିକାଙ୍କ ଏହି ଫଟୋ ବର୍ତ୍ତମାନ ଖୁବ ଭାଇରାଲ ହେଉଛି।

ଏଥେନ୍ସ ଅନ୍ତରାଷ୍ଟ୍ରୀୟ ବିମାନବନ୍ଦରରେ ଦୀପିକାଙ୍କ ଛଡା ଆହୁରି ଅନେକ ପ୍ରତିମା ରହିଛି। ଏହିସବୁ ପ୍ରତିମା ଭିନ୍ନ ଭିନ୍ନ ସାମଗ୍ରୀରେ ତିଆରି ହୋଇଛି। କେଉଁଟି ଧଳା ମାର୍ବଲରେ ତ କେଉଁଟି କାଠରେ ତିଆରି। ପ୍ରତିମା ସହ ନାଁ ଲେଖା ହୋଇନଥିଲେ ବି ଦୀପିକାଙ୍କ ପ୍ରଶଂସକ ତାଙ୍କୁ ବିନା ନାଁରେ ଚିହ୍ନି ପକାଇଲେ। ନିଜ ଦକ୍ଷତାରେ ଦୀପିକା ଲୋକଙ୍କ ହୃଦୟରେ ଏମିତି ଜାଗା ସୃଷ୍ଟି କରିଛନ୍ତି ଯେ ଲୋକେ ତାଙ୍କ ହସରୁ ତାଙ୍କୁ ଚିହ୍ନି ପାରୁଛନ୍ତି।