ବିନଙ୍କ ସହ ପୁଣି ନଜର ଆସିପାରନ୍ତି ଦୀପିକା ! ଏହି ହଲିଉଡ ଫିଲ୍ମ ପାଇଁ ମିଳିପାରେ ଅଫର

Published By : Prameya-News7 Bureau | December 16, 2019 IST

ମୁମ୍ବାଇ୧୬|୧୨: ଦୀପିକା ପାଦୁକୋଣ ଏମିତି ଜଣେ ଅଭିନେତ୍ରୀ ଯିଏ ବଲିଉଡରେ ସବୁଠୁ ଅଧିକ ସଫଳ ହେବା ସହ ଅଧିକ ଆୟ ମଧ୍ୟ କରୁଛନ୍ତି । ଦୀପିକା ଲଗାତାର ସୁପରହିଟ ଫିଲ୍ମ ଦେଇଚାଲିଛନ୍ତି । ନିକଟରେ ଦୀପିକାଙ୍କ ଫିଲ୍ମ ଛପାକର ଟ୍ରେଲର ହୋଇଛି। ଏହି ଟ୍ରେଲର ଦର୍ଶକ ଖୁବ ପସନ୍ଦ କରିଛନ୍ତି। ବଲିଉଡ ଫିଲ୍ମ 'ଓମ୍‌ ଶାନ୍ତି ଓମ୍‌'ରୁ ଫିଲ୍ମ କ୍ୟାରିଅର ଆରମ୍ଭ କରିଥିବା ଦୀପିକା ଏବେ ଅନେକ ଲୋକଙ୍କ ଦିଲରେ ରାଜ କରନ୍ତି। ଶାହରୁଖଙ୍କ ସହିତ ଫିଲ୍ମ କରିବା ପରେ ସେ ବଲିଉଡରେ ଖୁବ ଲୋକପ୍ରିୟତା ହାସଲ କରିଥିଲେ।

{"id":198413,"sizeSlug":"large"}

ଦୀପିକା ବଲିଉଡ ସହ ହଲିଉଡରେ ମଧ୍ୟ ପରିଚିତ। ବଲିଉଡରେ ଧମାକା କରିବା ପରେ ଦୀପିକା ହଲିଉଡରେ ନିଜ କ୍ୟାରିଅର ଆରମ୍ଭ କରିଥିଲେ। ୨୦୧୭ ମସିହାରେ ଦୀପିକା 'XXX: Return of the Xander cage 'ରେ ସେରେନା ଭୂମିକାରେ ଅଭିନୟ କରିଥିଲେ। ଏହି ଫିଲ୍ମରେ ଦୀପିକା ହଲିଉଡ ସୁପରଷ୍ଟାର ବିନ ଡିଜେଲଙ୍କ ସହ ନଜର ଆସିଥିଲେ। ବିନ୍‌ଙ୍କ ସହ ଅଭିନୟ କରି ହଲିଉଡରେ ଡେବ୍ୟୁ କରିଥିଲେ ଦୀପିକା। ସୂଚନାଯୋଗ୍ୟ ଯେ, ଏବେ ଦୀପିକା ଏହି ସିରିଜର ଆଗାମୀ ଫିଲ୍ମରେ ନଜର ଆସିପାରନ୍ତି । ଏହି ଖବର ନେଇ ଜୋରସୋରରେ ଚର୍ଚ୍ଚା ଚାଲିଛି।

{"id":198420,"sizeSlug":"large"}

ବିନ ଡିଜେଲ ନିଜ ଫିଲ୍ମରେ କାମ କରିଥିବା ସମସ୍ତ କଳାକାରଙ୍କ ସହିତ ପରିବାର ଭଳି ବଣ୍ଡିଂ ରଖିଛନ୍ତି।  ନିକଟରେ ବିନ୍‌ ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି। ଏହି ପୋଷ୍ଟ ଦେଖି ଲାଗୁଛି, ବୋଧହୁଏ ପୁଣି ଏହି ଫିଲ୍ମରେ ଦୀପିକାଙ୍କୁ ଅଫର ମିଳିପାରେ। ଏହି ଫଟୋର କ୍ୟାପସନ ସହିତ ଦୀପିକା ପାଦୁକୋନଙ୍କ ନାମ ମଧ୍ୟ ହ୍ୟାସଟ୍ୟାଗ୍‌ ହୋଇ ରହିଛି। ଏଥିପାଇଁ ଦୀପିକାଙ୍କୁ ଏହି ଫିଲ୍ମରେ ଅଫର ମିଳିପାରେ ବୋଲି ଅନୁମାନ କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.