Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର-ଜାନୁଆରୀ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ: ଭୁବନେଶ୍ବର ଷ୍ଟେସନ ଓ ଏୟାରପୋର୍ଟରେ କରିପାରିବେ କୋଭିଡ୍‌ ଟେଷ୍ଟ
  • ||
  • ପରୀ ବାପା-ମା’ଙ୍କୁ ଭେଟିଲେ ବିଜେପି ଟିମ୍, ସିବିଆଇ ତଦନ୍ତ ଦାବି
  • ||
  • ରାଉରକେଲା : ଚଳନ୍ତା ଟ୍ରେନ୍‌ର ଟୟଲେଟ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଯୁବକ ଗିରଫ
  • ||
  • କଟକ : ପୁଣି ଏକ ନକଲି ଘିଅ କମ୍ପାନୀରେ ଚଢାଉ, କୋଟିଏ ଟଙ୍କାର ଅପମିଶ୍ରିତ ସାମଗ୍ରୀ ଜବତ
  • ||
  • ପ୍ରେମ: ସେୟାର ଚାଟ୍‌ରୁ ଆରମ୍ଭ ଫେସବୁକରେ ଶେଷ, ସୋସିଆଲ ମିଡିଆରେ ପ୍ରେମିକାଙ୍କ ଅଶ୍ଲୀଳ ଫଟୋ ପୋଷ୍ଟ କଲେ ପ୍ରେମିକ
  • ||
  • ନୂଆପଡା : ମେଡିକାଲରେ ଚାକିରୀ ଦେବାକୁ କହି ଠକୁଥିଲା ଯୁବକ, ଗିରଫ କଲା ପୋଲିସ
  • ||
  • ସମ୍ବଲପୁର : ଦନ୍ତା ହାତୀର ମୃତଦେହ ଠାବ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଅଭିଯୋଗ
  • ||
  • ଗଞ୍ଜାମ : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ବିଜେପି ଓ କଂଗ୍ରେସ ପକ୍ଷରୁ ଏତଲା
  • ||
  • ପୁରୀ : ଅନଲାଇନରେ ନିର୍ମାଲ୍ୟ ବିକ୍ରି କରିବା ନେଇ ସିଂହଦ୍ବାର ଥାନାରେ ଆମାଜନ ଇଣ୍ଡିଆ ବିରୋଧରେ ସେବାୟତଙ୍କ ଏତଲା
  • ||
  • ସୋର : ଓଭରଲୋଡିଂ ପାଇଁ ଗଣିଲେ ତଣ୍ଡ, ୩ଲକ୍ଷ ଜରିମନା ଦେଲେ ୬ ଡମ୍ଫର
  • ||

ଛାତ ଉପରେ ଦୀପିକା ପାଦୁକୋଣଙ୍କ ଲିପଲକ୍ ଫଟୋ ଭାଇରାଲ

23/04/2019 at 12:54 PM

ମୁମ୍ୱାଇ୨୩|୪: ବଲିଉଡ ଅଭିନେତ୍ରୀ ଦିପୀକାଙ୍କର ଏକ ଲିପଲକ୍‌ ଭିଡିଓ ଭାଇରାଲ ହେବାରେ ଲାଗିଛି । ରଣବୀର ସିଂଙ୍କୁ ନୂଆ ନୂଆ ବିବାହ କରିଥିବା ଦୀପିକା କିନ୍ତୁ ଆଉ କାହା ସହ ଲିପ୍‌ ଲକରେ ଥିବାର ଫଟୋ ଏବେ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି । ଫଟୋରେ ଦେଖାଯାଉଛି ଯେ, ଘର ଛାତ ଉପରେ ଜଣେ ଯୁବକଙ୍କ ସହ ଦିପୀକା ଲିପ ଲକରେ ଅଛନ୍ତି । ଯେହେତୁ ଖୋଲା ଛାତ ଉପରେ ସେ ଲିପଲକ୍‌ କରୁଥିଲେ ତେଣୁ ଆଖପାଖର ଲୋକେ ମଧ୍ୟ ଏହା ଦେଖୁଥିଲେ । କିନ୍ତୁ ଦୀପିକାଙ୍କର କାହା ପ୍ରତି ଖାତର ନଥିଲା । କିସ୍‌ କରିବାରେ ସେ ଏମିତି ମଜ୍ଜି ଯାଇଥିଲେ ଯେ, ତାଙ୍କର କିଏ ଫଟୋ ଉଠାଉଛି କିଏ ଭିଡିଓ ସୁଟ କରୁଛି ସେଥି ପ୍ରତି ମଧ୍ୟ ତାଙ୍କର ଧ୍ୟାନ ନଥିଲା ।  ଭାଇରାଲ ହୋଇଥିବା ଏହି ଭିଡିଓରେ ଦୀପିକା ଗୋଲାପି ରଂଗର କୂର୍ତ୍ତି ପିନ୍ଧିଛନ୍ତି।
ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋଣ ଏବେ ଛପାକ ଫିଲ୍ମ ଶୁଟିଂରେ ବ୍ୟସ୍ଥ ଅଛନ୍ତି। ବଲିଉଡର ଚର୍ଚ୍ଚିତା ଅଭିନେତ୍ରୀ ଦୀପିକା ଅନେକ ଫିଲ୍ମ କରିଛନ୍ତି ଯାହା ୧୦୦କୋଟି କ୍ଲବରେ ସାମିଲ ହୋଇପାରିଛି। ଏହା ବ୍ୟତୀତ ବଲିଉଡରେ ସବୁଠୁ ଅଧିକ ସଫଳ ହେବା ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ ହେଲେ ଦୀପିକା। ଦୀପିକା ଲଗାତାର ବଲିଉଡକୁ ସୁପରହିଟ ଫିଲ୍ମ ଦେଇଛନ୍ତି ଯାହା ଅଧିକ ଆୟ ମଧ୍ୟ କରେ। ଗତ ବର୍ଷ ସେ ବଲିଉଡର ସୁପରହିଟ୍‌ ଅଭିନେତା ରଣବୀର ସିଂଙ୍କୁ ବିବାହ କରିଛନ୍ତି।
ତେବେ ଛପାକ ଫିଲ୍ମ ସେଟ୍‌ରୁ ଏବେ କିଛି ନା କିଛି ଫଟୋ ଓ ଭିଡିଓ ପ୍ରତିଦିନ ଭାଇରାଲ ହେଉଛି। ଏହି ଲିପଲକ୍‌ ଦୃଶ୍ୟଟି ମଧ୍ୟ ଛପାକ ଫିଲ୍ମର । ଭାଇରାଲ ହୋଇଥିବା ଭିଡିଓରେ ଦୀପିକା ଓ ବିକ୍ରାନ୍ତ ଛାତ ଉପରେ ଠିଆ ହୋଇ ପରସ୍ପରକୁ କିସ କରୁଥିବା ଏଥିରେ ଦେଖାଯାଇଛି। ଏହି ସିନରେ ବିକ୍ରାନ୍ତ ବ୍ରାଉନ ରଂଗର କୂର୍ତ୍ତା ପିନ୍ଧିଛନ୍ତି ଓ ଦୀପିକା ଗୋଲାପି ରଂଗର କୂର୍ତ୍ତି ପିନ୍ଧିଛନ୍ତି  । ଫିଲ୍ମର କାହାଣୀ ଏଭଳି ସିନର ଡିମାଣ୍ଡ କରୁଥିଲା ବୋଲି କୁହାଯାଇଛି ।
ବଲିଉଡ ନିର୍ଦ୍ଦେଶକ ମେଘ୍‌ନା ଗୁଲଜାରଙ୍କ ଆଗାମୀ ଚଳଚ୍ଚିତ୍ର ଏସିଡ଼ ଆଟାକ ପାଇଁ ଦୁଇଜଣ ବେଶ ଚର୍ଚ୍ଚାରେ ଅଛନ୍ତି । ଜଣେ ହେଲେ ଏସିଡ ଆଟକ ପିଡୀତା ଲକ୍ଷ୍ମୀ ଅଗ୍ରୱାଲ ଓ ଅଭିନେତ୍ରୀ ଦୀପିକା ପାଦୁକୋଣ । କାରଣ ଲକ୍ଷ୍ମୀଙ୍କ ଉପରେ ଫିଲ୍ମର କାହାଣୀ ଆଧାରିତ ହୋଇଥିବାବେଳେ ଲକ୍ଷ୍ମୀଙ୍କ ଭୂମିକାରେ ଅଭିନୟ କରୁଛନ୍ତି ଦୀପିକା । ୨୦୦୫ ମସିହା ଏପ୍ରିଲ ମାସ ୨୨ ତାରିଖରେ ଲକ୍ଷ୍ମୀଙ୍କ ସହ ଏହି ଅଭାବନୀୟ ଘଟଣା ଘଟିଥିଲା। ଜଣେ ଯୁବକ ଲକ୍ଷ୍ମୀଙ୍କ ଉପରେ ଏସିଡ ପକାଇଥିଲେ ଓ ସେତେବେଳେ ସେ ୧୫ ବର୍ଷ ବୟସର ଥିଲେ। ଆସନ୍ତା ବର୍ଷ ଜାନୁଆରୀ ମାସ ୧୦ ତାରିଖରେ ଏହି ଫିଲ୍ମ ମୁକ୍ତିଲାଭ କରିବ।
 

   Related Posts