ଦୀପିକା କୁମାରୀଙ୍କ ପଦକ ଆଶା ଧୂଳିସାତ୍, କ୍ୱାର୍ଟର ଫାଇନାଲରେ କୋରିଆ ଖେଳାଳିଙ୍କଠୁ ପରାସ୍ତ

Published By : Prameya-News7 Bureau | July 30, 2021 IST

ଟୋକିଓ, ୩୦/୦୭ :  ଭାରତୀୟ ମହିଳା ତୀରନ୍ଦାଜ ଦୀପିକା କୁମାରୀଙ୍କ ପଦକ ଜିତିବା ସ୍ୱପ୍ନ ଚୁରମାର ହୋଇଯାଇଛି । ଦୀପିକା ଟୋକିଓ ଅଲିମ୍ପିକ୍ସରୁ ପରାସ୍ତ ହୋଇ ବାଦ୍ ପଡିଛନ୍ତି । ସେ ବ୍ୟକ୍ତିଗତ ଇଭେଣ୍ଟରେ ସେମିଫାଇନାଲରେ ପହଁଚିପାରି ନଥିଲେ । ସେ କ୍ୱାର୍ଟର ଫାଇନାଲରେ କୋରିଆର ଅନ୍ ସାନଙ୍କଠୁ ୬-୦ରେ ପରାଜୟବରଣ କରିଥିଲେ ।

ଏହାପୂର୍ବରୁ ଦୀପିକା ପ୍ରି କ୍ୱାର୍ଟର ଫାଇନାଲରେ ପୂର୍ବତନ ବିଶ୍ୱ ଚାମ୍ପିଅନ ତଥା ଋଷ ଅଲିମ୍ପିକ ସମିତିର ସେନିଆ ପେରୋବାଭଙ୍କୁ ମାତ୍ ଦେଇଥିଲେ ।

ଅନ୍ ସାନ୍ ଦୀପିକାଙ୍କୁ ୬-୦ରେ କ୍ୱାର୍ଟର ଫାଇନାଲରେ ହରାଇଥିଲେ । ସାନ୍ ନିଜର ପ୍ରଥମ ସେଟରେ ୩୦-୨୭ରେ ବିଜୟୀ ହୋଇଥିଲେ । ଦୀପିକା ପ୍ରଥମରୁ ୭ ପଏଣ୍ଟ ପଛରେ ଚାଲିଥିଲେ । ଏପରି ଭାବେ କୋରିଆ ୨-୦ରେ ଆଗୁଆ ରହିଥିଲା । ଦ୍ୱିତୀୟ ସେଟରେ ମଧ୍ୟ ଦୀପିକାଙ୍କୁ ୨୪-୨୬ରେ ପଛରେ ରହିବାକୁ ପଡିଥିଲା ।ତୃତୀୟ ସେଟକୁ ମଧ୍ୟ ସାନ୍ ୨୬-୨୪ରେ ଜିତି ବିଜୟୀ ହୋଇଥିଲେ । ସେହିପରି ମିକ୍ସଡ୍ ଇଭେଣ୍ଟରେ ମଧ୍ୟ ଦୀପିକାଙ୍କୁ କୋରିଆ ଟିମ୍‌ଠୁ ପରାଜୟର ସାମ୍ନା କରିବାକୁ ପଡିଥିଲା ।

ସୂଚନାଯୋଗ୍ୟ, ଅଲିମ୍ପିକ୍ସ ଇତିହାସରେ ଭାରତକୁ ଏବେସୁଦ୍ଧା ପଦକ ମିଳିପାରି ନାହିଁ । ଏହାପୂର୍ବରୁ ଦୀପିକା ବିଶ୍ୱ କପରେ ତିନୋଟି ସୂର୍ଣ୍ଣ ଜିତିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.