Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଟିକାକରଣ ଏକ କୋଟି ପାର, ଶୁଭେଚ୍ଛା ଜଣାଇଲା ସ୍ବାସ୍ଥ୍ୟ ବିଭାଗ
  • ||
  • ରାଜ୍ୟରେ ଦିନକରେ ସୁସ୍ଥ ହେଲେ ୪୫୮୭ କରୋନା ଆକ୍ରାନ୍ତ , ଖୋର୍ଦ୍ଧାରୁ ସର୍ବାଧିକ ୬୭୧ ଡିସଚାର୍ଜ
  • ||
  • ଜୁନ ୨୪ରେ ବୈଠକ ଡାକିଲେ କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧି, ଦଳୀୟ କନ୍ଦଳ ନେଇ ହେବ ମାନସମନ୍ଥନ
  • ||
  • ଭଦ୍ରକ : ବ୍ରାଉନସୁଗାର ସେବନକୁ ବିରୋଧ କରିବାରୁ ମାରଣାସ୍ତ୍ର ଧରି ଗୋଡାଇଲେ ଯୁବକ, ୩ ଗିରଫ, ୧୦ ଗ୍ରାମ ବ୍ରାଉନସୁଗାର ଜବତ
  • ||
  • ଭୁବନେଶ୍ବର : କୋଭିଡ୍ ଦ୍ବାରା କ୍ଷତିଗ୍ରସ୍ତ ଅନେକ ଅର୍ଗାନ୍ ରହୁନି ସୁରକ୍ଷିତ – ଡିଏମଇଟି
  • ||
  • ୫୦ ନେତାଙ୍କୁ ପ୍ରିୟଙ୍କା ଗାନ୍ଧୀଙ୍କ ଫୋନ୍ : ‘ଆପଣଙ୍କ ଟିକେଟ୍ କନଫର୍ମ୍, ନିର୍ବାଚନ ପାଇଁ ପ୍ରସ୍ତୁତ ହୁଅ’
  • ||
  • ଇଟ୍ଟାନଗର : ପୁଣି ଥରିଲା ଅରୁଣାଞ୍ଚଳ ପ୍ରଦେଶ, ଇଟ୍ଟାନଗରରେ ଭୂକମ୍ପ ଝଟ୍‌କା
  • ||
  • ଭୁବନେଶ୍ବର : କେନ୍ଦ୍ର ସରକାରଙ୍କ ନୂଆ ଗାଇଡ୍ ଲାଇନ୍ ଅନୁଯାୟୀ ବ୍ୟବହାର ହେବ ଷ୍ଟେରଏଡ୍ – ନିରଞ୍ଜନ ମିଶ୍ର
  • ||
  • ଭୁବନେଶ୍ବର : ଦ୍ବିତୀୟ ଲହର ଅପେକ୍ଷା ତୃତୀୟ ଲହର ପ୍ରଭାବ କମ୍, ତଥାପି ଜୋରଦାର କରିବାକୁ ପଡିବ ଟିକାକରଣ – ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ପାଟଣା : ଘରେ ଶୋଇଥିବା ବେଳେ କାମୁଡିଦେଲା ସାପ, ଚାଲିଗଲା ମହିଳାଙ୍କ ଜୀବନ
  • ||

ଦୀପିକା ଚିଖଲିୟାଙ୍କ ମାଆଙ୍କ ପରଲୋକ : ସୋସିଆଲ ମିଡିଆରେ ସେୟାର କଲେ ଇମୋସନାଲ୍ ପୋଷ୍ଟ୍

12/09/2020 at 12:16 PM

ନୂଆଦିଲ୍ଲୀ ୧୨/୯: ରାମାୟଣରେ ସୀତାଙ୍କ ଭୂମିକାରେ ଅଭିନୟ କରି ଲୋକପ୍ରିୟତା ହାସଲ କରିଥିବା ଅଭିନେତ୍ରୀ ଦୀପିକା ଚିଖଲିୟାଙ୍କ ମାଆଙ୍କ ପରଲୋକ ହୋଇ ଯାଇଛି। ସେ ସୋସିଆଲ୍ ମିଡିଆ ଜରିଆରେ ଏହି ଦୁଃଖଦ ଖବର ସେୟାର କରିଛନ୍ତି। ସେ ଏକ ଭାବୁକ ପୋଷ୍ଟ ଜରିଆରେ ନିଜ ମାଆଙ୍କ ଯିବାର ଦୁଃଖ ପ୍ରକାଶ କରିଛନ୍ତି। ଦୀପିକାଙ୍କ ମାଆଙ୍କ ମୃତ୍ୟୁ କେଉଁ କାରଣ ଯୋଗୁଁ ହୋଇଛି ଏହା ଏବେ ଯାଏଁ ସ୍ପଷ୍ଟ ହୋଇନାହିଁ।

View this post on Instagram

Mum 🙏 RIP

A post shared by Dipika (@dipikachikhliatopiwala) on

ଦୀପିକା ସୋସିଆଲ ମିଡିଆରେ ଲେଖିଛନ୍ତି- ଆପଣଙ୍କ ବାପା ମାଆଙ୍କ ମଧ୍ୟରୁ କାହାର ଛାଡ଼ି ଚାଲିଯିବା ଏକ ଏପରି ଦୁଃଖ ଯେଉଁଥିରୁ ପାର ପାଇବା ଜମା ସହଜ ନୁହେଁ। ସେ ଏହି ପୋଷ୍ଟ ସେୟାର କରି ଲେଖିଛନ୍ତି ଯେ- ଆପଣଙ୍କ ଆତ୍ମାକୁ ଶାନ୍ତି ମିଳୁ ମା। ଏହି ଖବର ସୋସିଆଲ ମିଡିଆରେ ଭାଇରାଲ୍ ହେବା ମାତ୍ରେ ସମସ୍ତେ ଦୀପିକାଙ୍କ ଦୁଃଖ ବାଣ୍ଟିବାକୁ ଆସି ଯାଇଥିଲେ। ସମସ୍ତେ ଦୀପିକାଙ୍କ ମାଆଙ୍କ ଆତ୍ମା ଶାନ୍ତି କଥା କହିଥିଲେ ଏବଂ ତାଙ୍କୁ ସାହସ ନ ହରାଇବାକୁ ସାନ୍ତ୍ବନା ଦେଇଥିଲେ।

ଦୀପିକା ଚିଖଲିୟା ସୋସିଆଲ ମିଡିଆରେ ନିଜ ପରିବାର ସହ ଅଧିକ ପୋଷ୍ଟ ସେୟାର କରନ୍ତି ନାହିଁ। କିନ୍ତୁ ଏବେ ତାଙ୍କ ମାଆଙ୍କୁ ନେଇ ପୋଷ୍ଟ ସେୟାର କରିବା ସମସ୍ତଙ୍କୁ ଭାବୁକ କରି ଦେଇଛି। ନିଜେ ଦୀପିକା ପୂରାପୂରି ଭାଙ୍ଗି ପଡ଼ିଛନ୍ତି।

   Related Posts