Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨୯ ହଜାରରୁ ଅଧିକ କରୋନା ପଜିଟିଭ୍, ୨୯୦ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଢେଙ୍କାନାଳ : ପଞ୍ଚାୟତ ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା, ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ !
  • ||
  • କଟକ : ହାତୀ ଆକ୍ରମଣରେ ଜଣେ ମୃତ, କୂଳକୁ ଫେରିବା ବାଟରେ ମାରିଥିଲା ଦନ୍ତା
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୬୦୨ କୋଭିଡ୍ ପଜିଟିଭ୍
  • ||

ସ୍ୱାମୀ ଓ ଶାଶୂ ସହ ଝଗଡ଼ା ନେଲା ଉଗ୍ରରୂପ, ସହି ନପାରି ଆତ୍ମହତ୍ୟା କଲେ ଦୀପିକା

27/07/2021 at 9:04 PM

ବ୍ରଜରାଜନଗର, ୨୭/୦୭: ବ୍ରଜରାଜନଗର ବୁନ୍ଦିଆ କଲୋନିରୁ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ପୋଲିସ ଉଦ୍ଧାର କରିଛି । ମୃତ ମହିଳା ଜଣକ ହେଲେ ୨୮ ବର୍ଷୀୟା ଦୀପିକା ଦାସ । ବର୍ଷେ ତଳେ ବୁନ୍ଦିଆ କଲୋନୀରେ ରହୁଥିବା ତାରକେଶ୍ୱର ଦାସ ବାରିପଦାର ଦୀପିକାଙ୍କୁ ବିବାହ କରିଥିଲେ । ବିବାହ ପର ଠାରୁ ସେମାନଙ୍କ ପରିବାରରେ ଅଶାନ୍ତି ଲାଗି ରହିଥିଲା ।

ଗତକାଲି ଦୀପିକାଙ୍କ ସହ ସ୍ୱାମୀ ଓ ଶାଶୁଙ୍କ ସହ ଗଣ୍ଡଗୋଳ ହୋଇ ପରିବାରରେ ମାଡପିଟ ହୋଇଥିଲେ । ପରେ ମାନସିକ ଭାରସାମ୍ୟ ରଖି ନପାରି ଦୀପିକା ନିଜ ବେକରେ ଓଢଣୀ ଲଗାଇ ପଙ୍ଖାରେ ଝୁଲି ଆତ୍ମହତ୍ୟା କରିଥିବା ଜଣା ପଡିଥିଲା । ଏହା ଜଣାପଡିବା ପରେ ମୃତ ଦୀପିକାର ସମ୍ପର୍କୀୟମାନେ ବାରିପଦାରୁ ଆସି ତାକୁ ସ୍ୱାମୀ ଓ ଶାଶୁ ମିଶି ହତ୍ୟା କରି ଝୁଲାଇ ଦେଇଥିବା ଅଭିଯୋଗ କରିଛନ୍ତି । ଘଟଣାସ୍ଥଳରେ ବ୍ରଜରାଜନଗର ଆଇଆଇସି ଓ ରାମପୁର ଫାଣ୍ଡି ପୋଲିସ ପହଁଚି ସାଇଣ୍ଟିଫିକ ଟିମ ସହ ତଦନ୍ତ ଆରମ୍ଭ କରି ମୃତକର ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି ।

   Related Posts