ବଲିଉଡ ଅଭିନେତା ରିତିକ୍‌ଙ୍କ ସହ ପ୍ରଥମ ଥର ପାଇଁ ପରଦାରେ ନଜର ଆସିବେ ଏହି ଅଭିନେତ୍ରୀ

Published By : Prameya-News7 Bureau | July 11, 2019 IST

ମୁମ୍ବାଇ୧୧|୭: ଫିଲ୍ମ ସୁପର-୩୦କୁ ନେଇ ବେଶ ଚର୍ଚ୍ଚାରେ ଅଛନ୍ତି ବଲିଉଡ୍‌ ଅଭିନେତା ରିତିକ୍‌ ରୋଶନ । ଜୁଲାଇ ମାସ ୧୨ରେ ଏହି ଫିଲ୍ମ ରିଲିଜ୍‌ ହେବାକୁ ଯାଉଛି। ସୁପର-୩୦ ରିଲିଜ ହେବାକୁ ନେଇ ଦର୍ଶକ ବହୁତ ଉତ୍ସାହିତ ଅଛନ୍ତି। କିନ୍ତୁ ଏବେ ଆଉ ଏକ ଖବର ପାଇଁ ଚର୍ଚ୍ଚାରେ ଅଛନ୍ତି ରିତିକ୍‌। ପ୍ରଥମ ଥର ପାଇଁ ପରଦାରେ ତାଙ୍କର ଯୋଡ଼ି ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ସହ ଦେଖିବାକୁ ମିଳିବ ।

{"id":132475,"width":576,"height":432}

ସୂଚନାଯୋଗ୍ୟ ଯେ, ଫରାହ ଖାନ୍‌ଙ୍କ ଆଗାମୀ ଫିଲ୍ମ 'ସତ୍ତେ ପେ ସତ୍ତା'ର ରିମେକ୍‌ରେ ନଜର ଆସିବେ ରିତିକ୍‌ ଓ ଦୀପିକା। ଏହା ଫିଲ୍ମର ପ୍ରଯୋଜନା ରୋହିତ ସେଟ୍ଟୀ କରିବେ। ଅନେକ ଷ୍ଟାରଙ୍କୁ ଅଫର କରିବା ପରେ ରିତିକ୍‌ ଏହି ଫିଲ୍ମ ପାଇଁ ପର୍ଫେକ୍ଟ ବୋଲି କହିଥିଲେ ଫରାହ। ରିପୋର୍ଟ ଅନୁସାରେ ଏହି ଫିଲ୍ମ ପାଇଁ ରିତିକ୍‌ଙ୍କ ପୂର୍ବରୁ ଶାହାରୁଖ, ସଲମାନ ଏବଂ ଅକ୍ଷୟ କୁମାରଙ୍କୁ ଅଫର କରାଯାଇଥିଲା।

{"id":132476}

କିନ୍ତୁ ଏବେ ଫରହା ରିତିକ୍‌ ଏବଂ ଦୀପିକାଙ୍କୁ କାଷ୍ଟ କରିବାକୁ ଯାଉଛନ୍ତି। ତେଣୁ ମୁଖ୍ୟ ଭୂମିକାରେ ଅଭିନେତା ରିତିକ୍‌ ଓ ଅଭିନେତ୍ରୀ ଦୀପିକା ଅଭିନୟ କରିବେ। ଏହି ନୂଆ ଯୋଡ଼ିକୁ ଦର୍ଶକ ପ୍ରଥମ ଥର ପାଇଁ ଏକାଠି ପରଦାରେ ଦେଖିବାକୁ ଯାଉଛନ୍ତି। ଚଳଚ୍ଚିତ୍ରର ନାୟକ-ନାୟିକାଙ୍କୁ ନେଇ ଏବେ ଯାଏଁ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.