Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ତୁର୍କୀରେ ବଡ ଧରଣର ଭୂକମ୍ପ ପରେ ସୁନାମି: ପ୍ରକୃତି ରଚିଲା ତାଣ୍ଡବଲୀଳା, ୬ ମୃତ, ୨୦୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ବିଜେପିକୁ ତିର୍ତ୍ତୋଲବାସୀ ନିଶ୍ଚୟ ଜିତାଇବେ ଏବଂ ପ୍ରଧାନମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବେ- ଧର୍ମେନ୍ଦ୍ର
  • ||
  • PL 2020: ଗର୍ଜିଲା କ୍ରିସ୍ ଗେଲଙ୍କ ବ୍ୟାଟ୍, ରାଜସ୍ଥାନ ସମ୍ମୁଖରେ ୧୮୬ ରନର ବିଜୟ ଲକ୍ଷ୍ୟ ରଖିଲା କିଙ୍ଗ୍ସ ଏକାଦଶ ପଞ୍ଜାବ
  • ||
  • ଅଟୋକୁ ଧକ୍କା ଦେଲା କାର୍, ଜଣେ ମୃତ, ୪ ଗୁରୁତର
  • ||
  • ବାଇକ୍ ସହ ଧକ୍କା ହୋଇ ରାସ୍ତା କଡକୁ ଖସିଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ସେନେଗଲ୍‌ ଉପକୂଳ ସମୁଦ୍ରରେ ବୁଡ଼ିଗଲା ଶରଣାର୍ଥୀଙ୍କ ଡଙ୍ଗା: ୧୪୦ ଜଣଙ୍କ ମୃତ୍ୟୁ, ବଞ୍ଚିଗଲେ ୬୦
  • ||
  • ରାଜଧାନୀରୁ ଆଉ ୮୭ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୨୩୭
  • ||
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||

ଆଇନଜୀବୀ ଦୀପାଳିଙ୍କର ମୃତ୍ୟୁ ରହସ୍ୟ – ପୁରୁଷ ବନ୍ଧୁ ବିକ୍ରମ ବାଲେଶ୍ୱରେ ରଚିଥିଲା ଏହାର ବ୍ଲୁପ୍ରିଣ୍ଟ!

19/11/2019 at 4:02 PM

ଭୁବନେଶ୍ୱର ୧୯।୧୧ –  ଏବେ ବି ଆଇନଜୀବି ଦୀପାଳିଙ୍କର ମୃତ୍ୟୁ ରହସ୍ୟଜନକ ହୋଇ ରହିଛି । ପୁରୁଷ ବନ୍ଧୁ ବିକ୍ରମ ଦୀପାଳିକୁ ହତ୍ୟା କରିଥିବା ପରିବାର ଲୋକ ଦାବି କରିଥିଲେ। ଘଟଣା ଘଟିଥିବା ରାତିରେ ଦୀପାଳିଙ୍କ ସହ ଥିବା ବିକ୍ରମ ଏବେ ବି ଫେରାର । ବିକ୍ରମ ହିଁ ପ୍ରଥମେ ଜାଣିଥିଲା ଦୀପାଙ୍କର ମୃତ୍ୟୁ ବିଷୟରେ, ଯେହେତୁ ସେ ସାଙ୍ଗରେ ଥିଲା । ଶନିବାର ସଂଧ୍ୟାରେ ଦୁଇ ଜଣ ବେଶ୍‌ କିଛି ସମୟ କଟାଇଥିଲେ । ବାହାଘର ପାଇଁ ଯୋଜନା , ଏଥିରେ ହେବାକୁ ଥିବା ଖାଦ୍ୟ ପେୟର ବ୍ୟବସ୍ଥା ସାଙ୍ଗକୁ କିପରି କରାଯିବ ଗ୍ରାଣ୍ଡ ସେଲିବ୍ରେସନ୍‌ ସେ ବିଷୟରେ ବେଶ୍‌ ଆଲୋଚନା ବି ହୋଇଥିଲା। ନିଜ ଭଉଣୀଙ୍କୁ ବି ଦୀପାଳି ଫୋନ୍‌ କରି ଏ ବିଷୟରେ ସୂଚନା ଦେଇଥିଲେ । ହେଲେ ଏତେ ଖୁସୀରେ କିପରି ଏହି ଅଘଟଣ ଘଟିଗଲା ।  ବିକ୍ରମ ଥିବା ସତ୍ତ୍ୱେ ଦୀପାଳି କେମିତି ଆତ୍ମହତ୍ୟା କଲେ । ଯଦି ଦୀପାଳି ଆତ୍ମହତ୍ୟା କରୁଥିବା ବିକ୍ରମ ଜାଣିଥିଲା  ତେବେ ରୋକିବାକୁ ଚେଷ୍ଟା କଲାନାହିଁ କାହିଁକି । ନାଁ ସେ ଆତ୍ମହତ୍ୟା ପାଇଁ ଦାୟୀ । ଜାଣିଶୁଣି ଏପରି ପରିସ୍ଥିତି ସୃଷ୍ଟି କରିଛି ସେଥିପାଇଁ ଦୀପାଳି ବାଧ୍ୟ ହୋଇ ଆତ୍ମହତ୍ୟା କରିଛନ୍ତି ? ଯଦିଓ ଶବ ବ୍ୟବଚ୍ଛେଦ ରିପୋର୍ଟରେ ଦୀପାଳି ଆତ୍ମହତ୍ୟା କରିଥିବା କହୁଯାଇଛି ତେବେ ବିକ୍ରମ ତାଙ୍କୁ ଆତ୍ମହତ୍ୟା କରିବା ଲାଗି ପ୍ରବର୍ତ୍ତାଇ ଥିବା ମଧ୍ୟ ସଂଦେହ କରାଯାଉଛି । ଏକ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଦୀପାଳି ଆତ୍ମ ହତ୍ୟା କରନ୍ତୁ ବୋଲି ବିକ୍ରମ କୌମସି କାରଣରୁ ଚାହୁଁଥିଲା ଓ ଏଥିପାଇଁ ସେ ବାଲେଶ୍ବରରେ ଥାଇ ହିଁ ଫୋନ ଯୋଗେ ଦୀପାଳିଙ୍କୁ ବାଧିବା ଭଳି ଅନେକ କଥା କହିଥିଲା । ଏହି ସୂତ୍ରକୁ ଯଦି ବିଶ୍ବାସକୁ ନିଆ ଯାଏ ତାହେଲେ ବାଲେଶ୍ବରରୁ ବିକ୍ରମ କରିଥିବା ଫୋନ କଲ ହିଁ ଦୀପାଳିଙ୍କୁ ଆତ୍ମହତ୍ୟା କରିବା ଲାଗି ପ୍ରବର୍ତ୍ତାଇଥିଲା । ଏହା ନିଶ୍ଚୟ ତଦନ୍ତ ସାପେକ୍ଷ । ପୋଲିସ ଯଦି ବିକ୍ରମର କଲ ରେକର୍ଡିଂ ବାହାର କରିପାରିବ ତାହେଲେ ହୁଏତ ଅସଲ କଥା ପଦାକୁ ଆସିବ ।

 ଦୀପାଳିଙ୍କ ପରିବାର ଲୋକ ବିକ୍ରମ  ଏଥିପାଇଁ ଦାୟୀ ବୋଲି କହିଛନ୍ତି । ବାଲେଶ୍ୱରେ କସ୍‌ମେଟିକ୍‌ କାରବାର କରୁଥିବା ବିକ୍ରମ ଏଥିପାଇଁ ବାଲେଶ୍ୱରରୁ ବ୍ଲୁ ପ୍ରିଣ୍ଟ ରଚିଥିବା ସୂଚନା ମିଳିଛି ।  ବିକ୍ରମ  ବାଲେଶ୍ୱରରରେ ନିଜ ଗାଁରେ ଥିବା ଘରେ ଲୁଚି ରହିଥିବା  ସୂଚନା ମିଳିଥିଲା । ମାତ୍ର ପୁଲିସ ଚଢଉ ବେଳେ ସେ ଚକମା ଦେଇ ଖସିଯାଇଥିଲା। ସେ କସ୍‌ମେଟିକ୍‌ ବ୍ୟବସାୟ କରୁଥିବାରୁ ଅନେକ ସ୍ଥାନ ବୁଲିଥାଆନ୍ତି । ବାଲେଶ୍ୱରରେ ସେ କସ୍‌ମେଟିକ୍‌ ବ୍ୟବସାୟ କରନ୍ତି । ଜିଲ୍ଲାର ପ୍ରତ୍ୟେକ ଅଞ୍ଚଳ ସହ ବେଶ୍‌ ଚିହ୍ନାପରିଚିତ । ତେଣୁ ସେ ସେଠାରେ ଆତ୍ମଗୋପନ କରିଛନ୍ତି କିମ୍ବା ଚଢଉ ପରେ ବାହାରକୁ ଚାଲିଯାଇ ଥାଇପାରନ୍ତି  ବୋଲି ଆଶଙ୍କା କରାଯାଉଛି । ବିକ୍ରମ ଫୋନ୍‌ ସେଦିନଠାରୁ ସ୍ୱିଚ ଅଫ୍‌ ରହିଥିଲା । ହେଲେ ମଝିରେ ମଝିରେ ତାଙ୍କର ଫୋନ୍‌ ସ୍ୱିଚ ଅନ୍‌ ହେଉଥିଲା । ତେବେ ତାଙ୍କର ଲୋକେସନ୍‌ ଟ୍ରାକ କରିବା ସମ୍ଭବ ହୋଇ ନଥିବା ବେଳେ ବାଲେଶ୍ୱରରେ ତାଙ୍କୁ ଦେଖିଥିବା କଥା ଅନେକ ପ୍ରକାଶ କରିଛନ୍ତି।

ଏବେ ବି ଦୀପାଳିଙ୍କ ମୃତ୍ୟୁ ରହସ୍ୟ ଘେରରେ । ଶବ ବ୍ୟବଚ୍ଛେଦରୁ ଏହା ଆତ୍ମହତ୍ୟା ବୋଲି  ସ୍ପଷ୍ଟ ହୋଇଛି  । ସେପଟେ ରାଜ୍ୟ ବାହାରକୁ ଯାଇଥିବା ପୁଲିସର ଟିମ୍‌ ୩ଟି ସହରରେ ଖୋଜି ଖାଲି ହାତରେ ଫେରିଛି । କିଛି ଦିନ ତଳେ ବିକ୍ରମ ତାଙ୍କ ପୈତୃକ ଘର ବାଲେଶ୍ବରର ବାଲୁଖଣ୍ଡ ଗାଁର ଏକ ପାଖ ଗାଁରେ ଲୁଚିକି ରହୁଥିଲେ । ଏନେଇ ଧଉଳି ଥାନା ପୁଲିସକୁ ନଭେମ୍ବର ପହିଲାରେ ବିକ୍ରମଙ୍କ ଜଣେ ସମ୍ପର୍କୀୟ ଖବର ଦେଇଥିଲେ । ଖବର ପାଇବା କ୍ଷଣି ରାତିରେ ଉକ୍ତ ଗାଁରେ ଚଢ଼ଉ କରିଥିଲା ପୁଲିସ । ହେଲେ ପୁଲିସ ପହଞ୍ଚିବା ଆଗରୁ ବିକ୍ରମ ସେଠାରୁ ଚମ୍ପଟ ମାରିଥିଲା । ସେପଟେ ପୁଲିସର ୨ଟି ଟିମ୍‌ ମହାରାଷ୍ଟ୍ରର ନାଗପୁର ଓ ପୁନେ ସହ ଆନ୍ଧପ୍ରଦେଶର ବିଶାଖାପାଟନମ୍‌ରୁ ଖୋଜିବାକୁ ଯାଇଥିଲା । ବିକ୍ରମ ଅନେକ ସମୟରେ ସେଠାରୁ କସମେଟିକ୍‌ ସାମଗ୍ରୀ ଓଡି଼ଶାକୁ ଆଣୁଥିବାରୁ ସେଠାରେ ଲୁଚିଥିବା ସନ୍ଦେହ କରାଯାଉଥିଲା । ସେ ଯେଉଁ ବେପାରୀଙ୍କ ସହ ଯୋଗାଯୋଗ କରୁଥିଲେ, ଯେଉଁ ହୋଟେଲରେ ରହୁଥିଲେ, ସେ ସବୁ ସ୍ଥାନରେ ପୁଲିସ ଟିମ୍‌ ଖୋଜି ଖାଲି ହାତରେ ଫେରିଛି ।

ଦୀପାଳି ଭୁବନେଶ୍ୱର ଲିଙ୍ଗିପୁରରେ ଏକ ଭଡା ଘରେ ରହୁଥିଲେ । କସ୍‌ମେଟିକ୍‌ ବ୍ୟବସାୟୀ ବିକ୍ରମ ସହ ତାଙ୍କର ବିବାହ ସ୍ଥିର ହୋଇଥିଲା । ସେ ବରାବର ଦୀପାଳିଙ୍କ ନିକଟକୁ ଆସୁଥିଲେ। ଘଟଣାଦିନ ସେ ଦୀପାଳିଙ୍କ ନିକଟକୁ ଆସିଥିଲା । ରାତିରେ ଦୀପାଳିଙ୍କର ଭଉଣୀ ସହ ମଧ୍ୟ ବିକ୍ରମ କଥା ହୋଇଥିଲେ । ସେ ପ୍ରଥମେ ଦୀପାଳିଙ୍କର ମୃତ୍ୟୁ ସମ୍ପର୍କରେ ତାଙ୍କ ଭଉଣୀକୁ ସୂଚନା ଦେଇଥିଲେ ।

ସୂଚନାଯୋଗ୍ୟ ଝୁଲନ୍ତା ଅବସ୍ଥାରେ ମୃତ ଦେହ ଉଦ୍ଧାର ହୋଇଥିଲା। ମାନସିକ ଭାବେ ବେଶ୍‌ ଭଲ ଥିବା ଦୀପାଳି ଆତ୍ମହତ୍ୟା କରି ନଥିବେ ବୋଲି ପରିବାର ଲୋକ ଦାବି କରିଛନ୍ତି। ମୃତଦେହ ନିକଟରୁ ମଦ ଗ୍ଲାସ ଓ ପୋଡା ସିଗାରେଟ୍‌ ଜବତ ହୋଇଥିବାରୁ ପୁରୁଷ ବନ୍ଧୁଙ୍କୁ ତାଙ୍କୁ ହତ୍ୟା କରିଥିବ ବୋଲି ପରିବାର ଲୋକ ଅଭିଯୋଗ କରିଆସିଛନ୍ତି । ପୁରୁଷ ବନ୍ଧୁ ବିକ୍ରମ ଗିରଫ ହୋଇପାରିଲେ ଅନେକ ତଥ୍ୟ ହାସଲ ହୋଇପାରିବ । ଦୀପାଳିଙ୍କ ଫୋନ୍‌ର ଲକ୍‌ ଖୋଲିଛି ସେଥିରୁ ତଦନ୍ତକାରୀ ପୁଲିସ ଅଧିକାରୀଙ୍କୁ ଅନେକ ତଥ୍ୟ ମିଳିଛି । ହ୍ୱାଟସ୍‌ଆପ୍‌ଚାଟ୍‌ରୁ ପୁଲିସକୁ ଅନେକ ଗୁରୁତ୍ୱପୂର୍ଣ୍ଣ ସୁରାକ ମିଳିଛି ।

ତେବେ ବୀପାଳିଙ୍କ ପୁରୁଷ ବନ୍ଧୁ ବିକ୍ରମ ନମିଳିବା ଯାଏଁ ଆତ୍ମହତ୍ୟା ପଛର ରହସ୍ୟ ଉପରୁ ପରଦା ହଟିବା ସମ୍ଭବ ନୁହେଁ ବୋଲି ସଂପୃକ୍ତ ପୋଲିସ ଅଧିକାରୀ କହିଛନ୍ତି । ସୂଚନାଯୋଗ୍ୟ ଯେ,  ଅକ୍ଟୋବର ୧୯ତାରିଖ ରାତି ୮ଟାରୁ ୧ଟା ମଧ୍ୟରେ ମହିଳା ଆଇନଜୀବୀ ଦୀପାଳି ପ୍ରିୟଦର୍ଶନୀ ତାଙ୍କ ଲିଙ୍ଗିପୁର ଇନ୍ଦିରାନଗରରେ ଥିବା ଘରେ ବେକରେ ଓଢଣୀ ବାନ୍ଧି ଆତ୍ମହତ୍ୟା କରିଥିଲେ ।

ଆତ୍ମହତ୍ୟା ପୂର୍ବରୁ ପୁରୁଷ ବନ୍ଧୁ ବିକ୍ରମ ତାଙ୍କ ପାଖରେ ଥିଲେ । ତେବେ ବିକ୍ରମ ବାହାରକୁ ଯାଇଥିବାବେଳେ ଦୀପାଳି ଭିତରପଟୁ କବାଟ ବନ୍ଦ କରି ଆତ୍ମହତ୍ୟା କରିଥିଲେ । ପୋଲିସ ତା ପରଦିନ ଶବ ଜବତ କରିବାପରେ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସପିଟାଲକୁ ପଠାଇଥିଲା । ଏହାପରେ ଧଉଳି ପୋଲିସ ଘଟଣାର ତଦନ୍ତ କରୁଥିଲା । ଦୀପାଳିଙ୍କୁ ସୁଚିନ୍ତିତଭାବେ ପୁରୁଷ ବନ୍ଧୁ ବିକ୍ରମ ହତ୍ୟା କରିଛି ବୋଲି ଦୀପାଳିଙ୍କ ଦୁଇଭଉଣୀ ଅଭିଯୋଗ କରିଥିଲେ । ଶବ ବ୍ୟବଚ୍ଛେଦ ରିପୋର୍ଟ ପୋଲିସର ହସ୍ତଗତ ହୋଇଛି । ଏଥିରେ ଦୀପୀଳି ଆତ୍ମହତ୍ୟା କରିଥିବା ସ୍ପଷ୍ଟ ହୋଇଛି ।

ତେବେ କେଉଁ କାରଣ ଯୋଗୁଁ ଦୀପାଳି ଆତ୍ମହତ୍ୟା କଲେ ସେ ନେଇ ପୋଲିସ ଏବେ ଅନୁସଂଧାନ କରୁଛି । ଘଟଣାସ୍ଥଳରୁ ଜବତ ହୋଇଥିବା ଦୀପାଳିଙ୍କ ଦୁଇଟି ଫୋନର ଲକ୍‌ ପୋଲିସ ଖୋଲିବାରେ ସକ୍ଷମ ହେବାପରେ ପୋଲିସକୁ ହତ୍ୟାକାଣ୍ଡ ପଛର କାରଣ ସମ୍ପର୍କରେ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିଥିବା କୁହାଯାଉଛି । ଘଟଣା ଘଟିବା ପରଠାରୁ ଦୀପାଳିଙ୍କ ପୁରୁଷ ବନ୍ଧୁ ବିକ୍ରମ ଫେରାର ଅଛି । ସେ ଜଣେ କସମେଟିକ ବ୍ୟବସାୟୀ । ବାଲେଶ୍ବରରେ ବ୍ୟବସାୟ କନ୍ତି । ଦୀର୍ଘ ଦିନ ହେଲା ଦୀପାଳିଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଥିଲା ।ସେ ପ୍ରତି ଶନିବାର ଦୀପାଳିଙ୍କ ସାକ୍ଷାତ କରିବାକୁ ବାଲେଶ୍ବରରୁ ଭୁବନେଶ୍ବର ଆସୁଥିଲେ । ସଂଧ୍ୟା ପାଞ୍ଚଟାରୁ ରାତି ବାରଟା । ସେହି ୫ଘଣ୍ଟାର ସମୟ । ଶନିବାର ସଧ୍ୟା ପାଞ୍ଚଟାରେ ଦୀପାଳିଙ୍କ ଭଉଣୀ ନିଜ ବାନ୍ଧବିଙ୍କ ସହିତ ମାର୍କେଟ ଚାଲିଯାଇଥିଲେ । ଆଉ ଘରେ ରହିଯାଇଥିଲେ ଦୀପାଳି ଆଉ ତାଙ୍କ ପ୍ରେମିକ ବିକ୍ରମ । ହେଲେ ଦିପାଳିଙ୍କ ଆତ୍ନହତ୍ୟା ପରେ ବିକ୍ରମ ଗଲେ କୁଆଡେ । ଶନିବାର ରାତିରେ ବିକ୍ରମ ଙ୍କ ସହିତ ଏମିତି କଣ ଘଟିଲା ଯାହା ଫଳରେ ଦିପାଳି ଆତ୍ନହତ୍ୟା କରିବାକୁ ପଛେଇଲେ ନାହିଁ ଏ ସବୁର ରହସ୍ୟ ଖୋଲିବ ଯେତେବେଳେ ପୋଲିସ ହାତରେ ଧରାପଡିବ ବିକ୍ରମ । କମିସନରେଟ ପୋଲିସର ଏକ ସ୍ବତନ୍ତ୍ର ଟିମ ବିଭିନ୍ନ ଅଞ୍ଚରେ ଛାନଭିନ କରିଛି । ବିକ୍ରମ ଧରା ପଡିଲେ ଅନେକ ତଥ୍ୟ ସାମ୍ନାକୁ ଆସିବ ବୋଲି ପୁଲିସ ସୂଚନା ଦେଇଛି ।

   Related Posts