ED ହାଜତରେ କରୋନା ଆକ୍ରାନ୍ତ ହେଲେ ଚନ୍ଦା କୋଚରଙ୍କ ସ୍ୱାମୀ ଦୀପକ କୋଚର, AIIMSରେ ଭର୍ତ୍ତି

Published By : Prameya-News7 Bureau | September 14, 2020 IST

ନୂଆଦିଲ୍ଲୀ ୧୪।୯:  ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ଙ୍କ ଦ୍ୱାରା ମନିଲଣ୍ଡ୍ରିଂ ମାମଲାରେ ଗିରଫ ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ  ପରିଚାଳନା ନିର୍ଦ୍ଦେଶକ ତଥା ସିଇଓ ଚନ୍ଦା କୋଚରଙ୍କ ସ୍ୱାମୀ  ଦୀପକ କୋଚର କରୋନା ଆକ୍ରାନ୍ତ ହୋଇଛନ୍ତି। ଏଣୁ ତାଙ୍କୁ ଦିଲ୍ଲୀସ୍ଥିତ ଅଖିଳ ଭାରତୀୟ ଆଯୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ)ରେ ଭର୍ତ୍ତି କରାଯାଇଛି। ଆଇସିଆଇସିଆଇ-ଭିଡିଓକୋନ ମାମଲାରେ ଦୀପକ ଗିରଫ ହୋଇଛନ୍ତି। ୨୦୧୨ରେ ଭିଡିଓକୋନ ଗ୍ରୁପକୁ ଆଇସିଆଇସିଆଇ ବ୍ୟାଙ୍କରୁ ଦିଆଯାଇଥିବା ୩ହଜାର ୨୫୦ କୋଟି ଋଣ ମାମଲାରେ ହୋଇଥିବା ଏହି ଗିରଫଦାରୀ କର୍ପୋରେଟ ସେକ୍ଟରରେ ସବୁଠାରୁ ବଡ ଗିରଫଦାରୀ ବୋଲି କୁହାଯାଉଛି।

{"id":329680,"sizeSlug":"large"}

ମୁମ୍ବାଇର ଏକ କୋର୍ଟ ମାମଲାରେ ଦୀପକ କୋଚରଙ୍କୁ ସେପ୍ଟେମ୍ବର ୧୯ ତାରିଖ ପର୍ଯ୍ୟନ୍ତ ଇଡି ରିମାଣ୍ଡରେ ପଠାଇଥିବା ବେଳେ ତାଙ୍କୁ ଦିଲ୍ଲୀ ଅଣାଯାଇଛି। ଏଠାରେ ପଚରା ଉଚରା ପୂର୍ବରୁ ସେ କରୋନା ଆକ୍ରାନ୍ତ ଥିବା ଜଣାପଡିବାରୁ  ତାଙ୍କୁ ଏମ୍ସ ପଠାଇ ଦିଆଯାଇଛି। ଦୀପକଙ୍କୁ ରିମାଣ୍ଡରେ ନେବା ଲାଗି ଇଡି ୨୦୦୯ ମସିହାରେ ହୋଇଥିବା ଋଣ କାରବାରର ତଥ୍ୟ କୋର୍ଟଙ୍କୁ ପ୍ରଦାନ କରିଥିଲେ। ଯେତେବେଳେ ଭିଡିଓକୋନ ଋଣ ଆବେଦନ କରିଥିଲେ ସେତେବେଳେ ଦୀପକଙ୍କ ପତ୍ନୀ ଚନ୍ଦା କୋଚର ବ୍ୟାଙ୍କର ସ୍ୱୀକୃତି ସମୀତି ମୁଖ୍ୟ ଥିଲେ।

{"id":329681,"sizeSlug":"large"}

ଋଣ ମଞ୍ଜୁରୀର ଦିନକ ପରେ ଏଥିରୁ ୬୪କୋଟି ଟଙ୍କା ନ୍ୟୁପାୱାର ରିନ୍ୱେବଲସ ପ୍ରାଇଭେଟ ଲିମିଟେଡ (ଏନଆରପିଏଲ)କୁ ଦେଇ ଦିଆଯାଇଥିଲା। ଏନଆରପିଏଲ ପୂର୍ବରୁ ଏନଆରଏଲ ଭାବେ ନାମିତ ଥିବା ବେଳେ ଏହା ଚନ୍ଦାଙ୍କ ସ୍ୱାମୀ ଦୀପକଙ୍କ କମ୍ପାନୀ ବୋଲି ଇଡି କୋର୍ଟଙ୍କୁ କହିଥିଲେ। ମାମଲାରେ ଚନ୍ଦା କୋଚର, ଦୀପକ କୋଚର, ବେଣୁ ଗୋପାଲ ଧୂତ ଓ ଅନ୍ୟମାନଙ୍କ ବିରୋଧରେ ସିବିଆଇ ଏତଲା ଅଧ୍ୟାୟନ କରିବା ପରେ ଇଡି ନିଜର ମୋକଦ୍ଦମା ରୁଜୁ କରିଛନ୍ତି। ଭିଡିଓକୋନ ଗ୍ରୁପ ଅଫ କମ୍ପାନୀଙ୍କୁ ଅବୈଧ ଭାବେ ୧ହଜାର ୮୭୫କୋଟି ଟଙ୍କା ଋଣ ମଞ୍ଜୁରି  ଅଭିଯୋଗରେ ଚନ୍ଦା କୋଚର, ଦୀପକ କୋଚର ଓ ସେମାନଙ୍କ ବ୍ୟବସାୟୀକ ସଂସ୍ଥାଙ୍କ ଉପରେ ଏବେ ମନି ଲଣ୍ଡ୍ରିଂ ମାମଲାର ତଦନ୍ତ ଜାରି ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.