ପୁଣି ଚର୍ଚ୍ଚାରେ କଣ୍ଟ୍ରାଭର୍ସି କ୍ୱିନ୍ ରାକ୍ଷୀ ସାୱନ୍ତ,୪ ଦିନରେ ୪ କୋଟି ନଫେରାଇଲେ ଲାଇଫ ଖରାପ କରିଦେବେ କହିଲେ ଦୀପକ କଲାଲ

Published By : Prameya-News7 Bureau | August 11, 2019 IST

ଲୁଚା ଚୋରା ବିବାହକୁ ନେଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି ବଲିଉଡ୍ ର କଣ୍ଟ୍ରାଭର୍ସି କ୍ୱିନ୍ ରାକ୍ଷୀ ସାୱନ୍ତ। ଏଥର ଦୀପକ କଲାଲ ତାଙ୍କୁ ସୋସାଲ ମିଡିଆରେ ଏକ ଭିଡିଓ ସେୟାର କରି ଧମକ ଦେବା ଚର୍ଚ୍ଚାର କାରଣ ପାଲଟିଛି। ଯେଉଁଥିରେ ଦୀପକ ଲୁଚିକି ବିବାହ କରିଥିବାରୁ ରାକ୍ଷୀଙ୍କୁ ଧମକ ଦେଇଛନ୍ତି। ଏକଦା ରାକ୍ଷୀ ଓ ଦୀପକ ଯୋଡି ବେଶ ଜମୁଥିଲା । ହେଲେ ଏବେ ବିବାହ କରିବା ପରେ ଦୀପକ ଦେଇଥିବା ଧମକ ସମସ୍ତଙ୍କୁ ଚକିତ କରିଦେଇଛି। ଦୀପକ କୁଆଡେ ରାକ୍ଷୀଙ୍କୁ ୪ କୋଟି ଟଙ୍କା ଦେଇଛନ୍ତି ବୋଲି ଭିଡିଓରେ ଦାବି କରୁଛନ୍ତି। ଯାହାକୁ ସେ ୪ ଦିନରେ ଫେରାଇବାକୁ ରାକ୍ଷୀଙ୍କୁ କହିଛନ୍ତି। ନଚେତ ତାଙ୍କ ଜୀବନ ଖରାପ କରିଦେବେ ବୋଲି ମଧ୍ୟ ଧମକ ଦେଇଛନ୍ତି।

wp:html
View this post on Instagram

??????????

A post shared by Rakhi Sawant (@rakhisawant2511) on

/wp:html

ଦୀପକଙ୍କ ଏହି ଭିଡିଓକୁ ରାକ୍ଷୀ ମଧ୍ୟ ତାଙ୍କ ଇଂଷ୍ଟାପେଜରେ ସେୟାର କରିଛନ୍ତି। ହେଲେ ଭିଡିଓ ବାବଦେ କୌଣସି ମନ୍ତବ୍ୟ ଦେଇନାହାନ୍ତି। ଓଲଟା କିଛି ଇମୋଜି ପୋଷ୍ଟ କରିଛନ୍ତି। ଦୀପକ କହିଛନ୍ତି ମିଡିଆ ଆଗରେ କଣ କହିଥିଲ ଦୀପକକୁ ବିବାଦ କରିବି। ହେଲେ କଣ କଲ ବୋଲି ପ୍ରଶ୍ନ କରିଛନ୍ତି। ମୁଁ ତୁମକୁ ଗଣି ଗଣିକି ୪ କୋଟି ଟଙ୍କା ଦେଇଛି। ବସ୍ତାରେ ଭରି ଭରି କି ଦେଇଥିବା ଟଙ୍କା ମୋର ୪ ଦିନରେ ୱାପସ କର ନଚେତ ଜୀବନ ଖରାପ କରିଦେବୀ ବୋଲି ଭିଡିଓରେ କହୁଛନ୍ତି ଦୀପକ। ରାକ୍ଷୀ ତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇଥିଲେ। ଏଥିପାଇଁ ସେ ଟଙ୍କା ଦେଇଥିଲେ ବୋଲି କହିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

{"id":143416}

ତେବେ ଦୀପକ ସତରେ ରାକ୍ଷୀଙ୍କୁ ୪ କୋଟି ଟଙ୍କା ଦେଇଛନ୍ତି ନା ଏହା ବି ସେମାନଙ୍କର ଏକ ପବ୍ଲିସିଟି ଷ୍ଟଣ୍ଟ ତାହା କିନ୍ତୁ ସ୍ପଷ୍ଟ ହୋଇ ପାରୁନି। ଗତ ଜୁଲାଇ ୨୮ ତାରିଖରେ ରାକ୍ଷୀ ସାୱନ୍ତ ମୁମ୍ବାଇର ମାରିୟଟ ହୋଟେଲରେ ଚୁପା ଚାପ ବିବାହ କରିଥିଲେ। ଏହାକୁ ପ୍ରଥମେ ରାକ୍ଷୀ ବ୍ରାଇଡଲ ଫଟୋସୁଟ୍ ବୋଲି କହୁଥିଲେ। ହେଲେ ପରେ ଏନଆରଆଇ ବ୍ୟବସାୟୀଙ୍କୁ ବିବାହ କରିଥିବା ସ୍ପଷ୍ଟ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.