ରାକ୍ଷୀ ସାୱନ୍ତଙ୍କ ନଣନ୍ଦ ଦୀପକ କଲାଲଙ୍କୁ କଲେ ମାରପିଟ୍‌, ଚୁଟି ଘୋଷାଡି ମାରିଲେ ଚାପୁଡା

Published By : Prameya-News7 Bureau | August 26, 2019 IST

ମୁମ୍ବାଇ୨୬|୮: ବିବାଦୀୟ ଡ୍ରାମା କୁଇନ୍‌ ରାକ୍ଷୀ ସାୱନ୍ତ ଯେତେ ଯାହା ହେଲେ ମଧ୍ୟ ଚର୍ଚ୍ଚାରେ ରୁହନ୍ତି।ହେଲେ ଏଥର ମାମଲା ରକ୍ଷୀ ସାୱନ୍ତଙ୍କ ବିଷୟରେ ନୁହେଁ ବରଂ ତାଙ୍କ ବନ୍ଧୁ ଦୀପକ କଲାଲଙ୍କ ସହ ହୋଇଥିବା ଘଟଣାକୁ କେନ୍ଦ୍ର କରି ବେଶ ଚର୍ଚ୍ଚାରେ ଅଛି। ସୋସିଆଲ ମିଡିଆରେ ଏହି ଘଟଣା ଭାଇରାଲ ହେବାରେ ଲାଗିଛି।

{"id":149205}

ଦିନ ଥିଲା ଯେବେ ରାକ୍ଷୀ ଦୀପକଙ୍କୁ ବିବାହ କରିବେ ବୋଲି କହିଥିଲେ ଓ ଆଜି ସେହି ରାକ୍ଷୀଙ୍କ ପାଇଁ ସେ ସମସ୍ତଙ୍କ ଆଗରେ ଚାପୁଡା ଖାଇଛନ୍ତି। ରାକ୍ଷୀଙ୍କ ବିବାହ ପରେ ଦୀପକ ନିଜ କ୍ଷୋଭ ପ୍ରକାଶ କରିସାରିଛନ୍ତି। ପ୍ରତିଦିନ ସେ ରାକ୍ଷୀଙ୍କ ବିଷୟରେ କିଛି ନା କିଛି ବିଷୋଦଗାର କରୁଛନ୍ତି। ଏହା ଲଗାତାର ହେଉଥିବା ବେଳେ ଦୀପକଙ୍କୁ ଜବାବ ଦେଇଛନ୍ତି ରାକ୍ଷୀଙ୍କ ନଣନ୍ଦ।

{"id":149211}

ଦୀପକ କଲାଲ ରାକ୍ଷୀଙ୍କ ସ୍ବାମୀଙ୍କ ପାଇଁ ଗୋଟେ ଭିଡିଓ ସେୟାର କରିଛନ୍ତି। ସେଥିରେ ସେ କିଛିଟା ଅଶ୍ଳୀଳ ଭାଷା କହିଥିଲେ। ଏହା ପରେ ରାକ୍ଷୀଙ୍କ ନଣନ୍ଦ ସାମ୍ନାକୁ ଆସିଥିଲେ। ରାକ୍ଷୀଙ୍କ ସ୍ବାମୀ ରୀତେଶଙ୍କ ଭଉଣୀ ଏହି ମାମଲା ପାଇଁ ଦୀପକ କଲାଲଙ୍କୁ ବହୁତ ମାରିଛନ୍ତି।

{"id":149209}

ଏହି ବିଷୟରେ ରାକ୍ଷୀ ନିଜେ ତାଙ୍କ ଇନ୍‌ଷ୍ଟାଗ୍ରାମ ମାଧ୍ୟମରେ ଦର୍ଶକଙ୍କୁ ଜଣାଇଛନ୍ତି। ଏହା ବ୍ୟତୀତ ରାକ୍ଷୀ ଏହି ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି। ରାକ୍ଷୀ ଲେଖିଛନ୍ତି ଯେ, ତାଙ୍କ ନଣନ୍ଦ ଦୀପକ କଲାଲଙ୍କୁ ଘୋଷାଡି ଚାପୁଡା ମାରିଛନ୍ତି। ଏହି ଭିଡିଓ ସ୍ପଷ୍ଟ ଦେଖାଯାଉଛି ଯେ, ଦୀପକଙ୍କ ଅବସ୍ଥା ଢିଲା କରିଛନ୍ତି ରାକ୍ଷୀଙ୍କ ନଣନ୍ଦ। ଏହା ସହ ଦୀପକ ମଧ୍ୟ ଏହି ଭିଡିଓ ସେୟାର କରି କ୍ଷମା ମାଗିଛନ୍ତି।

{"id":149210}

ଏହି ମାମଲା ପୂର୍ବରୁ ରାକ୍ଷୀଙ୍କ ବିବାହର ଫଟୋ ଭାଇରାଲ ହେବା ଦେଖି ଦୀପକ ବହୁତ ରାଗିଥିଲେ। ଏହା ସହ ଦୀପକ ରାକ୍ଷୀଙ୍କୁ ତାଙ୍କ ୪ କୋଟି ଫେରାଇବା ପାଇଁ କହିଥିଲେ। ଦୀପକଙ୍କ ଅନୁସାରେ ସେ ରାକ୍ଷୀଙ୍କୁ ୪ ଦିନ ଭିତରେ ୪ କୋଟି ଟଙ୍କା ଫେରାଇବା ପାଇଁ କହିଥିଲେ।

{"id":149213}

ଟଙ୍କା ନଦେଲେ ରାକ୍ଷୀଙ୍କ ଜୀବନ ଖରାପ କରିଦେବେ ବୋଲି କହିଥିଲେ ଦୀପକ। ଗୋଟେ ସମୟରେ ରାକ୍ଷୀ ଓ ଦୀପକଙ୍କ ବିବାହ ଚର୍ଚ୍ଚା ଜୋର ସୋରରେ ଚାଲିଥିଲା। ହେଲେ ରାକ୍ଷୀ ଏବେ ଜଣେ ଏନ୍‌ଆର୍‌ଆଇଙ୍କୁ ବିବାହ କରି ବେଶ ଖୁସିରେ ଅଛନ୍ତି। ପ୍ରତି ଦିନ ଫଟୋ ସେୟାର କରି ସେ ଜଣାଉଛନ୍ତି ଯେ, ସେ କେତେ ଖୁସିରେ ଅଛନ୍ତି।

{"id":149214}

ହେଲେ ଏଇ ଗଟଣାକୁ ମଧ୍ୟ କେହି କେହି ମିଲିଭଗତ ଡ୍ରାମା ବୋଲି କହୁଛନ୍ତି । କାରଣ ଏ ପର୍ଯ୍ୟନ୍ତ ଦର୍ଶକ ମାନିବାକୁ ନାରାଜ ଯେ, ରାକ୍ଷୀ ବିବାହ କରିଛନ୍ତି। ରାକ୍ଷୀ ନିଜେ ବିବାହ କରିଥିବା ଘୋଷଣା କରିବା ପରେ ମଧ୍ୟ ତାଙ୍କ ସ୍ବାମୀଙ୍କ ଫଟୋ ବା ସ୍ବାମୀଙ୍କ ସହ ତାଙ୍କ ଫଟୋ ସେ ପୋଷ୍ଟ କରିନାହାନ୍ତି । ଯେହେତୁ ରାକ୍ଷୀକଙ୍କ ସ୍ବାମୀଙ୍କ ସମ୍ପର୍କରେ କୌଣସି ପ୍ରାମାଣିକ ତଥ୍ୟ କାହା ପାଖରେ ନାହିଁ ତେଣୁ ରାକ୍ଷୀଙ୍କ ନଣନ୍ଦ ପ୍ରସଂଗଟିକୁ ୟୁଜର୍ସମାନେ ହଜମ କରିପାରୁନାହାନ୍ତି ।  

wp:heading {"level":1}

 

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.