Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ମ୍ୟାଚ୍‌ ହାରିଲା ଚେନ୍ନାଇ କିନ୍ତୁ ହୃଦୟ ଜିତିଲେ ଦୀପକ ଚହର, ଷ୍ଟାଣ୍ଡରେ ବସିଥିବା ଯୁବତୀଙ୍କୁ କଲେ ପ୍ରପୋଜ୍‌ : ଭିଡିଓ ଭାଇରାଲ…

7/10/2021 at 9:43 PM

ନୂଆଦିଲ୍ଲୀ ୦୭/୧୦ : ଚେନ୍ନାଇ ସୁପର କିଙ୍ଗସ୍‌ ଏବଂ ପଞ୍ଜାବ କିଙ୍ଗସ୍‌ ମଧ୍ୟରେ ଖେଳାଯାଇଥିବା ଆଇପିଏଲର ୫୩ତମ ମ୍ୟାଚରେ ଧୋନୀ ବାହିନୀକୁ ୬ ଓ୍ବିକେଟରେ ପରାସ୍ତ କରିଛି ପଞ୍ଜାବ । କିନ୍ତୁ ଏହି ମ୍ୟାଚରେ ସମସ୍ତଙ୍କ ଧ୍ୟାନ ସୁପର କିଙ୍ଗସ୍‌ର ଷ୍ଟାର ବୋଲର ଦୀପକ ଚହରଙ୍କ ଉପ​‌ରେ ଥିଲା । ମ୍ୟାଚ୍‌ର ଠିକ ପରେ ପ​‌ରେ ଷ୍ଟାଣ୍ଡକୁ ଯାଇ ଜଣେ ଯୁବତୀଙ୍କୁ ପ୍ରପୋଜ୍‌ କରିଥିଲେ ଦୀପକ । ଯାହାକି ଉପସ୍ଥିତ ଦର୍ଶକଙ୍କୁ ବେଶ ମୁଗ୍ଧ କରିଥିଲା । ଷ୍ଟାଣ୍ଡରେ ଉପସ୍ଥିତ ସମସ୍ତେ ଛିଡା ହୋଇ ଦୀପକ ଚହର ଏବଂ ତାଙ୍କ ପ୍ରେମିକାଙ୍କୁ ସମ୍ମାନ ଜଣାଇଥିଲେ ।

ଦୀପକ ଚହରଙ୍କ ପାଇଁ ଏହି ମୂହୁର୍ତ୍ତ ବେଶ ସ୍ମରଣୀୟ ହୋଇ ରହିବ କାରଣ ଯେଉଁ ଯୁବତୀଙ୍କୁ ସେ ପ୍ରେମ ନିବେଦନ କରିଥିଲେ, ସେ ସମସ୍ତଙ୍କ ସାମ୍ନାରେ ହିଁ ଦୀପକଙ୍କୁ ଗ୍ରହଣ କରିନେଇଥିଲେ ଏବଂ ପ୍ରପୋଜରେ ରାଜି ହୋଇଯାଇଥି​‌ଲେ । ପୁରା ଘଟଣାଟି ଏହିପରି ଥିଲା, ମ୍ୟାଚ ପରେ ପରେ ହଠାତ୍‌ ଷ୍ଟାଣ୍ଡକୁ ଯାଇଥିଲେ ଦୀପକ ଚହର । ଏହା ଦେଖି କେହି କିଛି ବୁଝିପାରିନଥିଲେ । ସେତେବେଳେ କ୍ୟାମେରା ତାଙ୍କ ଉପରେ ଫୋକସ୍‌ କରିଥିଲା । ଷ୍ଟାଣ୍ଡରେ ଉପସ୍ଥିତ ଜଣେ ଯୁବତୀଙ୍କୁ ପ୍ରେମ ନିବେଦନ କରିଥିଲେ ଏବଂ ରିଙ୍ଗ୍‌ ମଧ୍ୟ ପିନ୍ଧାଇଥିଲେ ।

ପୂର୍ବରୁ ମଧ୍ୟ ଅନେକ ଥର ଚହରଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ହୋଇଛି । ଏବେ ତାହା ସମସ୍ତଙ୍କ ସାମ୍ନାକୁ ଆସିଛି । କିନ୍ତୁ ଏହା ଜଣାପଡିନାହିଁ ଯେ ପ୍ରକୃତରେ ଯୁବତୀଜଣକ କିଏ । ଯୁବତୀଙ୍କୁ ପ୍ରପୋଜ କରିବା ସମୟରେ ପୁରା ଷ୍ଟାଡିୟମ ତାଙ୍କୁ ସମର୍ଥନ ଜଣାଇଥିଲା । ସୋସିଆଲ ମିଡିଆର ଏହହାର ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଅନେକ ୟୁଜର ଏହି ଦୁଇ ଯୋଡିଙ୍କୁ ବେଶ ପସନ୍ଦ କରୁଛନ୍ତି ।

   Related Posts