ବଜରଙ୍ଗ ପୁନିଆ ଓ ଦୀପା ମଲିକଙ୍କୁ ମିଳିବ ରାଜୀବ ଗାନ୍ଧି ଖେଳ ରତ୍ନ ପୁରସ୍କାର

Published By : Prameya-News7 Bureau | August 21, 2019 IST

ନୂଆଦିଲ୍ଲୀ ୨୧|୮: କ୍ରୀଡ଼ା କ୍ଷେତ୍ରରେ ଉକ୍ରର୍ଷତାକୁ ମାନ୍ୟତା ପ୍ରଦାନ କରିବା ଏବଂ କ୍ରୀଡ଼ାବିତ୍ଙ୍କୁ ପୁରସ୍କୃତ କରିବା ଲାଗି ଜାତୀୟ କ୍ରୀଡ଼ା ପୁରସ୍କାର ପ୍ରତ୍ୟେକ ବର୍ଷ ଦିଆଯାଇଥାଏ । ରାଜୀବ ଗାନ୍ଧୀ କ୍ରୀଡ଼ା ରତ୍ନ ପୁରସ୍କାର ଚାରି ବର୍ଷର ଅବଧି ମଧ୍ୟରେ କ୍ରୀଡ଼ା କ୍ଷେତ୍ରରେ ସର୍ବଶ୍ରେଷ୍ଠ ତଥା ଉକ୍ରୃଷ୍ଟ ପ୍ରଦର୍ଶନ କରୁଥିବା କ୍ରୀଡ଼ାବିତଙ୍କୁ ଦିଆଯାଇଥାଏ । ଅର୍ଜୁନ ପୁରସ୍କାର ଲଗାତାର ଚାରି ବର୍ଷ ପର୍ଯ୍ୟନ୍ତ ଉକ୍ରୃଷ୍ଟ ପ୍ରଦର୍ଶନ ଲାଗି ଦିଆଯାଏ । ଦ୍ରୋଣାଚାର୍ଯ୍ୟ ପୁରସ୍କାର ପ୍ରତିଷ୍ଠିତ ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତାରେ ପଦକ ବିଜେତାଙ୍କୁ ପ୍ରଶିକ୍ଷଣ ଦେଉଥିବା କୋଚଙ୍କୁ ଦିଆଯାଇଥାଏ । କ୍ରୀଡ଼ାର ବିକାଶ କ୍ଷେତ୍ରରେ ଜୀବନବ୍ୟାପୀ ଯୋଗଦାନ ଲାଗି ଧ୍ୟାନଚାନ୍ଦ ପୁରସ୍କାର ଦିଆଯାଇଥାଏ । କର୍ପୋରେଟ ସଂସ୍ଥା (ଘରୋଇ ଏବଂ ରାଷ୍ଟ୍ରାୟତ କ୍ଷେତ୍ର) ଏବଂ ସେହି ବ୍ୟକ୍ତିମାନଙ୍କୁ ଜାତୀୟ କ୍ରୀଡ଼ା ପ୍ରୋତ୍ସାହନ ପୁରସ୍କାର ଦିଆଯାଇଥାଏ ଯେଉଁମାନେ କ୍ରୀଡ଼ାର ପ୍ରୋତ୍ସାହନ ଏବଂ ବିକାଶ କ୍ଷେତ୍ରରେ ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି । ଆନ୍ତଃବିଶ୍ୱବିଦ୍ୟାଳୟ ପ୍ରତିଯୋଗିତାରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରୁଥିବା ବିଶ୍ୱବିଦ୍ୟାଳୟକୁ ମୌଲାନା ଅବୁଲ କଲାମା ଆଜାଦ ଟ୍ରଫି ପ୍ରଦାନ କରାଯାଇଥିଲା । ଚଳିତ ବର୍ଷ ପୁରସ୍କାର ଲାଗି ବହୁସଂଖ୍ୟାରେ ନାମାଙ୍କନ ମିଳିଥିଲା । ପୂର୍ବତନ ଅର୍ଜୁନ ପୁରସ୍କାର ବିଜେତା, ଦ୍ରୋଣାଚାର୍ଯ୍ୟ ପୁରସ୍କାର ବିଜେତା, କ୍ରୀଡ଼ା ସାମ୍ବାଦିକ/ବିଶେଷଜ୍ଞ/ଭାଷ୍ୟକାର ଓ କ୍ରୀଡ଼ା ପ୍ରଶଂସକମାନଙ୍କୁ ନେଇ ଚୟନ ସମିତି ଏସବୁର ବିଚାର କରିଥିଲେ । କ୍ରୀଡ଼ା ପୁରସ୍କାର ୨୦୧୯ ଲାଗି ଗଠିତ ଚୟନ ସମିତିର ଅଧ୍ୟକ୍ଷ ଥିଲେ ସର୍ବୋଚ୍ଚ ନ୍ୟାୟାଳୟର ଅବସରପ୍ରାପ୍ତ ବିଚାରପତି ନ୍ୟାୟମୂର୍ତି ମୁକୁନ୍ଦକମ ଶର୍ମା ।

ଆସନ୍ତା ୨୯ ତାରିଖରେ ରାଷ୍ଟ୍ରପତି ଭବନ ଠାରେ ଆୟୋଜିତ ସ୍ୱତନ୍ତ୍ର ସମାରୋହରେ ରାଷ୍ଟ୍ରପତି ଏହି ପୁରସ୍କାର ପ୍ରଦାନ କରିବେ । ରାଜୀବ ଗାନ୍ଧୀ ଖେଳରତ୍ନ ବିଜେତାଙ୍କୁ ୭.୫ ଲକ୍ଷ ଏବଂ ଅର୍ଜୁନ, ଦ୍ରୋଣାଚାର୍ଯ୍ୟ ଓ ଧ୍ୟାନଚାନ୍ଦ ପୁରସ୍କାର ବିଜେତାଙ୍କୁ ୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ସହିତ ପଦକ ଓ ପ୍ରମାଣପତ୍ର ପ୍ରଦାନ କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.