Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଣ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ: ୫ ମୃତ, ଅନେକ ଆହତ ହୋଇଛନ୍ତି, କ୍ଷତିପୂରଣ ଘୋଷଣା କଲେ ସିଏମ
  • ||
  • ଆସୁଛି ଲଘୁଚାପ, ୨୮ରୁ ୩ ଦିନ ବର୍ଷିବ: ଦକ୍ଷିଣରେ ହାଲକା ବର୍ଷା ସମ୍ଭାବନା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୫୮୫ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୯ କୋଭିଡ୍ ପଜିଟିଭ୍
  • ||
  • ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ
  • ||

ଲାଲ୍‌କିଲ୍ଲା ହିଂସା: ଜାମିନ୍‌ ମିଳିବାର ପ୍ରାୟ ଘଣ୍ଟାଏ ପରେ ପୁଣି ଗିରଫ ହେଲେ ଦୀପ୍‌ ସିଦ୍ଧୁ

17/04/2021 at 5:39 PM

ନୂଆଦିଲ୍ଲୀ ୧୭/୪: ଦିଲ୍ଲୀରେ ଲାଲକିଲ୍ଲାରେ ହୋଇଥିବା ହିଂସାର ଅଭିଯୁକ୍ତ ଦୀପ ସିଦ୍ଧୁଙ୍କୁ ପୁଣି ଥରେ ଗିରଫ କରି ନେଇଛି ପୋଲିସ। ଜାମିନ ମିଳିବାର ପ୍ରାୟ ଘଣ୍ଟାଏ  ପରେ ପୋଲିସ ତାଙ୍କୁ ଗିରଫ କରିଛି। ଲାଲକିଲ୍ଲା ଭିତରେ ଭଙ୍ଗାରୁଜା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ପ୍ରତ୍ନତତ୍ତ୍ବ ବିଭାଗ ପକ୍ଷରୁ ଏନେଇ କ୍ରାଇମ ବ୍ରାଞ୍ଚରେ ଏତଲା ଦିଆଯାଇଥିଲା। ଏହା ଆଧାରରେ ଦୀପ ସିଦ୍ଧଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି ।

ଠିକ୍‌ ଏହା ପୂର୍ବରୁ ଗଣତନ୍ତ୍ର ଦିବସରେ ଦିଲ୍ଲୀର ଲାଲକିଲ୍ଲାରେ ହିଂସା ଘଟାଇଥିବା ମାମଲାରେ ଦୀପ ସିଦ୍ଧୁଙ୍କୁ ଦିଲ୍ଲୀର ତିସ୍‌ ହଜାରୀ କୋର୍ଟ ଜାମିନ ଦେଇଥିଲେ। ୩୦ ହଜାର ଟଙ୍କା ବ୍ୟକ୍ତିଗତ ଜିମାରେ ତାଙ୍କୁ ଜାମିନ ମିଳିଥିବା ବେଳେ କୋର୍ଟ ସର୍ତ୍ତ ମଧ୍ୟ ରଖିଥିଲେ। ପୋଲିସ ଯେତେବେଳେ ଡାକିଲେ ସିଦ୍ଧୁ ହାଜର ହେବେ, ପାସପୋର୍ଟ ଜମା କରିବେ ଏବଂ ଫୋନ୍‌ ନମ୍ବର ବଦଳାଇବେ ନାହିଁ ବୋଲି କୋର୍ଟ ସର୍ତ୍ତ ରଖିଥିଲେ।

କିନ୍ତୁ ଜାମିନ ମିଳିବାର ପାଖାପାଖି ଘଣ୍ଟାଏ ପରେ ପୁଣି ପୋଲିସ ତାଙ୍କୁ ଗିରଫ କରିଥିବା ଜଣାପଡ଼ିଛି।  ୩ ନୂଆ କୃଷି ଆଇନ୍‌ ବିରୋଧରେ ଚାଷୀମାନେ ସରକାରଙ୍କ ବିରୋଧରେ ଗର୍ଜୁଛନ୍ତି। ଏହାକୁ କେନ୍ଦ୍ର କରି ଗତ ୨୬ ଜାନୁଆରୀରେ ଲାଲକିଲ୍ଲା ପର୍ଯ୍ୟନ୍ତ ଟ୍ରାକ୍ଟର ରାଲି ପାଇଁ ଆହ୍ବାନ ଦେଇଥିଲା କୃଷକ ସଂଗଠନ। ଏହି ସମୟରେ କୃଷକମାନେ ଉପଦ୍ରବ ସୃଷ୍ଟି କରିଥିବା ବେଳେ ଲାଲକିଲ୍ଳାରେ ଭଙ୍ଗାରୁଜା କରିଥିଲେ। ଏହି ମାମଲାରେ ଦୀପ ସିଦ୍ଧୁଙ୍କୁ ପୋଲିସ ଗିରଫ କରିଥିଲା। ଗିରଫ ହେବା ପୂର୍ବରୁ ଫେସବୁକ୍‌ ଲାଇଭ୍‌ ମାଧ୍ୟମରେ ନିଜକୁ ନିର୍ଦୋଷ ବୋଲି କହିଥିଲେ ଦୀପ ସିଦ୍ଧୁ ।

   Related Posts