ପୁଅ ପାଇଁ ମାଆ ଅର୍ଡର କରିଥିଲେ ଚିକେନ, ହେଲେ ସେଥିରୁ ବାହାରିଥିଲା ଫ୍ରାଇଡ ତଉଲିଆ

Published By : Prameya-News7 Bureau | June 06, 2021 IST

ନୂଆଦିଲ୍ଲୀ ୬/୬ : ଚିକେନ ଖାଇବାକୁ ପ୍ରାୟ ଅଧିକାଂଶ ଲୋକ ପସନ୍ଦ କରନ୍ତି । ବିଶେଷ କରି ବାହାରେ ମିଳୁଥିବା ଫ୍ରାଇଡ ଚିକେନ ଲୋକଙ୍କ ବେଶି ପସନ୍ଦ । ଲକଡାଉନ ଯୋଗୁଁ ସାରା ଦେଶରେ ବନ୍ଦ ରହିଛି ରେଷ୍ଟୁରାଣ୍ଟ, ହୋଟେଲ, ଫାଷ୍ଟଫୁଡ ସେଣ୍ଟର ପ୍ରଭୃତି । ଫଳରେ ଲୋକେ ବାହାରେ ଖାଇବା ପାଇଁ ବ୍ୟାକୁଳ ହୋଇପଡୁଛନ୍ତି । କେହି କେହି ଅନଲାଇନରେ ବି ଖାଇବା ଅର୍ଡ କରିଦେଉଛନ୍ତି । କାରଣ ତାଲାବନ୍ଦରେ ସ୍ୱିଗୀ, ଜୋମାଟୋ ଭଳି ଅନଲାଇନ ସେବା ଜାରି ରହିଛି ।

wp:gallery {"ids":[462177],"linkTo":"none"} /wp:gallery

କିନ୍ତୁ ଥରେ ଭାବନ୍ତୁ ଆପଣ ଅନଲାଇନରେ ଖାଇବା ଅର୍ଡର କରୁଛନ୍ତି ଆଉ ଫୁଡ ବଦଳରେ ଆଉ କିଛି ଜିନିଷ ପ୍ୟାକେଟରେ ଆସିଯିବ । ତାହେଲେ ଆପଣ କରିବେ କଣ । କିନ୍ତୁ ଆମେ ଏହା ବାସ୍ତବରେ ଘଟିଛି । ଜଣେ ମାଆ ନିଜ ପୁଅ ପାଇଁ ଅନଲାଇନରେ ଫ୍ରାଇଡ ଚିକେନ ଅର୍ଡର କରିଥିଲେ ହେଲେ ପ୍ୟାକେଟ ଖୋଲି ଦେଖିବାରୁ ତା ଭିତରେ ଥିଲା ଚିକେନ ବଦଳରେ ଫ୍ରାଇଡ ତଉଲିଆ ।

wp:html /wp:html

ଫିଲିପାଇନ୍ସର ଜଣେ ମହିଳାଙ୍କ କ୍ଷେତ୍ରରେ ଘଟିଛି ଏପରି ସମାନ ଘଟଣା । ଡେଲିଭରୀ ବୟ ପାର୍ସଲ ଦେଇ ଯିବା ପରେ ମହିଲା ଜଣଙ୍କ ଚିକେନ ଭାବି ଖାଇବାକୁ ଚେଷ୍ଟା କରିଥିଲେ । ହେଲେ ତାହା ଖାଇବା ସମ୍ଭବ ହୋଇନଥିଲା ବରଂ ଦୀର୍ଘ ସମୟ ପରିଶ୍ରମ କରିବାକୁ ପଡିଥିଲା। ମହିଳାଙ୍କ ସନ୍ଦେହ ହେବାରୁ ସେ ତାକୁ ଖୋଲି ଦେଖିଥିଲେ । ଆଉ ସେଥିରୁ ବାହାରିଥିଲା ତଉଳିଆ ।

ଯାହାକି ଚିକେନ ମସଲା ଦେଇ ଫ୍ରାଇ କରାଯାଇଛି । ଏହାକୁ ସେ ନିଜ ସୋସିଆଲ ମିଡିଆ ଫେସବୁକ ସାଇଟରେ ପୋଷ୍ଟ କରିଛନ୍ତି। ଯାହାକି ଏବେ ବେଶ ଭାଇରାଲ ହେଉଛି । Alique Perez ନାମକ ମହିଳା ଜଣଙ୍କ ଭିଡିଓକୁ ପୋଷ କରିବା ସହ ସମସ୍ତଙ୍କୁ ସାବଧାନ କରିଛନ୍ତି ଯେ, ଅନଲାଇନ ଖାଇବା ଅର୍ଡର କରୁଥିଲେ ସାବଧାନ ହୋଇଯାଆନ୍ତୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.