ପାଖେଇ ଆସିଲା ଆବପାତ : ଗୋପାଳପୁର ଠରୁ ଆଉ ମାତ୍ର ୧୩୦ କି.ମି ଦୂରରେ

Published By : Prameya-News7 Bureau | September 20, 2018 IST

ଭୁବନେଶ୍ୱର ୨୦/୦୯: ଆଜି ଅପରାହ୍ନରେ ଗୋପାଳପୁର ଠାରୁ ୩୦୦ କି.ମି ଦୂରରେ ଥିବା ଅବପାତ ଧିରେଧିରେ ଗୋପାଳପୁରର ନିକଟତର ହେବାରେ ଲାଗିଛି । ରାତି ୯ଟା ସୁଧା ଗୋପାଳପୁର ଠାରୁ ୧୩୦ କି.ମି ଦୂରରେ ଅବପାତ ରହିଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଅବପାତ ଘଣ୍ଟାକୁ ୨୩ କି.ମି ବେଗରେ ଆଗକୁ ବଢୁଛି । ଆସନ୍ତା ୬ ଘଣ୍ଟା ମଧ୍ୟରେ ଏହା ସ୍ଥଳ ଭୁମିକୁ ଛୁଇଁ ବାତ୍ୟାର ରୂପ ନେଇପାରେ ବୋଲି ଆଶଙ୍କା କରାଯାଉଛି । ଅବପାତ ନିକଟତର ହେବା ସହିତ ପବନର ଗତି ଧିରେଧିରେ ବୃଦ୍ଧି ପାଇବ । ଅବପାତ ସ୍ଥଳଭୂମିକୁ ସ୍ପର୍ଶ କଲାବେଳକୁ ପବନର ଗତି ଘଣ୍ଟାକୁ ୮୦ କି.ମି ହେବ ବୋଲି ଆକଳନ କରାଯାଇଛି । ଉପକୂଳ ଓଡ଼ିଶା ଏବଂ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସହିତ ପବନର ଗତି ବଢିବ ବୋଲି ଆଶଙ୍କା କରାଯାଇଛି । ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତୀ ଜିଲ୍ଲାବାସୀ ବିଶେଷ ସତର୍କତା ଅବଲମ୍ୱନ କରିବା ପାଇଁ ପ୍ରଶାସନ ପକ୍ଷରୁ ସତର୍କତା ଜାରି କରାଯାଇଛି । ଏହି ସମୟ ମଧ୍ୟରେ ସମୁଦ୍ର ଅସ୍ଥିର ରହିବ । ତେଣୁ ସମୁଦ୍ର ମଧ୍ୟକୁ ମତ୍ସ୍ୟଜୀବୀମାନେ ଯିବାପାଇଁ ବାରଣ କରାଯାଇଛି । ଏହିସବୁ ଜିଲ୍ଲାର ତଳିଆ ଅଞ୍ଚଳରେ ରହୁଥିବା ଲୋକମାନଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର ପାଇଁ କୁହାଯାଇଛି । ଏହି ଜିଲ୍ଲାର ସରକାରୀ କର୍ମଚାରୀମାନଙ୍କ ଛୁଟି ମଧ୍ୟ ବାତିଲ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.