କମିଲା ମାଛ-ମାଂସ ଦର: ଏବେ ଆମିଷ ବଜାରରେ ଲାଗିବ ଭିଡ଼

Published By : Prameya-News7 Bureau | May 10, 2020 IST

ଭୁବନେଶ୍ବର୧୦/୫: କମିଲା ଆମିଷ ଦର। ଗତ କିଛି ଦିନ ହେବ ମାଛ- ମାଂସ ଦର ହୁହୁ ହୋଇ ପଡି ଚାଲିଥିଲା। ଏହା ସତ୍ତ୍ବେ ବି ଆମିଷ ବଜାରରେ ଭିଡ ଲାଗୁ ରହୁଥିଲା। ଉଚ୍ଚ ଦରକୁ ଖାତିର ନ କରି ଆମିଷ ବଜାରରେ ଭିଡ ବାନ୍ଧି ରଖୁଥିଲେ ଗ୍ରାହକ। ତେବେ​‌ ମଟନ କେଜି ପ୍ରତି ୧୦୦ଟଙ୍କା କମିଥିବା ବେଳେ, ମାଛ ୪୦ରୁ ୬୦ ଓ ଚିକେନ ୩୦ରୁ ୪୦ ଟଙ୍କା କମିଛି। ​ହେଲେ ଗତ ସପ୍ତାହରେ ଦର ଉଚ୍ଚା ଥିଲା ହେଲେ ଭଲ ଜମିଥିଲା ବେପାର । ରାଜଧାନୀରେ ଥିବା ୟୁନିଟ-୪ ମାର୍କେଟ ହେଉ ଅବା  ସିଟି ଓ୍ବିମେନ କଲେଜ ଛକରେ ସକାଳୁ ସକାଳୁ ଗ୍ରାହକଙ୍କ ଭିଡ ଜମୁଛି।

ପୂର୍ବରୁ ମଟନ ଦର ୭୦୦ ରହିଥିବା ବେଳେ ୬୦୦କୁ ଖସିଛି। ମାଛ ଦର ବି କେଜି ପିଛା ୬୦ ରୁ ୭୦ଟଙ୍କା ହ୍ରାସ ପାଇଥିବା ବେଳେ ଚିକେନ ଦର ବି ପ୍ରାୟ ୩୦ ରୁ ୪୦ ଟଙ୍କା କିମିଛି। ପୂର୍ବରୁ ଭାକୁର ଦର ୨୨୦ ଥିବା​‌ବେଳେ ଏବେ ୧୮୦ ରୋହି ମାଛ ଦର ୨୦୦ ଥିବାବେଳେ ଏବେ ୧୬୦ ରୁ ୧୮୦ ରହିଛି। ଠିକ ସେହିଭଳି ପୋହଳା ୨୪୦ଥିବାବେଳେ ଏବେ ୧୮୦ ରହିଛି।  ମାଛ-ମାଂସ ବ୍ୟବସାୟୀଙ୍କ କହିବା କଥା ଯେ, କରୋନାର ପ୍ରଭାବ ଯୋଗୁଁ ବ୍ୟବସାୟୀ ଉପରେ ପ୍ରଭାବ ପଡିଛି। ସେଥିପାଇଁ ଆମି​‌ଷ ବଜାରରୁ ଗ୍ରାହକ ଦୂରେଇ ରହୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.