ଶସ୍ତା ହେଲା ପେଟ୍ରୋଲ ଓ ଡିଜେଲ ଦର, ଜାଣନ୍ତୁ କେଉଁ ସ୍ଥାନରେ କେତେ କମିଲା

Published By : Prameya-News7 Bureau | October 18, 2019 IST

ନୂଆଦିଲ୍ଲୀ୧୮|୧୦: ଲଗାତର ଚତୁର୍ଥ ଦିନରେ ବି ପେଟ୍ରୋଲର ମୂଲ୍ୟ ହ୍ରାସ ହୋଇଛି। ଡିଜେଲ ଓ ପେଟ୍ରୋଲର ଦର ଧୀରେ ନିୟନ୍ତ୍ରଣ ହେଉଛି। ଦିଲ୍ଲୀରେ ଡିଜେଲ ଲିଟର ପିଛା ୧୦ ପଇସା ଓ ମୁମ୍ବାଇରେ ୧୧ ପଇସା ହ୍ରାସ କରାଯାଇଛି। ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୭୩.୨୭ ଓ ଜିଜେଲ ୬୬.୩୧ ଟଙ୍କା ରହିଛି।

ସେହିପରି ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୭୮.୮୮ ଟଙ୍କା ଓ ଡିଜେଲ ୬୯.୫୦ ଟଙ୍କା ରହିଛି। ବେଙ୍ଗାଲୁରୁରେ ପେଟ୍ରୋଲ ଲିଟର ପିଛା ୭୫.୫୨ ଓ ଡିଜେଲ ୬୮.୫୧ ଟଙ୍କାର ରହିଛି। ନୋଇଡାରେ ପେଟ୍ରୋଲ ଲିଟର ପିଛା ୭୪. ୮୯ ଓ ଡିଜେଲ ୬୬.୫୭ ଟଙ୍କା ରହିଛି।

 କୋଲକାତାରେ ପେଟ୍ରୋଲ ଲିଟର ପ୍ରତି ୧୦ ପଇସା  ହ୍ରାସ ହୋଇଛି। ଗତ ଶୁକ୍ରବାର କୋଲକୋତାରେ ପେଟ୍ରୋଲ ଲିଟର ପିଛା ୭୫.୯୨ ଟଙ୍କା ଥିଲା। ପେଟ୍ରୋଲର ମୂଲ୍ୟ ହ୍ରାସ ହୋଇ ଆଜି ୬୮.୬୭ ଟଙ୍କାରେ ପହଞ୍ଚିଛି। ସେହିପରି ପେଟ୍ରୋଲ ଦର ମୂଲ୍ୟ ହ୍ରାସ ହୋଇ ଚେନ୍ନାଇରେ ଲିଟର ପିଛା  ୭୦.୦୪ ଟଙ୍କାରେ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.