କମିଲା ସୁନା ଦର, ରୂପା ଦାମରେ ସାମାନ୍ୟ ବୃଦ୍ଧି : ଜାଣନ୍ତୁ ରାଜଧାନୀ ଭୁବନେଶ୍ବରରେ କେତେ ରହିଛି ଦାମ୍

Published By : Prameya-News7 Bureau | January 25, 2021 IST

ନୂଆଦିଲ୍ଲୀ ୨୫/୦୧ : ଭାରତୀୟ ବଜାରରେ ସୋମବାର ସୁନା ଦର ହ୍ରାସ ପାଇଥିବା ଦେଖିବାକୁ ମିଳିଛି । ଦିଲ୍ଲୀରେ ୨୫ ତାରିଖ ସୋମବାର ସୁନା ଦର ପ୍ରତି ୧୦ ଗ୍ରାମ ପିଛା ୧୪୧ ଟଙ୍କା ହ୍ରାସ ପାଇଥିବା ସୂଚନା ମିଳିଛି । କିନ୍ତୁ ରୂପା ଦାମରେ ସାମାନ୍ୟ ବୃଦ୍ଧି ଘଟିଛି । ସୋମବାର ରୂପାର ଦାମ କିଲୋ ପିଛା ୪୩ ଟଙ୍କା ବୃଦ୍ଧି ପାଇଛି ।

ପୂର୍ବ କାରବାର ଦିନରେ ଦିଲ୍ଲୀରେ ସୁନାର ଦାମ ୧୦ ଗ୍ରାମ୍‌ ପିଛା ୪୮,୬୫୦ ଟଙ୍କା ଥିଲା । ସେହିଭଳି ରୂପାର ଦାମ କିଲୋ ପ୍ରତି ୫୬,୯୭୬ ଟଙ୍କା ଥିଲା । ୯୯.୯ କ୍ୟାରେଟ୍‌ ଶୁଦ୍ଧତା ଥିବା ସୁନାର ନୂଆ ଦାମ ୧୦ ଗ୍ରାମ ପ୍ରତି ୪୮,୫୦୯ ଟଙ୍କା ହୋଇଯାଇଛି । ଏହା ପୂର୍ବରୁ ସୁନାର ଦାମ ୧୦ ଗ୍ରାମ୍‌ ଥିଲା ୪୮,୬୫୦ ଟଙ୍କା । ସୋମବାର ଅନ୍ତରାଷ୍ଟ୍ରୀୟ ବଜାରରେ ସୁନାର ଦାମ ହ୍ରାସ ପାଇ ୧୮୫୩.୨୬ ଡଲାର ପ୍ରତି ଅଂଶ ରହିଛି ।

ଭୁବନେଶ୍ବରରେ ସୋମବାର ୨୨ କ୍ୟାରେଟ୍‌ ସୁନାର ଦାମ ୧୦ ଗ୍ରାମ୍‌ ପ୍ରତି ୪୫,୯୪୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍‌ ସୁନାର ଦାମ ରହିଛି ୫୦,୧୨୦ ଟଙ୍କା । ସେହିଭଳି ରାଜଧାନୀ ଭୁବନେଶ୍ବରରେ ସୋମବାର ରୂପାର ଦାମ କିଲୋ ପିଛା ୭୧,୩୦୦ ଟଙ୍କା ରହିଛି ।

HDFC ସିକ୍ୟୁରିଟିଜ୍ର ସିନିଅର୍‌ ଆନାଲିଷ୍ଟ୍‌ ତପନ ପଟେଲ କହିଛନ୍ତି, ଅନ୍ତରାଷ୍ଟ୍ରୀୟ ବଜାରରେ ସୁନାର ଦାମ ହ୍ରାସ ଫଳରେ ଭାରତୀୟ ବଜାରରେ ମଧ୍ୟ ଏହାର ପ୍ରଭାବ ପଡିଛି । ବର୍ତ୍ତମାନ ଉଭୟ ସୁନା ଏବଂ ରୂପାର ଦାମ ସ୍ଥିର ରହିଛି । କରୋନା ମହାମାରୀ ପାଇଁ ଜାରି ରହିଥିବା ଟିକାକରଣ ଅଭିଯାନ ଯୋଗୁଁ ଏହାର ପ୍ରଭାବ ମୂଲ୍ୟବାନ୍‌ ଧାତୁ ଉପରେ ମଧ୍ୟ ପଡିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.