କର୍ଲାପାଟ ଜଙ୍ଗଲରୁ ନିଖୋଜ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର : ମଦ ନିଶାରେ ସାଙ୍ଗମାନେ କରିଥିଲେ ହତ୍ୟା

Published By : Prameya-News7 Bureau | May 27, 2019 IST

କଳାହାଣ୍ଡି ୨୭/୫ : ୫ ଦିନ ପରେ ନିଖୋଜ ବ୍ୟକ୍ତିଙ୍କ ଗଳିତ ମୃତଦେହ ଜଙ୍ଗଲରୁ ଉଦ୍ଦାର ହୋଇଛି । କଳାହାଣ୍ଡି ଜିଲ୍ଲା କର୍ଲ।ପାଟ ଜଙ୍ଗଲରୁ ଗଳିତ ମୃତ ଦେହ ଉଦ୍ଦାର ହୋଇଛି । ମୃତକ ପୁରୁଣାପଡାର ଦେବେନ୍ଦ୍ର ବହେରା । ଦବେନ୍ଦ୍ର ଗତ ୨୪ ତାରିଖରୁ ନିଖୋଜ ଥିଲେ । ଏହି ମାମଲାରେ ଭବାନୀପାଟଣା ପୋଲିସ ୭ ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଥିଲା । ଏହି ସମସ୍ତେ ଚୋରା କାଠ ଚାଲଣ ବ୍ୟବସାୟରେ ସାମିଲ ଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି ।
ମଦ ନିଶାରେ ଦେବେନ୍ଦ୍ରଙ୍କ ସାଙ୍ଗମାନେ ତାଙ୍କୁ ହତ୍ୟା କରିଛନ୍ତି । ହତ୍ୟା ପଛରେ ଚୋର କାଠ ବ୍ୟବସାୟର ଟଙ୍କା ଲେଣଦେଣ ମୁଖ୍ୟ କାରଣ ବୋଲି ଜଣାପଡିଛି ।

{"id":116401}


ମୁଖ୍ୟ ଅଭିଯୁକ୍ତ ଭାରତ ବିଶ୍ବାଳ ମଦ ନିଶାରେ କାଠ ଫାଳିଆରେ ପିଟି ପିଟି ହତ୍ୟା କରିଥିବା ସ୍ବୀକାର କରୁଥିବା ପୋଲିସ ସୁଚନା ଦେଇଛି । ପୋଲିସ ତଦନ୍ତ ଜାରି ରହିଛି ।

{"id":116399}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.