Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ବ୍ଲକ୍ କାର୍ଯ୍ୟାଳୟରେ ପସି ଟେଣ୍ଡରଧାରୀଙ୍କ ଡିଡି ଚିରିବା ଘଟଣା, ଯୁବ ନେତା କରୁଣା ସାଗର ଖଟୁଆ ଗିରଫ
  • ||
  • କରଞ୍ଜିଆ : ନିଆଁ ଲାଗି ଫାଟିଗଲା ଗ୍ୟାସ୍ ସିଲିଣ୍ଡର, ଅଳ୍ପକେ ବର୍ତ୍ତିଲା ପୁରା ପରିବାର
  • ||
  • ଟାଙ୍ଗୀ : ଜୁଆ ଆଡ୍ଡା ଉପରେ ପୋଲିସର ଚଢାଉ, ୮ ଜୁଆଡି ଗିରଫ
  • ||
  • ଭୁବନେଶ୍ବର : ୧୯ ଜିଲ୍ଲା ପାଇଁ ବଜ୍ରପାତ ସତର୍କ ସୂଚନା ଜାରି
  • ||
  • ଭୁବନେଶ୍ବର : ଟୋକିଓ ଅଲିମ୍ପିକ୍ସ : ଓଡିଆ ଖେଳାଳି ବୀରେନ୍ଦ୍ର ଲାକ୍ରାଙ୍କୁ ପୁରୁଷ ହକି ଦଳର ଉପଅଧିନାୟକ ଦାୟିତ୍ବ
  • ||
  • ଗଞ୍ଜାମ : ଟିକା ପ୍ରମାଣପତ୍ର ଲଗାଇବେ ଦୋକାନୀ, ନଚେତ ଖୋଲିପାରିବେନି ଦୋକାନ
  • ||
  • ଭୁବନେଶ୍ବର : ବିଳମ୍ବ ହୋଇପାରେ ପଞ୍ଚାୟତ ନିର୍ବାଚନ- ରାଜ୍ୟ ନିର୍ବାଚନ କମିଶନ ସଚିବ
  • ||
  • ପୁରୀ : ଯୁବଶିଳ୍ପୀଙ୍କ କମାଲ୍, ଆଇସକ୍ରିମ୍ କାଠିରେ ନିର୍ମାଣ କଲେ ମହାପ୍ରଭୁଙ୍କ ଗଜାନନ ବେଶ
  • ||
  • ତେଲକୋଇ : ଦନ୍ତାହାତୀ ଉପଦ୍ରବ, ଗାଁରେ ପସି ଭାଙ୍ଗିଲା ଘର, ଟେକି ନେଲା ଚାଉଳ ବସ୍ତା
  • ||
  • ଖୋର୍ଦ୍ଧା : ଗୋରୁ ଭର୍ତ୍ତି କଣ୍ଟେନର ଜବତ, ୨୦ରୁ ଅଧିକ ଗୋରୁ ଉଦ୍ଧାର, ଜଣେ ଗିରଫ
  • ||

ନିମପୁର ପୋଖରୀସାହି ରାସ୍ତାରେ ଖଣ୍ଡ ବିଖଣ୍ଡିତ ଗଳିତ ଶବ : ଗାଁରେ ଚାଞ୍ଚଲ୍ୟ, ତରବରିଆ ଭାବେ ଠିକାଦାର ସଂସ୍ଥା ପୁଣି ପୋତିଲା ମଶାଣିରେ

8/01/2019 at 5:26 PM

ପଟାମୁଣ୍ଡାଇ ୮|୧; ରାସ୍ତାରେ ଖଣ୍ଡ ବିଖଣ୍ଡିତ ଗଳିତ ଶବକେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ନିମପୁର ପୋଖରୀସାହିରେ ରାସ୍ତା ନିର୍ମାଣ ପାଇଁ ମଶାଣିରୁ ଟ୍ରକରେ ମାଟି ଆସିଥିବା ବଳେ ମାଟି ସହିତ ମିଶି ଶବଟି ଚାଲି ଆସିଛି । ଏହି ଶବକୁ ନେଇ ଗାଁରେ ଚାଞ୍ଚଲ୍ୟ । ନ୍ୟୁଜ୍‌ ସେଭେନ୍‌ରେ ଖବର ପ୍ରସାରଣ ପରେ ଅତି ତରବରିଆ ଭାବେ ଠିକାଦାର  ସଂସ୍ଥା ପୁଣି ନେଇ ଏହାକୁ ସେହି ମଶାଣିରେ ପୋତି ଦେଇଛି । ଯାହାକୁ ନେଇ ସେଠାରେ ଉତ୍ତେଜନା ସହ ଅସନ୍ତୋଷ ପ୍ରକାଶ ପାଇଛି ।

ରାସ୍ତ କାମ ପାଇଁ ଆସିଥିବା ମାଟିରୁ ବାହାରିଲା ଶବ । ମଶାଣିରୁ ମାଟି ସାଙ୍ଗେ ଶବ ଖୋଳି ଆଣିଲେ ଠିକାଦାର ।ଘଟଣା ଘଟିଛି ପଟ୍ଟାମୁଣ୍ଡାଇ ନିମପୁର ପୋଖରିସାହିରେ । କିଛିଦିନ ହେବ ଠିକାଦାର ସଂସ୍ଥା ଦ୍ବାରା ପଟ୍ଟାମୁଣ୍ଡାଇରୁ ରାଜନଗର ପର୍ଯ୍ୟନ୍ତ ମୁଖ୍ୟ ରାସ୍ତା କାମ ଚାଲୁଛି । ରାତିରେ ଜେସିବି ଲଗାଇ ଟ୍ରକରେ ମାଟି ଆସି ରାସ୍ତାରେ ପଡୁଥିବା ବେଳେ ଜେସିବି ପୁଣି ଏହାକୁ ସମାନ କରୁଛି । କାଲି ରାତିରେ ବି ଠିକା ସଂସ୍ଥାର ଜେସିବି ମେସିନ୍‌ ଏଠାରୁ ୬ କିଲୋମଟିର ଦୂର ମାଳିପୁର ଗାଁ ମଶାଣିରୁ ବେଆଇନ୍‌ ଭାବେ ମାଟି ଉଠାଇ ଆଣି ରାସ୍ତାରେ ପକାଇଥିଲା । ସକାଳେ ମାଟି ଗଦାରୁ ଗାଁ ଲୋକେ ଗଳିତ ମୃତଦେହ ଦେଖିବାକୁ ପାଇଥିଲେ । ଦୁର୍ଗନ୍ଧ ହେଉଥିବାରୁ ମୃତଦେହ ଉଠାଇବାକୁ ଠିକାଦାର ସଂସ୍ଥାକୁ କହିଥିଲେ । ହେଲେ କେହି ନଶୁଣିବାରୁ ଅସନ୍ତୋଷ ବୃଦ୍ଧି ପାଇଥିଲା ।

ଏହି ଖବର ନ୍ୟୁଜ୍‌ ସେଭେନ୍‌ରେ ପ୍ରସାରଣ ପରେ ଅତି ତରବରିଆ ଭାବେ ଠିକାଦାର ସଂସ୍ଥା ଜେସିବି ଲଗାଇ ପୁଣି ସେ ସ୍ଥାନରେ ଆଣି ମୃତଦେହଟିକୁ ପୋତି ଦେଇଛି । ସେପଟେ ମାଳିପୁର ଗାଁ ଲୋକେ ତାଙ୍କ ଗାଁ ମଶାଣିରୁ ବେଆଇନ ଭାବେ ମାଟି ଉଠିଥିବା ନେଇ ଅଭିଯୋଗ କରିଛନ୍ତି । ଗାଁରେ କିଛି ଦିନ ତଳେ ଜଣେ ମହିଳାଙ୍କର ମୃତ୍ୟୁ ହେବାରୁ ମୃତଦେହ ମଶାଣିରେ ପୋତି ଦିଆଯାଇଥିଲା । ମୃତଦେହଟି ସେହି ମହିଳାଙ୍କର ବୋଲି ଅନୁମାନ କରାଯାଉଛି । ଏନେଇ ମାଳିପୁର ଗାଁରେ ଅସନ୍ତୋଷ ଦେଖିବାକୁ ମିଳିଛି ।

ଏ ହେଉଛି ସେହି ଗାଁ ଯେଉଁଠି ଗତ ଡିସେମ୍ବର ୨୫ରେ ଏକ ତାନ୍ତ୍ରିକର ଧମକପୂର୍ଣ୍ଣ ଚିଠି ୨୨ ଟି ପରିବାରକୁ ଆସିଥିଲା। ମୃତଦେହ ମଶାଣିରୁ ଆସି ରାସ୍ତାରେ ପଡିବା ପରେ ଲୋକଙ୍କ ମୁହଁରେ ନାନା କଥା ଶୁଣିବାକୁ ମିଳୁଛି। ଅନ୍ଧବିଶ୍ବାସକୁ ଜଗେଇବା ପାଇଁ ଜାଣିଶୁଣି ଏଭଳି କରାଯାଇଛି କି ? ଏହାର ତଦନ୍ତ କରାଯିବାର ଆବଶ୍ୟକତା ରହିଛି।

   Related Posts