ମହାନଗର ନିଗମର ଏକାଧିକ ଅଞ୍ଚଳକୁ ସଟଡାଉନ୍, କଣ୍ଟେନମେଣ୍ଟ ଏବଂ ବଫର ଜୋନ୍ ଭାବେ ଘୋଷଣା

Published By : Prameya-News7 Bureau | July 17, 2020 IST

ସମ୍ବଲପୁର୧୭/୭: ସମ୍ବଲପୁର ମହାନଗର ନିଗମ ଓ୍ବାର୍ଡ ନମ୍ବର ୩୧ର କାଲିବାଡି  ଏବଂ କୁମ୍ଭାରପଡା, ବୁର୍ଲାସ୍ଥିତ ଓ୍ବାର୍ଡ ନମ୍ବର ୩ର ନ୍ଯୁ କଲୋନୀ, ଓ୍ବାର୍ଡ ନମ୍ବର ୬ର ଜେଜେଏସ କଲୋନୀର ବ୍ଲକ ନଂ ୪୭ ଓ ୪୮ ହେଲା କଣ୍ଟେନମେଣ୍ଟ | କରୋନା ପଜିଟିଭ୍ ବାହାରିଲା ପରେ ସମ୍ପୃକ୍ତ ଅଂଚଳକୁ ଜିଲ୍ଲା ପ୍ରଶାସନ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରିଛି |

ଏହା ସହ ଓ୍ବାର୍ଡ ନମ୍ବର ୩୧, କୁମ୍ଭାରପଡା ଓ ଓ୍ବେସ୍କୋ ଅଫିସ, ବୁର୍ଲା ଓ୍ବାର୍ଡ ନମ୍ବର ୩ର ହନୁମାନ ମନ୍ଦିର ଛକପଡା,କଣ୍ଟ୍ରାକ୍ଟର କଲୋନୀ, ଓ୍ବାର୍ଡ ନମ୍ବର ୭ ର ଜେଜେଏସ କଲୋନୀର ବ୍ଲକ ୪୬ ଓ ବ୍ଲକ ଇ-୧ କୁ ବୋଫର ଜୋନ ଘୋଷଣା କରାଯାଇଛି |  କଲୋନୀ  ସେହିପରି ସମ୍ପୃକ୍ତ ଅଂଚଳକୁ ଆଜି ସକାଳ ୭ରୁ ପରବର୍ତ୍ତୀ ନିର୍ଦେଶନାମା ଯାଏଁ ସଟଡାଉନ ଘୋଷଣା କରାଯାଇଛି |

ଏହି ଅଂଚଳ ଗୁଡିକରେ ସାଧାରଣ ଯାତାୟତ ସେବା ବନ୍ଦ କରାଯାଇଛି | ସେହିପରି କାଲିବାଡି ଏଣ୍ଟ୍ରାନ୍ସ ପଏଣ୍ଟରେ ପୋଲିସ, ମେଡିକାଲ ଟିମ୍ ଉପସ୍ଥିତ ରହିଛନ୍ତି | ଏହି ଅଂଚଳରେ ସମସ୍ତ ଦୋକାନ ବଜାର ବନ୍ଦ ରଖିବା ସହ ଲୋକଙ୍କୁ ଘରୁ ବାହାରିବା ପାଇଁ ବାରଣ କରାଯାଇ ସ୍ଥାନେ ସ୍ଥାନେ ଚେକିଂ ଚାଲିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.